‘ଆଜିଠାରୁ ମୈଦାନ୍‌ ଆରମ୍ଭ’: ଫୁଟବଲ୍‌ ପାଠ ପଢ଼ାଇବେ ଏହି ଅଭିନେତା

ମୁମ୍ୱାଇ : ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଚକ୍‌ ଦେ ଇଣ୍ଡିଆ’ ପରେ ଏବେ ଅଜୟ ଦେବଗନ୍‌ ମଧ୍ୟ ଖେଳ କୋଚ୍‌ ଭୂମିକାରେ ଅଭିନୟ କରିବେ। ଫିଲ୍ମ ‘ମୈଦାନ୍‌’ରେ ଅଜୟ ଦେବଗନ୍‌ ସୟେଦ୍‌ ଅବଦୁଲ୍‌ ରହିମ୍‌ ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମକୁ ଆସନ୍ତା ବର୍ଷ ରିଲିଜ୍‌ କରିବା ପାଇଁ ଯୋଜନା କରାଯାଇଛି। ସୟେଦ୍‌ ଅବଦୁଲ୍‌ ରହିମ୍‌ ହେଉଛନ୍ତି ଜଣେ ଭାରତୀୟ ଫୁଟବଲ୍‌ କୋଚ୍‌। ସୋମବାର ଅଜୟ ଦେବଗନ୍‌ ସୋଶାଲ ମିଡିଆରେ ଏକ ଫଟୋ ଶେଆର୍‌ କରିଛନ୍ତି। ଯେଉଁଥିରେ […]

foot

foot

Puspanjali Panda
  • Published: Tuesday, 20 August 2019
  • Updated: 20 August 2019, 03:21 PM IST

Sports

Latest News

ମୁମ୍ୱାଇ : ଶାହରୁଖ୍‌ ଖାନ୍‌ଙ୍କ ଫିଲ୍ମ ‘ଚକ୍‌ ଦେ ଇଣ୍ଡିଆ’ ପରେ ଏବେ ଅଜୟ ଦେବଗନ୍‌ ମଧ୍ୟ ଖେଳ କୋଚ୍‌ ଭୂମିକାରେ ଅଭିନୟ କରିବେ। ଫିଲ୍ମ ‘ମୈଦାନ୍‌’ରେ ଅଜୟ ଦେବଗନ୍‌ ସୟେଦ୍‌ ଅବଦୁଲ୍‌ ରହିମ୍‌ ଚରିତ୍ରରେ ଅଭିନୟ କରିବେ। ଏହି ଫିଲ୍ମକୁ ଆସନ୍ତା ବର୍ଷ ରିଲିଜ୍‌ କରିବା ପାଇଁ ଯୋଜନା କରାଯାଇଛି।

ସୟେଦ୍‌ ଅବଦୁଲ୍‌ ରହିମ୍‌ ହେଉଛନ୍ତି ଜଣେ ଭାରତୀୟ ଫୁଟବଲ୍‌ କୋଚ୍‌। ସୋମବାର ଅଜୟ ଦେବଗନ୍‌ ସୋଶାଲ ମିଡିଆରେ ଏକ ଫଟୋ ଶେଆର୍‌ କରିଛନ୍ତି। ଯେଉଁଥିରେ ସେ ଫୁଟବଲ୍‌ ଫଟୋ ସହିତ ଭାରତୀୟ ଫୁଟବଲ୍‌ର ସ୍ୱର୍ଣ୍ଣିମ ଯୁଗ ୧୯୫୨-୧୯୬୨ ବୋଲି ଲେଖିଛନ୍ତି। ଆହୁରି ମଧ୍ୟ କ୍ୟାପସନ୍‌ରେ ଅଜୟ ଦେବଗନ୍‌ ‘ଆଜିଠାରୁ ମୈଦାନ୍‌ ଆରମ୍ଭ’ ବୋଲି ଲେଖିଛନ୍ତି।

https://twitter.com/taran_adarsh/status/1163341028062986240

୧୯୫୦ ମସିହାରେ ସୟଦ୍‌ ଅବଦୁଲ୍‌ ରହିମ୍‌ଙ୍କୁ ଭାରତୀୟ ଫୁଟବଲ୍‌ ଟିମ୍‌ର କୋଚ୍‌ କରାଯାଇଥିଲା। ୧୯୫୧ ମସିହାରେ ଏସିଆନ୍‌ ଗେମ୍ସରେ ଭାରତକୁ ଗୋଲ୍ଡ ଜିତାଇବାରେ ସୟେଦ୍‌ଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା। ଯେଉଁ ସମୟରେ ଭାରତୀୟ ଫୁଟବଲ୍‌ ଟିମ୍‌ ଖାଲି ପାଦରେ ଫୁଟବଲ୍‌ ଖେଳୁଥିଲେ, ସୟଦ୍‌ ସେମାନଙ୍କୁ ଟ୍ରେନିଂ ଦେଉଥିଲେ।

 

୧୯୫୦ ରୁ ୧୯୬୩ ନିଜ ମୃତ୍ୟୁ ପର୍ଯ୍ୟନ୍ତ ସୟଦ୍ ଭାରତୀୟ ଫୁଟବଲ୍‌ କୋଚ୍‌ ଓ ଭାରତୀୟ ରାଷ୍ଟ୍ରୀୟ ଟିମ୍‌ରେ ପ୍ରବନ୍ଧକ ମଧ୍ୟ ରହିଥିଲେ। ତାଙ୍କୁ ଆଧୁନିକ ଭାରତୀୟ ଫୁଟବଲ୍‌ର ବାସ୍ତୁକାର ବା ଆର୍କିଟେକ୍ଟ ବୋଲି କୁହାଯାଇଥାଏ।

୧୯୬୩ରେ କ୍ୟାନସରରେ ପୀଡ଼ିତ ହୋଇ ତାଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ଭାରତୀୟ ଫୁଟବଲ୍‌ ପ୍ରତି ଥିବା ତାଙ୍କର ଅବଦାନ ପାଇଁ ସେ ସର୍ବଦା ଅମର ହୋଇ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos