‘ପଦ୍ମାବତ୍‌’ ଫିଲ୍ମରେ ଜୟାଙ୍କର ବି ରହିଛି ଅବଦାନ, ଅଦିତି କଲେ ଖୁଲାସା

ମୁମ୍ବାଇ: ଅନେକ ବାଦବିବାଦ ପରେ ରିଲିଜ୍‌ ହୋଇଥିବା ‘ପଦ୍ମାବତ୍‌’ ବକ୍ସ ଅଫିସ୍‌ରେ ଭଲ ଆୟ କରୁଛି। ଦୀର୍ଘ ଦିନ ଧରି ‘ପଦ୍ମାବତ୍‌’କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହାକୁ ନେଇ ଆଉ ଏକ ଗୁମରର ଖୁଲାସା ହୋଇଛି। ଶୁଣିବାକୁ ମିଳିଛି ଜୟା ବଚ୍ଚନ ‘ପଦ୍ମାବତ୍’ରେ ଅଭିନୟ କରି ନାହାଁନ୍ତି ସତ, କିନ୍ତୁ ତାଙ୍କର ବି ଏହି ଫିଲ୍ମ ପ୍ରତି ରହିଛି ବିଶେଷ ଅବଦାନ। ‘ପଦ୍ମାବତ୍‌’କୁ ଷ୍ଟାର କାଷ୍ଟ୍‌ ଦେବାରେ ତାଙ୍କର ବି ହାତ ଅଛି। ଏ […]

aditi

Rakesh Mallick
  • Published: Friday, 02 February 2018
  • , Updated: 02 February 2018, 02:49 PM IST

ମୁମ୍ବାଇ: ଅନେକ ବାଦବିବାଦ ପରେ ରିଲିଜ୍‌ ହୋଇଥିବା ‘ପଦ୍ମାବତ୍‌’ ବକ୍ସ ଅଫିସ୍‌ରେ ଭଲ ଆୟ କରୁଛି। ଦୀର୍ଘ ଦିନ ଧରି ‘ପଦ୍ମାବତ୍‌’କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ ଏହାକୁ ନେଇ ଆଉ ଏକ ଗୁମରର ଖୁଲାସା ହୋଇଛି। ଶୁଣିବାକୁ ମିଳିଛି ଜୟା ବଚ୍ଚନ ‘ପଦ୍ମାବତ୍’ରେ ଅଭିନୟ କରି ନାହାଁନ୍ତି ସତ, କିନ୍ତୁ ତାଙ୍କର ବି ଏହି ଫିଲ୍ମ ପ୍ରତି ରହିଛି ବିଶେଷ ଅବଦାନ। ‘ପଦ୍ମାବତ୍‌’କୁ ଷ୍ଟାର କାଷ୍ଟ୍‌ ଦେବାରେ ତାଙ୍କର ବି ହାତ ଅଛି। ଏ କଥାର ଖୁଲାସା କରିଛନ୍ତି ଅଦିତି ରାଓ ହାଇଦରୀ।

ଅଦିତିଙ୍କ କହିବା ଅନୁସାରେ ଜୟା ବଚ୍ଚନଙ୍କ ପାଇଁ ସେ ଏହି ଫିଲ୍ମରେ ଅଭିନୟ କରିବାର ସୁଯୋଗ ପାଇଛନ୍ତି। କାରଣ ଏହି ଚରିତ୍ର ପାଇଁ ଜୟା ଭଂଶାଲୀଙ୍କୁ ତାଙ୍କ ନାଁ ପ୍ରସ୍ତାବ ଦେଇଥିଲେ। ଏଥିପାଇଁ ଜୟାଙ୍କୁ ସେ ଯେତେ ଧନ୍ୟବାଦ ଜଣେଇଲେ ବି କମ୍‌ ହେବ ବୋଲି ଅଦିତି କହିଛନ୍ତି।

ଜୟା ତାଙ୍କ ନାଁ କାହିଁକି ପ୍ରସ୍ତାବ ଦେଇଥିଲେ ବୋଲି ପଚରା ଯିବାରେ ଅଦିତି କହିଥିଲେ ଯେ ଯେତେବେଳେ ବଡ଼ ଲୋକଙ୍କ ଆଶୀର୍ବାଦ ମିଳୁଥିବ ସେତେବେଳେ ତା’ ଉପରେ କୌଣସି ପ୍ରଶ୍ନ କରିବା କଥା ନୁହେଁ।

ଅଦିତି ରାଓଙ୍କ ପାଇଁ ନୂଆ ବର୍ଷ ଖୁବ୍‌ ଭଲ ରହିଛି। ଜାନୁଆରୀରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ପଦ୍ମାବତ୍‌’ ଭଲ ଆୟ କରୁଥିବା ବେଳେ ଅନ୍ୟପଟେ ତାଙ୍କ ଅଭିନୟକୁ ଖୁବ୍‌ ପ୍ରଶଂସା ମିଳିଛି। ଅଦିତି ଏଥିରେ ଅଲ୍ଲାଉଦ୍ଦିନ୍‌ ଖିଲିଜ୍‌ଙ୍କ ପତ୍ନୀ ମେହରୁନିସାଙ୍କ ଚରିତ୍ରରେ ନଜର ଆସିଛନ୍ତି।

Related story