ମୁମ୍ବାଇ:ରୂପେଲୀ ପରଦାକୁ ଆସିବେ ପୁଣି ଜଣେ ଗାୟକ । ଗୀତ ଗାଇବା ସହ ଅଭିନୟ ବି କରିବେ । ସେ ହେଲେ ସୁଫି ସଂଗୀତର ପ୍ରସିଦ୍ଧ ଗାୟକ ଆଦନାନ୍ ସାମୀ । ଆଦନାନଙ୍କ ନାଁ ଶୁଣିଲେ ମନକୁ ଆସେ ଜଣେ ମେଦବହୁଳ ବ୍ୟକ୍ତି। ସୁନ୍ଦର କଣ୍ଠରେ ଗୀତ ଗାଉଛନ୍ତି , ମନକୁ ମଧ୍ୟ ଚାଲିଆସେ ତାଙ୍କର ପ୍ରଥମ ଆଲବମ୍ ‘ତେରା ଚେହେରା...’ର ଲୋକପ୍ରିୟ ସ୍ୱର। ଏଇ ଗୀତ ଗାଇ ସଂଗୀତ ଜଗତରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ ଆଦନାନ୍ । ତେବେ ୟା ଭିତରେ ବେଶ୍ ପତଳା ହୋଇ ସାରିଛନ୍ତି ଆଦନାନ।
ବର୍ତ୍ତମାନ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ବଲିଉଡର ଆଗାମୀ ଫିଲ୍ମ ‘ଆଫଗାନ୍-ଇନ୍ ସର୍ଚ ଅଫ୍ ହୋମ୍’ରେ ସେ ଅଭିନେତା ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ମଧ୍ୟ ସେ ଜଣେ ସଂଗୀତଜ୍ଞ ଭୂମିକାରେ ନଜର ଆସିବେ। ଏଥିରେ ତାଙ୍କ ସହ ରାଧିକା ରାଓ ଓ ବିନୟ ସପ୍ରୁ ମଧ୍ୟ ନଜର ଆସିବେ। ପ୍ରଥମ ଦୁଇଟି ଆଲବମ୍ ପରେ ସଙ୍ଗୀତ ଦୁନିଆରେ ଆଉକିଛି ହିଟ୍ ଗୀତ ଦେଇପାରି ନଥିଲେ ଆଦନାନ୍ । ଏବେ ଦେଖିବାର କଥା ଅଭିନୟରେ ସେ ସଫଳ ହେଉଛନ୍ତି ନା ବିଫଳ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Bollywood
ହାସ୍ୟ ଅଭିନେତା ଟିକୁଙ୍କୁ ହୃଦ୍ଘାତ! ହସ୍ପିଟାଲରେ ଭର୍ତ୍ତି
ତାଙ୍କୁ ମୁମ୍ବାଇ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।
Bollywood
ଆଉ ନାହାନ୍ତି ଫିଲ୍ମ ନିର୍ମାତା ପ୍ରୀତିଶ ନନ୍ଦୀ
୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବୁଧବାର ବିଳମ୍ବିତ ରାତିରେ ମୁମ୍ବାଇ ସ୍ଥିତ ବାସଭବନରେ ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
Bollywood
‘ଏମର୍ଜେନ୍ସି’ ଦେଖିବାକୁ ପ୍ରିୟଙ୍କାଙ୍କୁ ନିମନ୍ତ୍ରଣ କଲେ କଙ୍ଗନା, ଜବାବ କ’ଣ ଥିଲା ଜାଣନ୍ତୁ
ଏମର୍ଜେନ୍ସି ସିନେମାରେ କଙ୍ଗନା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଭୂମିକାରେ ରହିଛନ୍ତି। ଏହା ଜାନୁଆରୀ ୧୭ରେ ରିଲିଜ ହେବାକୁ ଯାଉଛି।
Bollywood
ଅଭିନେତ୍ରୀ ପୁନମ ଢିଲୋଙ୍କ ଘରୁ ଚୋରି, ଯୁବକ ଗିରଫ
ଘର ରଙ୍ଗ ଦେବା ବାହାନାରେ ଆସି ଚୋରି କରିନେଲା ମୂଲ୍ୟବାନ ସାମଗ୍ରୀ।
Entertainment
ବର୍ଷିଲେ ଅନୁଭବ, କହିଲେ- ତୁମେ ମଞ୍ଚ ବାଛ, ବିତର୍କ ପାଇଁ ମୁଁ ପ୍ରସ୍ତୁତ
ବିବାହ ତଥା ଦାମ୍ପତ୍ୟ ଜୀବନ ପରି ସମ୍ପର୍କକୁ ଅତି ମିଛ ତଥା ମନଗଢ଼ା ଭାବେ ପରଦାରେ ଦେଖାଉଥିବା ଅଭିଯୋଗ ଆଣି ବର୍ଷାଙ୍କ ଉପରେ ବର୍ଷିଛନ୍ତି ଅନୁଭବ। ଏପରିକି ବର୍ଷାଙ୍କ ସହ ଖୋଲାଖୋଲି ବିତର୍କ କରିବାକୁ ପ୍ରସ୍ତୁତ ବୋଲି ବି କହିଛନ୍ତି।