ବାବା ରାମଦେବଙ୍କ ଉପରେ ବାୟୋପିକ୍ ନିର୍ମାଣ କରିବେ ଅଜୟ ଦେବଗନ

ବଲିଉଡ୍ରେ ଏବେ ଚାଲିଛି ବାୟୋପିକ୍ ଟ୍ରେଣ୍ଡ  କୁସ୍ତିଯୋଦ୍ଧା ମାରିକମ୍ ଓ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଉପରେ ନିର୍ମିତ ଫିଲ୍ମ ଦର୍ଶକଙ୍କ ଭିତରେ ବେଶ୍ ଲୋକପ୍ରିୟ ହୋଇଥିବା ଦେଖିବାକୁ ମିଳିଛି। ଏହି ଟ୍ରେଣ୍ଡରେ ନିଜକୁ ସାମିଲ୍ କରିଛନ୍ତି ବିଶିଷ୍ଟ ଅଭିନେତା ଓ ନିର୍ମାତା ଅଜୟ ଦେବଗନ୍। ତେବେ ସେ ଫିଲ୍ମ ତିଆରି ନ କରି ନିର୍ମାଣ କରିବେ ଟିଭି ସିରିୟଲ। ତାଙ୍କ ଫିଲ୍ମ ଡିଜିଟାଲ ଓ ସୋସିଆଲ୍ ମିଡିଆରେ ଜରିଆରେ ଏହା ପ୍ରସାରିତ ହେବ।

ତେବେ ତାଙ୍କର ଏହି ବାୟୋପିକ୍ ନିର୍ମାଣକୁ ନେଇ ଯେତେ ଚର୍ଚ୍ଚା ହେଉନି, ସେ ଯାହା ଉପରେ ଫିଲ୍ମ କରିବେ ତାକୁ ନେଇ ବେଶୀ ଚର୍ଚ୍ଚା ଚାଲିଛି। ସେ କାହା ଉପରେ ବାୟୋପିକ୍ ନିର୍ମାଣ କରିବେ ଜାଣନ୍ତି ? ବିଶିଷ୍ଟ ଯୋଗଗୁରୁ ରାମଦେବ। ରାମଦେବ ବାବାଙ୍କ ଜୀବନୀ ଓ ଚରିତ୍ରକୁ ନେଇ ସେ ନିର୍ମାଣ କରିବାକୁ ଯାଉଥିବା ବାୟୋପିକ୍‌ର ନାଁ ହେଲା- ‘ବାବା ରାମଦେବ: ଦ ଅନ୍ଟୋଲଡ୍ ଷ୍ଟୋରୀ’।

ରାମଦେବ ଜଣେ ସାଧାରଣ ପରିବାରରୁ ଆସି ପ୍ରଥମେ ଯୋଗଗୁରୁ ଓ ପରେ କିପରି ଅନ୍ତରାଷ୍ଟ୍ରୀୟ ସ୍ତରରେ ନାଁ କରି ପାରିଛନ୍ତି ତା ଉପରେ କାହାଣୀ ଗତି କରିବ। ୨୦୦୩ରେ ଏକ ଘରୋଇ ଆଧ୍ୟାତ୍ମିକ ଚ୍ୟାନେଲରେ ଯୋଗ ଶିଖେଇବାରୁ କ୍ୟାରିୟର ଆରମ୍ଭ କରିଥିଲେ ଯୋଗଗୁରୁ ବାବା ରାମଦେବ। ଧୀରେ ଧୀରେ ସେ ଲୋକପ୍ରିୟ ହୋଇଥିଲେ। ଅଜୟଙ୍କ ବିଶ୍ୱାସ ରହିଛି, ଦର୍ଶକ ଏହି ସିରିୟଲକୁ ଖୁବ ପସନ୍ଦ କରିବେ।