ଜାଣନ୍ତୁ ବଲିଉଡ୍‌ର ସଫଳ ଯୋଡିଙ୍କ କାହାଣୀ: ବନ୍ଧୁତ୍ୱରୁ ଆରମ୍ଭ ହୋଇଥିଲା ପ୍ରେମ

ମୁମ୍ବାଇ: ବଲିଉଡରେ ଅନେକ ସୁପରହିଟ ଯୋଡି ଅଛନ୍ତି। ଯେଉଁମାନେ କି ନିଜର ପର୍ସନାଲ ଲାଇଫ ସହ ପ୍ରଫେସନାଲ ଲାଇଫ୍‌ରେ ମଧ୍ୟ ବେଶ ଲୋକପ୍ରିୟ। ସେହି ଯୋଡିମାନଙ୍କ ଭିତରେ କାଜଲ-ଅଜୟଙ୍କ ଯୋଡି ସବୁଠୁ ଆଗରେ। ଏମାନଙ୍କ ମଧ୍ୟରେ ଆଜି ପର୍ଯ୍ୟନ୍ତ କୌଣସି ମତାନ୍ତର ହୋଇନଥିବା କୁହାଯାଏ। ସେମାନଙ୍କ ରିଏଲ ଲାଇଫ୍ ଖୁବ୍ ଭଲ ଚାଲିଛି। ସବୁଠୁ ମଜାକଥା ହେଉଛି ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହେବା ପୂର୍ବରୁ କାଜଲ ଅନ୍ୟ ଜଣଙ୍କ ସହ ଡେଟ କରୁଥିଲେ। ହଲଚଲ ସୁଟିଂ ସମୟରେ ପ୍ରେମ ସମ୍ପର୍କ କିପରି ଭଲ ରହିବ ସେସବୁ ବିଷୟରେ କାଜଲ ଅଜୟଙ୍କ ଠାରୁ ପଚାରି ବୁଝୁଥିଲେ। ଏହାପରେ ବନ୍ଧୁତ୍ୱରୁ ଧିରେ ଧିରେ ପ୍ରେମ ସଂପର୍କ ସୃଷ୍ଟି ହୋଇଥିଲା ଓ ଶେଷରେ ତାହା ବିବାହର ରୂପ ନେଇଥିଲେ। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଏହି ଦୁଇଜଣ କେହି କାହାକୁ ପ୍ରପୋଜ କରିନଥିଲେ।