ରେକର୍ଡ କରୁଛି ‘ଆର୍‌ଆର୍‌ଆର୍‌’, ସୁନା ବାଣ୍ଟିଲେ ରାମଚରଣ

ହାଇଦ୍ରାବାଦ: ବକ୍ସ ଅଫିସରେ ଜାରି ରହିଛି ଫିଲ୍ମ ‘ଆର୍‌ଆର୍‌ଆର୍‌’ର ଝଡ। ରିଲିଜ ହେବା ପର ଦିନଠାରୁ ଏହି ଫିଲ୍ମ ରେକର୍ଡ ଉପରେ ରେକର୍ଡ କରି ଚାଲିଛି। ଅନେକ ଫିଲ୍ମକୁ ପଛରେ ପକାଇ ଏହା କରିଛି ଧୂଆଁଧାର କଲେକସନ୍‌। ୧୦ ଦିନ ଭିତରେ ପାଖାପାଖି ୧୦୦୦ କୋଟିର ବ୍ୟବସାୟ କରିଛି ଏହି ଫିଲ୍ମ।

ଲିଡ ରୋଲ୍‌ରେ ଥିବା ସାଉଥ ସୁପରଷ୍ଟାର ରାମ ଚରଣ ଓ ଜୁନିଅର ଏନ୍‌ଟିଆର୍‌ଙ୍କ ଅଭିନୟକୁ ଚାରିଆଡେ ପ୍ରଶଂସା କରାଯାଉଛି। ଫିଲ୍ମ ସକ୍‌ସେସ୍‌ ପରେ ଏବେ ଅଭିନେତା ରାମ ଚରଣ ବେଶ ଖୁସି ଅଛନ୍ତି। ଏହସ ଖୁସିରେ ସେ ବାଣ୍ଟିଛନ୍ତି ସୁନା। ଗୋଟିଏ କି ଦୁଇଟି ନୁହେଁ ପାଖାପାଖି ୩୫ଟି ଗୋଲ୍ଡ କଏନ୍‌ ସେ ତାଙ୍କ ଆର୍‌ଆର୍‌ଆର୍‌ ଟିମ୍‌ର ସଦସ୍ୟଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି।

Ram Charan Wins Hearts as He Gifts 1 Tola Gold Coins to Technicians Who  Worked in RRR - Daily Hindustan News

ମିଡିଆ ରିପୋର୍ଟ ମୁତାବକ, ରାମ ଚରୟଣ ଆର୍‌ଆର୍‌ଆର୍‌ ୟୁନିଟ୍‌ର କ୍ରୁ ଏବଂ ଅନ୍ୟ ସଦସ୍ୟଙ୍କୁ ୧୦-୧୦ ଗ୍ରାମର ଗୋଲ୍ଡ କଏନ୍‌ ଭେଟି ଦେଇଛନ୍ତି। ମୁମ୍ବାଇ ଯିବା ପୂର୍ବରୁ ଏହି ଅଭିନେତା ରାଜାମୌଲି ନିର୍ଦ୍ଦେଶିତ ଫିଲ୍ମରେ କାମ କରୁଥିବା ପ୍ରାୟ ୩୫ଜଣ ଟେକ୍ନିସିଆନଙ୍କୁ ସୁନା ଦେଇଛନ୍ତି। ଉପହାର ଗ୍ରହଣକାରୀଙ୍କ ମଧ୍ୟରେ ଫିଲ୍ମର ବିଭିନ୍ନ ବିଭାଗର ମୁଖ୍ୟ (RRR) କ୍ୟାମେରା ଆସିଷ୍ଟାଣ୍ଟ (ସିନେମାଟୋଗ୍ରାଫି), ପ୍ରଡକ୍ସନ୍ ମ୍ୟାନେଜର, ଆକାଉଣ୍ଟାଣ୍ଟ, ଷ୍ଟେସନାରୀ ଫଟୋଗ୍ରାଫର, ନିର୍ଦ୍ଦେଶନା ବିଭାଗ ଏବଂ ଅନ୍ୟାନ୍ୟ ବିଭାଗ ସାମିଲ ଅଛନ୍ତି।

ସୂଚନା ଅନୁସାରେ ରାମଚରଣ ଯେଉଁ ଗୋଲ୍ଡ କଏନ୍‌ ଉପହାର ସ୍ୱରୂପ ଦେଇଛନ୍ତି, ତା’ର ଗୋଟିଏ ପାର୍ଶ୍ୱରେ ‘ଆର୍‌ଆର୍‌ଆର୍‌’ ଲେଖା ରହିଛି ଓ ଅନ୍ୟ ପାର୍ଶ୍ୱରେ ରାମ ଚରଣଙ୍କ ନାଁ ରହିଛି। ଅଭିନେତା ଜଣକ ସମସ୍ତଙ୍କୁ ୧୦ ଗ୍ରାମର ଗୋଲ୍ଡ କଏନ୍‌ ସମେତ ଏକ କିଲୋ ମିଠା ମଧ୍ୟ ଭେଟି ଦେଇଛନ୍ତି, ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ଏହି ବିଗ୍‌ ବଜେଟ୍‌ ଫିଲ୍ମର ଶୁଟିଂ ହାଇଦ୍ରାବାଦ ସ୍ଥିତ ରାମୋଜି ଫିଲ୍ମ ସିଟି ବ୍ୟତୀତ ଅନେକ ସ୍ଥାନ ତଥା ବିଦେଶରେ ମଧ୍ୟ କରାଯାଇଛି। ଏହି ଶୁଟିଂରେ କ୍ରୁ ମେମ୍ବରଙ୍କ ଏକ ବଡ ଭୂମିକା ରହିଛି। ଏହି ଆକ୍ସନ ଡ୍ରାମା ଫିଲ୍ମ ଅନେକ ସିନେପ୍ରେମୀଙ୍କୁ ପସନ୍ଦ ଆସିଛି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।