ମୁମ୍ବାଇ: ବାପା ହେଲେ ବଲିଉଡର ଚାର୍ମିଂ ସିଙ୍ଗର ତଥା ହ୍ୟାଣ୍ଡସମ୍ ଆଙ୍କର ଆଦିତ୍ୟ ନାରାୟଣ । ଘରକୁ ଆସିଲେ ପରୀ । ଆଦିତ୍ୟଙ୍କ ପତ୍ନୀ ଶ୍ୱେତା ଅଗ୍ରୱାଲ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଆଦିତ୍ୟ ନାରାୟଣ ଖୋଦ ଏହି ସୂଚନା ନିଜ ଇନଷ୍ଟାରେ ଦେଇ ବେଶ୍ ଖୁସି ଜାହିର କରିଛନ୍ତି। ଏପରିକି ଆଦିତ୍ୟ ନିଜେ ଏକ କନ୍ୟା ସନ୍ତାନ ଚାହୁଁଥିବା ବେଳେ ଭଗବାନ ତାଙ୍କ ଆଶା ପୂରଣ କରିଥିବା କହିଛନ୍ତି।
ଗତ ୨୪ ତାରିଖରେ ଶ୍ୱେତା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ବଲିଉଡର ବହୁ ସେଲିବ୍ରିଟଙ୍କ ତରଫରୁ ନାରାୟଣ ପରିବାରକୁ ଶୁଭୁଛି ଶୁଭେଚ୍ଛାର ସୁଅ।
ଏ ନେଇ ଆଦିତ୍ୟ ନାରାୟଣ ଏକ ସାକ୍ଷାତକାରରେ କହିଛନ୍ତି, ପୁଅ ହେବ ବୋଲି ସମସ୍ତେ କହୁଥିଲେ। କିନ୍ତୁ ଝିଅ ହେଉ ବୋଲି ମୁଁ ଅନ୍ତରରୁ ଚାହୁଁଥିଲି। ଝିଅ ପିତାଙ୍କ ହୃଦୟର ବହୁତ ନିକଟତର ବୋଲି ଜାଣିଥିଲି। ତେଣୁ ମୁଁ ବହୁତ ଖୁସି ଯେ, ମୁଁ ଏକ କନ୍ୟା ସନ୍ତାନର ଜନକ । ଶ୍ୱେତା ଓ ମୁଁ ପିତାମାତା ହେବା ପରେ ବହୁତ ଖୁସି ଅଛୁ।
[caption id="attachment_718040" align="aligncenter" width="650"] ଆଦିତ୍ୟ ନାରାୟଣ ଓ ଶ୍ୱେତା ।[/caption]
ଏଥିସହ ସେ କହିଛନ୍ତି, ଏକ ନୂଆ ଜୀବନକୁ ଦୁନିଆର ଆଲୋକ ଦେଖାଇବା କ୍ଷମତା କେବଳ ମହିଳାଙ୍କ ପାଖରେ ଅଛି। ଝିଅ ଜନ୍ମ ହେବା ପରେ ଶ୍ୱେତାଙ୍କ ପାଇଁ ମୋ ମନରେ ଭଲ ପାଇବା ଓ ସମ୍ମାନ ଦୁଇ ଗୁଣ ହୋଇଯାଇଛି। ଏଥିପାଇଁ ଜଣେ ମା’କୁ ବହୁତ କଠିନ ସମୟ ଦେଇ ଗତି କରିବାକୁ ପଡ଼ିଥାଏ। ଘରକୁ ଲକ୍ଷ୍ମୀ ଆସିବା ପରେ ନୂଆ ନୂଆ ଜେଜ ହୋଇଥିବା ରୋମାଣ୍ଟିକ ସିଙ୍ଗର ଉଦିତ ନାରାୟଣଙ୍କ ଖୁସି ମଧ୍ୟ ବନ୍ଧବାଡ଼ ମାନୁନି।
ଆଦିତ୍ୟ ଓ ଶ୍ୱେତା ପ୍ରାୟ ୧୧ ବର୍ଷ ପର୍ଯ୍ୟନ୍ତ ରିଲେସନରେ ରହିବା ପରେ ୨୦୨୦ ମସିହାରେ ପରସ୍ପରର ଜୀବନସାଥୀ ପାଲଟିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।