ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛନ୍ତି ଖିଲାଡ଼ି

ମୁମ୍ବାଇ: ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ ‘ପ୍ୟାଡ୍ ମ୍ୟାନ’ ନିକଟରେ ରିଲିଜ୍‌ ହେବାର ଅଛି। ତା’ ପୂର୍ବରୁ ତାଙ୍କର ଆଉ ଏକ ଫିଲ୍ମ ‘କେଶରୀ’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଅକ୍ଷୟଙ୍କର ଏହି ଲୁକ୍‌ ଖୁବ୍‌  ଭିନ୍ନ। ଫଟୋରେ ସେ ଏକ ପଗଡିରେ ନଜର ଆସୁଛନ୍ତି। ଅକ୍ଷୟ ନିଜ ଟ୍ୱିଟର ପେଜ୍‌ରେ ତାଙ୍କର ସେହି ଲୁକ୍‌କୁ ସେୟାର କରିଥିଲେ। ସେ ଲେଖିଥିଲେ, ‘ମୁଁ ଏହି ଫଟୋ ସେୟାର କରି ବହୁତ ଗର୍ବ ଅନୁଭବ କରୁଛି।  ମୁଁ […]

akhi

Rakesh Mallick
  • Published: Saturday, 06 January 2018
  • , Updated: 06 January 2018, 12:18 PM IST

ମୁମ୍ବାଇ: ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କ ଫିଲ୍ମ 'ପ୍ୟାଡ୍ ମ୍ୟାନ' ନିକଟରେ ରିଲିଜ୍‌ ହେବାର ଅଛି। ତା’ ପୂର୍ବରୁ ତାଙ୍କର ଆଉ ଏକ ଫିଲ୍ମ ‘କେଶରୀ’ର ଫାଷ୍ଟ ଲୁକ୍‌ ରିଲିଜ୍‌ ହୋଇଛି। ଅକ୍ଷୟଙ୍କର ଏହି ଲୁକ୍‌ ଖୁବ୍‌  ଭିନ୍ନ। ଫଟୋରେ ସେ ଏକ ପଗଡିରେ ନଜର ଆସୁଛନ୍ତି। ଅକ୍ଷୟ ନିଜ ଟ୍ୱିଟର ପେଜ୍‌ରେ ତାଙ୍କର ସେହି ଲୁକ୍‌କୁ ସେୟାର କରିଥିଲେ। ସେ ଲେଖିଥିଲେ, ‘ମୁଁ ଏହି ଫଟୋ ସେୟାର କରି ବହୁତ ଗର୍ବ ଅନୁଭବ କରୁଛି।  ମୁଁ ଏହି ବର୍ଷର ଆରମ୍ଭରେ ଏକ ଗୁରୁତ୍ୱପୂର୍ଣ୍ଣ କାହାଣୀ ଉପରେ ପର୍ଯ୍ୟବେଶିତ ‘କେଶରୀ’ରେ କାମ କରୁଛି।  ଏହା ମୋ ପାଇଁ ଏକ ବଡ ପ୍ରୋଜେକ୍ଟ। ମତେ ସମସସ୍ତଙ୍କ ଶୁଭକାମନା ଆବଶ୍ୟକ।’

କୁହାଯାଉଛି ଅକ୍ଷୟ ଶୁକ୍ରବାରରୁ କରଣ ଜୋହରଙ୍କ ପ୍ରଯୋଜନାରେ ଫିଲ୍ମ ‘କେଶରୀ’ର ସୁଟିଂ ଆରମ୍ଭ କରିସାରିଛନ୍ତି। ଅକ୍ଷୟ ତାଙ୍କ ଏହି ପ୍ରୋଜେକ୍ଟ ବିଷୟରେ ୨୦୧୭ ରେ ଘୋଷଣା କରିଥିଲେ। ସେହି ସମୟରେ କରଣ ଜୋହର ଓ ସଲମାନ ଖାନ୍‌ଙ୍କ ମିଳିତ ପ୍ରଯୋଜନାରେ ଫିଲ୍ମ ତିଆରି ହୋଇଥାଆନ୍ତା। କିନ୍ତୁ ଶେଷରେ ସଲମାନ୍‌ ମନା କରିଦେଇଥିଲେ। ଏହି ଫିଲ୍ମଟି ସାରଗାଢୀ ଯୁଦ୍ଧ ଉପରେ ପର୍ଯ୍ୟବସିତ। ଫିଲ୍ମରେ ଅକ୍ଷୟ ଲିଡ୍‌ ରୋଲରେ ଅଛନ୍ତି।

ଶୁଣିବାକୁ ମିଳିଛି ସାରଗାଢୀ ଯୁଦ୍ଧକୁ ନେଇ ବଲିଉଡ୍‌ରେ ତିନି ତିନୋଟି ଫିଲ୍ମ ରିଲିଜ୍‌ ହେବାକୁ ଯାଉଛି। କେଶରୀରେ ଅକ୍ଷୟ, ଦ୍ୱିତୀୟ ଫିଲ୍ମରେ ରଣଦୀପ୍‌ ହୁଡ୍ଡା ଲିଡ୍‌ରେ ଅଛନ୍ତି ଓ ତୃତୀୟରେ ଅଜୟ ଦେବଗନ୍‌ ସାରଗଢୀର ଯୁଦ୍ଧ କରିବା ନଜର ଆସିବେ। ଏବେ ଦେଖିବା ବାକି ରହିଲା ବକ୍ସ ଅଫିସ୍‌ରେ କିଏ କମାଲ କରୁଛି।

Related story