'ମୋତେ ଗୁଳି କରିଦିଅ କିନ୍ତୁ ତାଲିବାନକୁ ଦିଅନା'

ଅଙ୍କାରା: ‘ଯଦି ତାଲିବାନୀ ମୋତେ ଘେରିଯା’ନ୍ତି ତେବେ ମୋତେ ଗୁଳି କରିଦେବ। କିନ୍ତୁ ତାଲିବାନୀଙ୍କୁ ମୋତେ ଜୀବନ୍ତ ଦିଅନା। ମୁଁ ଆତ୍ମଘାତି ବୋମା ଦେଖିଛି ଏବଂ ଏହାବ୍ୟତୀତ ଅନେକ ବିପଦର ସାମ୍ନା କରିଛି। କିନ୍ତୁ ତାଲିବାନୀଙ୍କ ନାଁ ଶୁଣିଲେ ମୋ ଲୋମ ଟାଙ୍କୁରି ଯାଉଛି। ତାଲିବାନୀ ଯଦି ମୋତେ ଜୀବନ୍ତ ଧରି ନେଇଥା’ନ୍ତେ ତେବେ ମୋ ଅବସ୍ଥା କ’ଣ ହୋଇଥାନ୍ତି?’ ଏଭଳି କିଛି କହିଛନ୍ତି ଆଫଗାନିସ୍ତାନୀର ଲୋକପ୍ରିୟ ପପ୍‌ ଷ୍ଟାର ଆର୍ଯ୍ୟାନା ସଇଦ। ଆଫଗାନିସ୍ତନକୁ ତାଲିବାନ ଦଖଲ […]

Aryana syeed

Madhupriya Mistry
  • Published: Saturday, 11 September 2021
  • , Updated: 11 September 2021, 05:09 PM IST

ଅଙ୍କାରା: 'ଯଦି ତାଲିବାନୀ ମୋତେ ଘେରିଯା'ନ୍ତି ତେବେ ମୋତେ ଗୁଳି କରିଦେବ। କିନ୍ତୁ ତାଲିବାନୀଙ୍କୁ ମୋତେ ଜୀବନ୍ତ ଦିଅନା। ମୁଁ ଆତ୍ମଘାତି ବୋମା ଦେଖିଛି ଏବଂ ଏହାବ୍ୟତୀତ ଅନେକ ବିପଦର ସାମ୍ନା କରିଛି। କିନ୍ତୁ ତାଲିବାନୀଙ୍କ ନାଁ ଶୁଣିଲେ ମୋ ଲୋମ ଟାଙ୍କୁରି ଯାଉଛି। ତାଲିବାନୀ ଯଦି ମୋତେ ଜୀବନ୍ତ ଧରି ନେଇଥା'ନ୍ତେ ତେବେ ମୋ ଅବସ୍ଥା କ'ଣ ହୋଇଥାନ୍ତି?' ଏଭଳି କିଛି କହିଛନ୍ତି ଆଫଗାନିସ୍ତାନୀର ଲୋକପ୍ରିୟ ପପ୍‌ ଷ୍ଟାର ଆର୍ଯ୍ୟାନା ସଇଦ।

ଆଫଗାନିସ୍ତନକୁ ତାଲିବାନ ଦଖଲ କରିବା ପରେ ଆର୍ଯ୍ୟାନା ଦେଶ ଛାଡି ପଳାୟନ କରିଛନ୍ତି। ସେ ଏବେ ତୁର୍କୀରେ ଅଛନ୍ତି। ନିକଟରେ ୱାଇସ୍‌ ୱାର୍ଲ୍ଡ ନ୍ୟୁଜକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ସେ ତାଲିବାନକୁ ନେଇ ନିଜ ଭୟ ପ୍ରକାଶ କରିଛନ୍ତି। ସେ କହିଛନ୍ତି, 'ମୁଁ ମ୍ୟୁଜିକ ତିଆରି କରେ। ମହିଳାଙ୍କ ସମର୍ଥନ କରେ। ମୁଁ ତାଲିବାନୀଙ୍କ ପ୍ରଥମ ଟାର୍ଗେଟ ହୋଇଥା'ନ୍ତି। ମୁଁ ନିଜ ଭାବି ସ୍ୱାମୀଙ୍କୁ କହିଥିଲି, ଯଦି ମୋତେ ତାଲିବାନୀମାନେ ଘେରିଯାଆନ୍ତି ତେବେ ମୋ ମୁଣ୍ଡକୁ ଗୁଳି କରିଦେବ।'

ସେ ଆହୁରି କହିଛନ୍ତି, 'ଯେତେବେଳେ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଥିଲା, ସେତେବେଳେ ସେଠି କୌଣସି ପ୍ରକାରର ବି ମ୍ୟୁଜିକ ନଥିଲା। ସଙ୍ଗୀତ ଦେଶର ସଂସ୍କୃତି, ପରିଚୟ ଏବଂ ଲୋକମାନଙ୍କ ବିଷୟରେ କହିଥାଏ । ମୋ ଅନୁଯାୟୀ ସଂଗୀତ ବିନା କୌଣସି ଦେଶ ଦେଶ ନୁହେଁ କେବଳ ଏକ ଜମି ଖଣ୍ଡ। ଏବେ ମୋ ଦେଶ ପୁଣି ସେହି ପରିସ୍ଥିତି ଦେଇ ଗତି କରୁଛି। ଏହା ଦେଖି ମୁଁ ବେଶ୍‌ ଦୁଃଖିତ।'

ଆଫଗାନିସ୍ତାନକୁ କାବୁଲ ଦଖଲ କରିବା ପରେ ପ୍ରାୟ ଏକ ଲକ୍ଷରୁ ଅଧିକ କଳାକାର ଦେଶ ଛାଡି ଦେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ପପ୍‌ଷ୍ଟାର ଆର୍ଯ୍ୟାନା ସଇଦ। ସେ ତାଙ୍କ ଭାବି ସ୍ୱାମୀଙ୍କ ସହ ଆମେରିକାର ସୈନ୍ୟ ବିମାନ ଯୋଗେ କାବୁଲ ବିମାନବନ୍ଦରରୁ ସୁରକ୍ଷିତ ରୂପେ ତୁର୍କୀ ଚାଲି ଆସିଛନ୍ତି।

୧୯୯୬ରୁ ୨୦୦୧ ମଧ୍ୟରେ ତାଲିବାନ ଅଧିକାଂଶ ମ୍ୟୁଜିକାଲ ଇନ୍‌ଷ୍ଟ୍ରୁମେଣ୍ଟସକୁ ନଷ୍ଟ କରିଦେଇଥିଲା। ସିଡି ଏବଂ କ୍ୟାସେଟ୍‌ଗୁଡିକୁ ମଧ୍ୟ ନଷ୍ଟ କରିଦେଇଥିଲା। କୌଣସି ପ୍ରକାରର ବି ସଙ୍ଗୀତକୁ ଅଣ-ଇସଲାମିକ ଘୋଷଣା କରିଦେଇଥିଲା ତାଲିବାନ।

ଗତ ୨୦ ବର୍ଷ ମଧ୍ୟରେ ଆଫଗାନିସ୍ତାନରେ କବିତା, ଚଳଚ୍ଚିତ୍ର, ସଙ୍ଗୀତ ଏବଂ କଳା ସହ ଜଡିତ କାର୍ଯ୍ୟକଳାପରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଏହି କାରଣରୁ ଆଫଗାନିସ୍ତାନରେ ଅନେକ କଳାକାର ଆଗକୁ ଆସିଛନ୍ତି। ଆଫଗାନିସ୍ତାନର ନୂତନ ଯୁଗର ଏହି ଲେଖକ, ଚଳଚ୍ଚିତ୍ର ନିର୍ମାତା ଏବଂ କଳାକାରମାନେ କିଛି ସମୟ ପାଇଁ ଜନସାଧାରଣଙ୍କ ସହ ସେମାନଙ୍କର କାର୍ଯ୍ୟ ବାଣ୍ଟିଥିଲେ। କିନ୍ତୁ ଏବେ ଆଫଗାନିସ୍ତାନର କଳା ବିପଦରେ।

ରିପୋର୍ଟ ଅନୁଯାୟୀ, ତାଲିବାନ ଦ୍ୱାରା ଫୱାଦ ଆଣ୍ଡ୍ରାବି ନାମକ ଜଣେ ଲୋକପ୍ରିୟ ଗାୟକଙ୍କ ମୃତ୍ୟୁ ପରଠାରୁ ଆଫଗାନିସ୍ତାନର କଳା ସମ୍ପ୍ରଦାୟରେ ନିରବତା ଛାଇ ଯାଇଛି। ଏହା ବ୍ୟତୀତ କାବୁଲର ଏକ ସଙ୍ଗୀତ ବିଦ୍ୟାଳୟ ମଧ୍ୟ ନିଜ ସ୍କୁଲରେ ତାଲା ପକାଇଦେଇଛି। ଖବର ଅନୁଯାୟୀ ତାଲିବାନ ଆଫଗାନିସ୍ତାନର ଲୋକପ୍ରିୟ ହାସ୍ୟ ଅଭିନେତାଙ୍କୁ ମଧ୍ୟ ହତ୍ୟା କରିଥିଲା।

Related story