ଐଶ୍ୱର୍ଯ୍ୟାଙ୍କୁ ଗର୍ବୀ କହି କରାଗଲା ଟ୍ରୋଲ୍: ଜାଣନ୍ତୁ ଅଭିଷେକ କ'ଣ ଦେଲେ ଉତ୍ତର

ମୁମ୍ବାଇ: ସୋସିଆଲ ମିଡିଆରେ ସିନେ କଳାକାରମାନଙ୍କର ମଜାକ ଉଡାଯିବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି। ପ୍ରତ୍ୟକ ଦିନ କେହି ନା କେହି କଳାକାରଙ୍କ ଜୀବନଶୌଳି କିମ୍ବା ବ୍ୟକ୍ତିଗତ ଜୀବନକୁ ନେଇ ଟ୍ରୋଲ୍ କରୁଛନ୍ତି ବା କଟୁ ମନ୍ତବ୍ୟ ଦେଉଛନ୍ତି। ଏହି ଟ୍ରୋଲ୍‌ରେ ଏବେ ସାମିଲ ହୋଇଛନ୍ତି ଜୁନିୟର ବଚ୍ଚନ ବା ଅଭିଷେକ ବଚ୍ଚନ। କଥାଟି ଟିକେ ଅନ୍ୟ ପ୍ରକାରର। ତାଙ୍କୁ କେହି ଟ୍ରୋଲ୍ କରିନାହାଁନ୍ତି। ଟ୍ରୋଲ୍ ହୋଇଛନ୍ତି ଅଭିଷେକଙ୍କ ଝିଅ ଆରାଧ୍ୟା ଓ ପତ୍ନୀ ଐଶ୍ୱର୍ଯ୍ୟା। […]

abhishek-aishwarya

Rakesh Mallick
  • Published: Wednesday, 06 December 2017
  • , Updated: 06 December 2017, 09:46 AM IST

ମୁମ୍ବାଇ: ସୋସିଆଲ ମିଡିଆରେ ସିନେ କଳାକାରମାନଙ୍କର ମଜାକ ଉଡାଯିବା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି। ପ୍ରତ୍ୟକ ଦିନ କେହି ନା କେହି କଳାକାରଙ୍କ ଜୀବନଶୌଳି କିମ୍ବା ବ୍ୟକ୍ତିଗତ ଜୀବନକୁ ନେଇ ଟ୍ରୋଲ୍ କରୁଛନ୍ତି ବା କଟୁ ମନ୍ତବ୍ୟ ଦେଉଛନ୍ତି। ଏହି ଟ୍ରୋଲ୍‌ରେ ଏବେ ସାମିଲ ହୋଇଛନ୍ତି ଜୁନିୟର ବଚ୍ଚନ ବା ଅଭିଷେକ ବଚ୍ଚନ। କଥାଟି ଟିକେ ଅନ୍ୟ ପ୍ରକାରର। ତାଙ୍କୁ କେହି ଟ୍ରୋଲ୍ କରିନାହାଁନ୍ତି। ଟ୍ରୋଲ୍ ହୋଇଛନ୍ତି ଅଭିଷେକଙ୍କ ଝିଅ ଆରାଧ୍ୟା ଓ ପତ୍ନୀ ଐଶ୍ୱର୍ଯ୍ୟା।

ଗତ ରବିବାର ଦିନ ଟ୍ୱିଟରରେ ଜଣେ ମହିଳା ଆରାଧ୍ୟା କେବେ ସ୍କୁଲ ଯିବେ ବୋଲି ପ୍ରଶ୍ନ କରିଥିଲେ। ସ୍କୁଲ ଯିବେ ନା ସବୁବେଳେ ଗର୍ବୀ ଐଶ୍ୱର୍ଯ୍ୟା ମାଆଙ୍କ ହାତ ଧରି ବୁଲୁଥିବେ ବୋଲି ପ୍ରଶ୍ନ କରିଥିଲେ। ଯାହା ଅଭିଷେକଙ୍କୁ ଆଦୌ ପସନ୍ଦ ଆସିଲାନାହିଁ। ସେ ଟ୍ୱିଟରରେ ଏହାର ପ୍ରତିଉତ୍ତର ରଖିଲେ।

"ମ୍ୟାମ..ଯେତିକି ମୁଁ ଜାଣିଛି ସପ୍ତାହର ଶେଷ ଦିନ ସ୍କୁଲ ବନ୍ଧ ରୁହେ। ଆରାଧ୍ୟା ସ୍କୁଲ ଯାଉଛି। ଆପଣଙ୍କୁ ନିଜ ଟ୍ୱିଟ୍‌ର ସ୍ପେଲିଗଂ ଟିକେ ଯାଞ୍ଚ କରିବା ଦରକାର।"

ନିଜ ଧର୍ମପତ୍ନୀ ଓ ଝିଅକୁ ସୁରକ୍ଷା ଦେବା ପାଇଁ ଅଭିଷେକ ପ୍ରଥମଥର ସାମ୍ନାକୁ ଆସିନାହାଁନ୍ତି। ନିକଟରେ ଐର୍ଯ୍ୟା ଆପତ୍ତିଜନକ ଅବସ୍ଥାରେ ଥିବା ସମୟରେ ଫଟୋ ଉଠାଉଥିବା ଏକ ଫଟୋଗ୍ରାଫରକୁ ସେ ଗାଳି କିରିଥିଲେ।

Related story