ବଡ଼ପରଦାରେ ଡେବ୍ୟୁ କରିବେ ଆଦନାନ୍ ସାମୀ: ଆସିଲା ଫିଲ୍ମର ଫାଷ୍ଟ ଲୁକ୍

ମୁମ୍ବାଇ:ରୂପେଲୀ ପରଦାକୁ ଆସିବେ ପୁଣି ଜଣେ ଗାୟକ । ଗୀତ ଗାଇବା ସହ ଅଭିନୟ ବି କରିବେ । ସେ ହେଲେ ସୁଫି ସଂଗୀତର ପ୍ରସିଦ୍ଧ ଗାୟକ ଆଦନାନ୍ ସାମୀ । ଆଦନାନଙ୍କ ନାଁ ଶୁଣିଲେ ମନକୁ ଆସେ ଜଣେ ମେଦବହୁଳ ବ୍ୟକ୍ତି। ସୁନ୍ଦର କଣ୍ଠରେ ଗୀତ ଗାଉଛନ୍ତି , ମନକୁ ମଧ୍ୟ ଚାଲିଆସେ ତାଙ୍କର ପ୍ରଥମ ଆଲବମ୍ ‘ତେରା ଚେହେରା…’ର ଲୋକପ୍ରିୟ ସ୍ୱର।  ଏଇ ଗୀତ ଗାଇ ସଂଗୀତ ଜଗତରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ […]

adnan-1

Rakesh Mallick
  • Published: Wednesday, 28 June 2017
  • , Updated: 28 June 2017, 08:00 PM IST

ମୁମ୍ବାଇ:ରୂପେଲୀ ପରଦାକୁ ଆସିବେ ପୁଣି ଜଣେ ଗାୟକ । ଗୀତ ଗାଇବା ସହ ଅଭିନୟ ବି କରିବେ । ସେ ହେଲେ ସୁଫି ସଂଗୀତର ପ୍ରସିଦ୍ଧ ଗାୟକ ଆଦନାନ୍ ସାମୀ । ଆଦନାନଙ୍କ ନାଁ ଶୁଣିଲେ ମନକୁ ଆସେ ଜଣେ ମେଦବହୁଳ ବ୍ୟକ୍ତି। ସୁନ୍ଦର କଣ୍ଠରେ ଗୀତ ଗାଉଛନ୍ତି , ମନକୁ ମଧ୍ୟ ଚାଲିଆସେ ତାଙ୍କର ପ୍ରଥମ ଆଲବମ୍ ‘ତେରା ଚେହେରା...’ର ଲୋକପ୍ରିୟ ସ୍ୱର।  ଏଇ ଗୀତ ଗାଇ ସଂଗୀତ ଜଗତରେ ଖୁବ୍ ଲୋକପ୍ରିୟତା ହାସଲ କରିଥିଲେ ଆଦନାନ୍ ।  ତେବେ ୟା ଭିତରେ ବେଶ୍ ପତଳା ହୋଇ ସାରିଛନ୍ତି ଆଦନାନ।

ବର୍ତ୍ତମାନ ସେ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି। ବଲିଉଡର ଆଗାମୀ ଫିଲ୍ମ ‘ଆଫଗାନ୍-ଇନ୍ ସର୍ଚ ଅଫ୍ ହୋମ୍’ରେ ସେ ଅଭିନେତା ଭାବେ ଡେବ୍ୟୁ କରିବାକୁ ଯାଉଛନ୍ତି ।  ଏଥିରେ ମଧ୍ୟ ସେ ଜଣେ ସଂଗୀତଜ୍ଞ ଭୂମିକାରେ ନଜର ଆସିବେ। ଏଥିରେ ତାଙ୍କ ସହ ରାଧିକା ରାଓ ଓ ବିନୟ ସପ୍ରୁ ମଧ୍ୟ ନଜର ଆସିବେ। ପ୍ରଥମ ଦୁଇଟି ଆଲବମ୍ ପରେ ସଙ୍ଗୀତ ଦୁନିଆରେ ଆଉକିଛି ହିଟ୍ ଗୀତ ଦେଇପାରି ନଥିଲେ ଆଦନାନ୍ । ଏବେ ଦେଖିବାର କଥା ଅଭିନୟରେ ସେ ସଫଳ ହେଉଛନ୍ତି ନା ବିଫଳ।

Related story