ମୁମ୍ବାଇ: କିଛି ଦିନ ପୂର୍ବେ ଅଭିନେତ୍ରୀ ବୀଣା କପୁରଙ୍କୁ ହତ୍ୟା କରାଯାଇଥିବା ଖବର ଚାରିଆଡ଼େ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଏହି ଖବରରେ ଆସିଛି ଟ୍ୱିଷ୍ଟ। ହେଲେ ଅଭିନେତ୍ରୀ ବୀଣା କପୁର ମରି ନାହାନ୍ତି ବରଂ ଜୀବୀତ ଅଛନ୍ତି। ଏପ୍ରକାର ସଫେଇ ଦେଇଛନ୍ତି ଖୋଦ ବୀଣା କପୁର। ନିଜ ମୃତ୍ୟୁର ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି ଖୋଦ ଅଭିନେତ୍ରୀଜଣକ। ଏପରିକି ସମ୍ପତି ପାଇଁ ବାଣୀ କପୁରଙ୍କୁ ତାଙ୍କ ପୁଅ ହତ୍ୟା କରିଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଏହାକୁ ଖଣ୍ଡନ କରିଛନ୍ତି ଖୋଦ୍ ଏହି ବର୍ଷୀୟାନ ଅଭିନେତ୍ରୀ। ଏନେଇ ସେ ଥାନାକୁ ଆସି ନିଜ ଜୀବୀତ ଥିବାର ପ୍ରମାଣ ଜଣାଇଥିବା ବେଳେ ତାଙ୍କ ପୁଅ ବି ମା’ଙ୍କ ପାଖେପାଖେ ଥିଲେ।
କିଛି ଦିନ ପୂର୍ବେ ଜୁହୁ ଅଞ୍ଚଳରେ ଜଣେ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଳେ ତାଙ୍କ ତାଙ୍କ ପୁଅ ହତ୍ୟା କରିଥିବା କୁହାଯାଇଥିଲା। ମୃତା ମହିଳାଙ୍କ ନାମ ବାଣୀ କପୁର ହୋଇଥିବା ବେଳେ ସେ ଅଭିନେତ୍ରୀ ବାଣୀ କପୁର ଓ ତାଙ୍କ ପୁଅ ହିଁ ସମ୍ପତ୍ତି ପାଇଁ ମା’ଙ୍କୁ ମାରିଥିବା ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା। ହେଲେ ଏହା ସମ୍ପୂର୍ଣ୍ଣ ମିଥ୍ୟ ଓ ଗୁଜବ ବୋଲି କହିଛନ୍ତି ଅଭିନେତ୍ରୀ ଓ ତାଙ୍କ ପୁଅ ।
ବର୍ତ୍ତମାନ ଅଭିନେତ୍ରୀଜଣକ ନିଜେ ପୁଅ ସହ ଥାନାକୁ ଆସି ଏହା ଏକ ଗୁଜବ ବୋଲି କହିଥିବା ସହ ଏପରି ପ୍ରଚାର କରିଥିବା ଲୋକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି।
ଏନେଇ ଅଭିନେତ୍ରୀ ବାଣୀ କପୁର କହିଛନ୍ତି, ମୁଁ ଜୀବୀତ ଅଛି, ତେଣୁ ମୋ ମୃତ୍ୟୁ ଖବର ସମ୍ପୂର୍ଣ୍ଣ ଗୁଜବ । ମୃତା ମହିଳାଙ୍କ ନାମ ଓ ମୋ’ ନାମ ସମାନ । ହେଲେ ଉକ୍ତ ମହିଳାଜଣକ ଜୁହୁରେ ରହୁଥିବା ବେଳେ ମୁଁ ଗୁରଗାଓଁରେ ମୋ’ ପୁଅ ସହ ରହୁଛି। ମୁଁ ବଞ୍ଚିଛି ଓ ସୁସ୍ଥ ଅଛି ବୋଲି ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି। ଭବିଷ୍ୟତରେ ଯେପରି କାହା ସହ ଏପରି ନ ଘଟେ ସେଥିପାଇଁ ଥାନାରେ ମାମଲା ଦେଇଛି। ଏହି ଖବର ପ୍ରଚାରିତ ହେବା ପରଠୁ ମୋ ପାଖକୁ ତଥା ପରିବାର ସଦସ୍ୟଙ୍କ ନିକଟକୁ ବହୁ ଫୋନ୍ ଆସିବାରେ ଲାଗିଛ। ଫଳରେ ମୁଁ ମାନସିକ ଭାବେ ବିଚଳିତ ରହୁଛି। ଏଥିସହ ଏହା ଯୋଗୁ ମୋ’ କାମ ବି ବାଧାପ୍ରାପ୍ତ ହେଉଛି। ତେଣୁ ଆଉ ଏପରି ଗୁଜବ ପ୍ରଚାରିତ ନ କରିବାକୁ ଅନୁରୋଧ କରୁଛି।
ମୁଁ ମୋ ମା’ଙ୍କୁ ବହୁତ ଭଲ ପାଏ ଓ ସେ ମୋ’ ପାଖରେ ରୁହନ୍ତି। ସମ୍ପତ୍ତି ପାଇଁ ମା’ଙ୍କୁ ହତ୍ୟା କରିବା ଘଟଣା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଅଭିନେତ୍ରୀଙ୍କ ପୁଅ ।
#WATCH | "If I don't file a complaint now, it will continue to happen with others. It is mental harassment...".
Actress Veena Kapoor reaches the Police station to file FIR against those who spread rumours of her murder by her own son. pic.twitter.com/AcBeSo1rwM
— ANI (@ANI) December 15, 2022