ଶହନାଜ ହୁସେନ ଭୂମିକାରେ ଅଭିନୟ କରିବେ ଐଶ୍!

ମୁମ୍ବାଇ: ଏବେ ବଲିଉଡ୍‌ରେ ଚାଲିଛି ବାୟୋପିକ୍‌ ଟ୍ରେଣ୍ଡ୍। କ୍ରୀଡ଼ାବିତ,କଳାକାର,ରାଜନେତା ଓ ବିଭିନ୍ନ କ୍ଷେତ୍ରରେ ସଫଳତାର ଶିଖର ଛୁଇଁଥିବା ବ୍ୟକ୍ତିଙ୍କ ଉପରେ ତିଆରି ହେଉଛି ଫିଲ୍ମ। ପ୍ରଡ୍ୟୁସର ବବି ବେଦି ଓ ତାଙ୍କ ଭାଣିଜୀ ପୂଜା ବେଦି ବ୍ୟୁଟିସିଆନ ଶହନାଜ ହୁସେନଙ୍କ ଜୀବନୀ ଉପରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଶହନାଜ ଚରିତ୍ର ପାଇଁ ସେମାନେ ପ୍ରଥମେ ପ୍ରିୟଙ୍କାଙ୍କୁ ବାଛି ଥିଲେ। ଏବେ କିନ୍ତୁ ତାଙ୍କ ବଦଳରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେବାକୁ ଯୋଜନା ଚାଲିଛି। ଏହି ଚରିତ୍ର […]

Rakesh Mallick
  • Published: Thursday, 26 October 2017
  • , Updated: 26 October 2017, 12:33 PM IST

ମୁମ୍ବାଇ: ଏବେ ବଲିଉଡ୍‌ରେ ଚାଲିଛି ବାୟୋପିକ୍‌ ଟ୍ରେଣ୍ଡ୍। କ୍ରୀଡ଼ାବିତ,କଳାକାର,ରାଜନେତା ଓ ବିଭିନ୍ନ କ୍ଷେତ୍ରରେ ସଫଳତାର ଶିଖର ଛୁଇଁଥିବା ବ୍ୟକ୍ତିଙ୍କ ଉପରେ ତିଆରି ହେଉଛି ଫିଲ୍ମ। ପ୍ରଡ୍ୟୁସର ବବି ବେଦି ଓ ତାଙ୍କ ଭାଣିଜୀ ପୂଜା ବେଦି ବ୍ୟୁଟିସିଆନ ଶହନାଜ ହୁସେନଙ୍କ ଜୀବନୀ ଉପରେ ଏକ ଫିଲ୍ମ କରିବାକୁ ଯାଉଛନ୍ତି। ଶହନାଜ ଚରିତ୍ର ପାଇଁ ସେମାନେ ପ୍ରଥମେ ପ୍ରିୟଙ୍କାଙ୍କୁ ବାଛି ଥିଲେ। ଏବେ କିନ୍ତୁ ତାଙ୍କ ବଦଳରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନେବାକୁ ଯୋଜନା ଚାଲିଛି। ଏହି ଚରିତ୍ର ପାଇଁ ପୂଜାଙ୍କର ପ୍ରଥମ ପସନ୍ଦ ପ୍ରିୟଙ୍କା ଥିଲେ, କିନ୍ତୁ ତାଙ୍କର ବିଜି ସିଡ୍ୟୁଲକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ବଦଳେଇବାକୁ ପଡ଼ିଛି ବୋଲ ଜଣାପଡ଼ିଛି।

ଏହି ଫିଲ୍ମର ସ୍କ୍ରିପ୍ଟ ଲେଖିଥିବା କମଲେସ ପାଣ୍ଡେ ଏକ ସାକ୍ଷତକାରରେ କହିଥିଲେ ଐଶ୍ୱର୍ଯ୍ୟା ହିଁ ତାଙ୍କର ପ୍ରଥମ ପସନ୍ଦ ଥିଲେ। ଫିଲ୍ମରେ ଶହନାଜଙ୍କ ଭୂମିକାରେ ଅଭିନୟ କରିବା ପାଇଁ  ଜଣେ ଖୁବ୍‌ ଭଲ ଭାବେ ଉର୍ଦ୍ଦୁ କହିପାରୁଥିବା ଦରକାର। ଆଉ ଐଶ୍ୱର୍ଯ୍ୟା ‘ଏ ଦିଲ୍‌ ହେ ମୁସ୍‌କିଲ’ରେ ଖୁବ୍‌ ଭଲ ଉର୍ଦ୍ଦୁ କହିଥିଲେ। ତେଣୁ ଏବେ ଏହି ଚରିତ୍ର ପାଇଁ ଐଶ୍‌ଙ୍କୁ ଆପ୍ରୋଚ୍ କରାଯାଇଛି। ଖାଲି ତାଙ୍କର ହଁ କୁ ଅପେକ୍ଷା କରାଯାଆଇଛି। ଏହି ଫିଲ୍ମ ଶହନାଜ ହୁସେନଙ୍କ ଝିଅ ନିଲୋଫୋରଙ୍କ ବହି  Flame: The Inspiring Life Of My Mother ଉପରେ ଆଧାରିତ। ଫିଲ୍ମରେ ଦେଖିବାକୁ ମିଳିବ କେମିତି ଏକ ମୁସଲମାନ ପରିବାରର ଝିଅ ସଂଘର୍ଷ କରି ବିଉଟି ଦୁନିଆରେ ପାଦ ଦେଇ ପ୍ରସିଦ୍ଧି ହାସଲ କରିଛନ୍ତି।

Related story