କାହିଁକି ବଲିଉଡ୍‌ରୁ ଦୂରେଇ ରହିଛନ୍ତି ଆଦିତ୍ୟ ନାରାୟଣ?

ମୁମ୍ବାଇ: ବଲିଉଡ୍‌ରେ ଏବେ ଯେଉଁ ପ୍ରକାରର ସଙ୍ଗୀତ ଧାରା ଚାଲିଛି, ତାକୁ ନେଇ ଆଦୌ ଖୁସି ନାହାନ୍ତି ଗାୟକ ଓ ଟେଲିଭିଜନ୍‌ ରିଆଲିଟି ଶୋ’ର ଉପସ୍ଥାପକ ଆଦିତ୍ୟ ନାରାୟଣ। ସେଥିପାଇଁ ସେ ବଲିଉଡ୍‌ରୁ ଦୂରେଇ ରହିଛନ୍ତି ବୋଲି କହିଛନ୍ତି। ନ୍ୟୁଜ୍ ସରବରାହ ସଂସ୍ଥା ଆଇଏନ୍‌ଏସ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏ କଥା କହିଛନ୍ତି। ଆଦିତ୍ୟ କହିଛନ୍ତି, ‘ଯେବେଠୁ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ କର୍ପୋରେଟ୍‌ କଲ୍ଚର ପଶିଲାଣି, ସେବେଠୁ ମ୍ୟୁଜିକ୍ ଲେବଲ୍‌ଗୁଡ଼ିକ ଗାୟକମାନଙ୍କ ସହ ଚୁକ୍ତିପତ୍ର ସ୍ୱାକ୍ଷର କରୁଛନ୍ତି। […]

aditya-narayan

Chinmayee Roy
  • Published: Saturday, 17 August 2019
  • , Updated: 17 August 2019, 01:56 PM IST

ମୁମ୍ବାଇ: ବଲିଉଡ୍‌ରେ ଏବେ ଯେଉଁ ପ୍ରକାରର ସଙ୍ଗୀତ ଧାରା ଚାଲିଛି, ତାକୁ ନେଇ ଆଦୌ ଖୁସି ନାହାନ୍ତି ଗାୟକ ଓ ଟେଲିଭିଜନ୍‌ ରିଆଲିଟି ଶୋ’ର ଉପସ୍ଥାପକ ଆଦିତ୍ୟ ନାରାୟଣ। ସେଥିପାଇଁ ସେ ବଲିଉଡ୍‌ରୁ ଦୂରେଇ ରହିଛନ୍ତି ବୋଲି କହିଛନ୍ତି। ନ୍ୟୁଜ୍ ସରବରାହ ସଂସ୍ଥା ଆଇଏନ୍‌ଏସ୍‌କୁ ଦେଇଥିବା ଏକ ସାକ୍ଷାତକାରରେ ସେ ଏ କଥା କହିଛନ୍ତି।

ଆଦିତ୍ୟ କହିଛନ୍ତି, ‘ଯେବେଠୁ ମ୍ୟୁଜିକ୍‌ ଇଣ୍ଡଷ୍ଟ୍ରିରେ କର୍ପୋରେଟ୍‌ କଲ୍ଚର ପଶିଲାଣି, ସେବେଠୁ ମ୍ୟୁଜିକ୍ ଲେବଲ୍‌ଗୁଡ଼ିକ ଗାୟକମାନଙ୍କ ସହ ଚୁକ୍ତିପତ୍ର ସ୍ୱାକ୍ଷର କରୁଛନ୍ତି। ଆଉ ଆମ ଭଳି କଳାକାରମାନଙ୍କ ପ୍ରତି ପରଫର୍ମାନ୍ସରୁ ସେମାନେ କିଛି ଅର୍ଥ ଚାହୁଁଛନ୍ତି। ସେମାନେ ଆମ ଲାଇଭ୍ ଗିଗ୍ସ ଓ ଚୁକ୍ତିରୁ କିଛି ଅର୍ଥ ରୋଜଗାର କରନ୍ତି। ମୁଁ ଏଭଳି ବ୍ୟବସ୍ଥାକୁ ପସନ୍ଦ କରୁନି।’

https://www.instagram.com/p/BxJ7q1FnnBO/?utm_source=ig_web_copy_link

ସେ କହିଛନ୍ତି,‘ମୁଁ ଜଣେ ଗାୟକ ଓ ମୁଁ ସଙ୍ଗୀତକୁ ଖୁବ୍ ଭଲ ପାଏ। ସଙ୍ଗୀତ ମୋ ଆତ୍ମାରେ ଅଛି। କିନ୍ତୁ ଏବେ ଏକ ଅଲଗା ସମୟରେ ଅଛୁ। ଏବେକାର ସମୟ ମୋ ବାପାଙ୍କ ସମୟ ପରି ଆଦୌ ନୁହେଁ। ଏପରିକି ଏ ସମୟ ଶ୍ରେୟା ଘୋଷାଲ, ସୁନିଧି ଚୌହାନ୍‌ ଓ ସୋନୁ ନିଗମଙ୍କ ବେଳର ବି ନୁହେଁ। ଏମାନେ ସମସ୍ତେ ସେ ସମୟରେ ଏକ ପରିବାର ଭଳି ରହୁଥିଲେ। ସଙ୍ଗୀତ ନିର୍ଦ୍ଦେଶକ ସହ ମିଶି ସେମାନେ ଗୀତ ତିଆରି କରୁଥିଲେ। ସଫଳତା ଓ ବିଫଳତାକୁ ଏକାଠି ସାମ୍ନା କରୁଥିଲେ। ବର୍ତ୍ତମାନ ସମୟରେ ତିଆରି ହୋଇଥିବା ବ୍ୟବସ୍ଥା ବିରୋଧରେ ଲଢ଼ିବାକୁ ହେଲେ ମୋ ପାଖରେ ଟଙ୍କା ଥିବା ନିହାତି ଜରୁରୀ। ଏଥିସହ ଏଭଳି କିଛି ମଜଭୁତ୍‌ ସମର୍ଥନ ବି ଦରକାର, ଯାହା ବଳରେ ମୁଁ ମୋ ନିଜ ଗୀତଗୁଡ଼ିକୁ ବଜାରକୁ ଛାଡ଼ିପାରିବି।”

https://www.instagram.com/p/B0aKRhSHdiA/?utm_source=ig_web_copy_link

ଆଦିତ୍ୟ କହିଛନ୍ତି, ‘ଏହି ସବୁ କାରଣ ଯୋଗୁ ମୁଁ ଟିଭି ଶୋ’ ଓ ଲାଇଭ୍‌ ଗିଗ୍‌ସ ଉପରେ ବିଶେଷ ଧ୍ୟାନ ଦେଉଛି। ମୁଁ ବହୁତ ଭାଗ୍ୟବାନ ଯେ ମୁଁ ସବୁଠୁ ଅଧିକ ଆୟ କରୁଥିବା ଟିଭି ଏଣ୍ଟରଟେନରମାନଙ୍କ ମଧ୍ୟରେ ସାମିଲ ଅଛି। ମୋ ପାଇଁ ସ୍ୱାଧୀନ ସଙ୍ଗୀତର ଅର୍ଥ ହେଉଛି- ନିଜେ ଗୀତ ଲେଖିବା, ନିଜେ ଏଥିରେ ସଙ୍ଗୀତ ଦେବା ଓ ମ୍ୟୁଜିକ୍‌ ଲେଭଲ୍‌ମାନଙ୍କ ଚାପରେ ଆସି କାମ କରିବାରୁ ସ୍ୱାଧୀନତା ମିଳିବା।’

ଆଦିତ୍ୟ ହେଉଛନ୍ତି ୯୦ ଦଶକର ମହାନ ଗାୟକ ପଦ୍ମଶ୍ରୀ ଉଦିତ୍‌ ନାରାୟଣଙ୍କ ପୁଅ।

Related story