ବାହୁବଲୀ ଓ ଦେବସେନାଙ୍କ ମଧ୍ୟରେ କିଛି କିଛି ହେଉଛି! ଦୁଇ ବର୍ଷ ପୂର୍ବେ ଅନୁଷ୍କାଙ୍କ ବାହାଘର ଅଟକାଇ ଦେଇଥିଲେ ପ୍ରଭାସ

ମୁମ୍ବାଇ/ହାଇଦ୍ରାବାଦ: ଏସ୍‌ଏସ୍ ରାଜାମୌଲୀଙ୍କ ଫିଲ୍ମ ‘ବାହୁବଲୀ ୨’ ଏଯାବତ ସାରା ବିଶ୍ୱରେ ୧୫୦୦ କୋଟିରୁ ଅଧିକ ଟଙ୍କା ଆୟ କରି ସାରିଲାଣି। ଫିଲ୍ମରେ ଲିଡ୍ ରୋଲ୍‌ରେ ଅଭିନୟ କରିଥିବା ପ୍ରଭାସ ଓ ଅନୁଷ୍କାଙ୍କ କେମେଷ୍ଟ୍ରି ଓ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଏବେ ଏ ଦୁହିଁଙ୍କୁ ନେଇ ଏକ ଖବର ଆସୁଛି। ଏ ଦୁଇ ଜଣ କୁଆଡ଼େ ରିୟଲ ଲାଇଫ୍‌ରେ ବିବାହ କରିପାରନ୍ତି। ଏକ ଜଣାଶୁଣା ୱେବ୍ ପୋର୍ଟାଲ୍‌ରେ ପ୍ରକାଶିତ ଖବର ଅନୁଯାୟୀ ଅନୁଷ୍କା ଦୁଇ […]

anushka

Rakesh Mallick
  • Published: Sunday, 28 May 2017
  • , Updated: 28 May 2017, 07:27 AM IST

ମୁମ୍ବାଇ/ହାଇଦ୍ରାବାଦ: ଏସ୍‌ଏସ୍ ରାଜାମୌଲୀଙ୍କ ଫିଲ୍ମ ‘ବାହୁବଲୀ ୨’ ଏଯାବତ ସାରା ବିଶ୍ୱରେ ୧୫୦୦ କୋଟିରୁ ଅଧିକ ଟଙ୍କା ଆୟ କରି ସାରିଲାଣି। ଫିଲ୍ମରେ ଲିଡ୍ ରୋଲ୍‌ରେ ଅଭିନୟ କରିଥିବା ପ୍ରଭାସ ଓ ଅନୁଷ୍କାଙ୍କ କେମେଷ୍ଟ୍ରି ଓ ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଛନ୍ତି। ଏବେ ଏ ଦୁହିଁଙ୍କୁ ନେଇ ଏକ ଖବର ଆସୁଛି। ଏ ଦୁଇ ଜଣ କୁଆଡ଼େ ରିୟଲ ଲାଇଫ୍‌ରେ ବିବାହ କରିପାରନ୍ତି। ଏକ ଜଣାଶୁଣା ୱେବ୍ ପୋର୍ଟାଲ୍‌ରେ ପ୍ରକାଶିତ ଖବର ଅନୁଯାୟୀ ଅନୁଷ୍କା ଦୁଇ ବର୍ଷ ପୂର୍ବେ ବାହା ହୋଇ ଘର ସଂସାର କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପ୍ରଭାସ କହିବାରୁ ଅନୁଷ୍କା ନିଜ ବାହାଘରକୁ ଅଟକାଇ ଦେଇଥିଲେ। କାରଣ ପ୍ରଭାସ ଚାହୁଁଥିଲେ ଅନୁଷ୍କା କେବଳ ‘ବାହୁବଲୀ’ର ସୁଟିଂ ଉପରେ ଧ୍ୟାନ ଦିଅନ୍ତୁ। ସେ ନିଜେ ବି ଏ ଫିଲ୍ମ ପାଇଁ ଭାରି ସିରିୟସ୍ ଥିଲେ। ଏହି ଫିଲ୍ମ ପାଇଁ ସେ ପାଞ୍ଚ ବର୍ଷ ପାଇଁ ନିଜର ବିବାହ ଯୋଜନା ଟାଳି ଦେଇଥିଲେ।

ପ୍ରଭାସ ‘ବାହୁବଲୀ’ର ସୁଟିଂ କରୁଥିବା ବେଳେ ତାଙ୍କୁ ବିବାହ କରିବାକୁ ପ୍ରାୟ ଛଅ ହଜାର ଝିଅଙ୍କ ଠାରୁ ପ୍ରସ୍ତାବ ଆସିଥିଲା। କିନ୍ତୁ ସେ ସମସ୍ତ ପ୍ରସ୍ତାବକୁ ଅଗ୍ରାହ୍ୟ କରି ଦେଇଥିଲେ ଓ କେବଳ ଫିଲ୍ମ ଉପରେ ଫୋକସ୍ କରି ଥିଲେ।

କୁହାଯାଉଛି ପ୍ରଭାସ ଓ ଅନୁଷ୍କା ପରସ୍କରକୁ ଡେଟ୍ କରୁଛନ୍ତି। କିନ୍ତୁ ପ୍ରଭାସ ବା ଅନୁଷ୍କା କେହି ଏଯାବତ ଏହି ଆଫାୟାରକୁ ଗ୍ରହଣ କରି ନାହାନ୍ତି।

ଏ ଦୁହେଁ ନିଜ ଆଫାୟାରକୁ ଗ୍ରହଣ କରୁ ନ ଥିଲେ ହେଁ ଫିଲ୍ମ ‘ସାହୋ’ ପାଇଁ ପ୍ରଭାସ ହିଁ ଅନୁଷ୍କା ସେଟ୍ଟୀଙ୍କ ନାମ ସୁପାରିଶ କରି ଥିଲେ ବୋଲି ଜଣାପଡ଼ିଛି। ଏଥିରୁ ଜଣାପଡ଼ୁଛି ଦୁହିଁଙ୍କ ମଧ୍ୟରେ କିଛି କିଛି ହେଉଛି!

୨୦୦୯ରେ ରିଲିଜ୍ ହୋଇଥିବା ତେଲୁଗୁ ଫିଲ୍ମ ‘ବିଲ୍ଲା’ରେ ପ୍ରଥମେ ପ୍ରଭାସ ଓ ଅନୁଷ୍କା ଏକାଠି ଆସିଥିଲେ।

ସୌଜନ୍ୟ- ଦୈନିକ ଭାସ୍କର

Related story