ପୁଣି ୧୦ ବର୍ଷ ପରେ ଆସୁଛି 'ଖିଚିଡି': ନୂଆ ଟେଷ୍ଟ ପାଇବେ ଦର୍ଶକ

ମୁମ୍ବାଇ: ଦୀର୍ଘ ଦଶବର୍ଷର ବ୍ୟବଧାନ ପରେ ଲୋକପ୍ରିୟ କମେଡି ସିରିଏଲ୍ ଖିଚିଡି ପୁଣିଥରେ ଟେଲିଭିଜନରେ ଫେରିବା ପାଇଁ ପ୍ରସ୍ତୁତି ଚାଲିଛି। ଏଥର ପୁରୁଣା ଷ୍ଟାରକାଷ୍ଟ ସହ କିଛି ନୂଆ ଚେହେରା ମଧ୍ୟ ସାମିଲ ହେବେ। ଖୁବ୍‌ ଶୀଘ୍ର ଏହି ସୋ’ ଟିଭିରେ ପ୍ରସାରିତ ହେବ। ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଲାଣି। ଏହି ସୋ’ଟି ୨୦୦୨ରେ ଆରମ୍ଭ ହୋଇଥିଲା। ଦୁଇ ବର୍ଷ ଯାଏ ଏହା ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା। ୨୦୦୫ରେ ‘ଇନ୍‌ଷ୍ଚାଣ୍ଟ ଖିଚିଡି’ ନାଁରେ ଏହି […]

khicidi

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 05:17 PM IST

ମୁମ୍ବାଇ: ଦୀର୍ଘ ଦଶବର୍ଷର ବ୍ୟବଧାନ ପରେ ଲୋକପ୍ରିୟ କମେଡି ସିରିଏଲ୍ ଖିଚିଡି ପୁଣିଥରେ ଟେଲିଭିଜନରେ ଫେରିବା ପାଇଁ ପ୍ରସ୍ତୁତି ଚାଲିଛି। ଏଥର ପୁରୁଣା ଷ୍ଟାରକାଷ୍ଟ ସହ କିଛି ନୂଆ ଚେହେରା ମଧ୍ୟ ସାମିଲ ହେବେ। ଖୁବ୍‌ ଶୀଘ୍ର ଏହି ସୋ’ ଟିଭିରେ ପ୍ରସାରିତ ହେବ। ଏହାର ସୁଟିଂ ମଧ୍ୟ ଆରମ୍ଭ ହୋଇସାରିଲାଣି।

ଏହି ସୋ'ଟି ୨୦୦୨ରେ ଆରମ୍ଭ ହୋଇଥିଲା। ଦୁଇ ବର୍ଷ ଯାଏ ଏହା ଖୁବ୍‌ ଲୋକପ୍ରିୟତା ହାସଲ କରିଥିଲା। ୨୦୦୫ରେ ‘ଇନ୍‌ଷ୍ଚାଣ୍ଟ ଖିଚିଡି’ ନାଁରେ ଏହି ସୋ'ର ସେକେଣ୍ଡ ସିଜିନ୍ ଆସିଥିଲା। ଏହା ମଧ୍ୟ ବର୍ଷେ ଯାଏଁ ଚାଲିଥିଲା। ଏବେ ତୃତୀୟ ସିଜିନ କ'ଣ କମାଲ ଦେଖାଇବ ତାହା ଦେଖିବାକୁ  ବାକି ରହିଲା।

୨୦୧୦ ମସିହାରେ ଏହି ସିରିଏଲ୍ ଉପରେ ଆଧାରିତ ଏକ ଫିଲ୍ମ 'ଖିଚିଡି' ମଧ୍ୟ ଆସିଥିଲା। ଏହା ପ୍ରଥମ ଭାରତୀୟ ସିରିଏଲ ଯାହା ଉପରେ ଫିଲ୍ମ ତିଆରି ହୋଇଥିଲା।

Related story