ମେଡିଟେସନ୍‌ ପାଇଁ କେରଳ ପହଞ୍ଚିଲେ ଅକ୍ଷୟ

ମୁମ୍ୱାଇ: ନୂଆବର୍ଷର ଉତ୍ସବ ପାଳନ ସାରିବା ପରେ ଏବେ ଅକ୍ଷୟ କୁମାର ମେଡିଟେସନ ପାଇଁ କେରଳରେ ପହଞ୍ଚିଛନ୍ତି। ପ୍ରତିବର୍ଷ ଅକ୍ଷୟ ମେଡିଟେସନ ପାଇଁ ନିଜ ପରିବାର ଠାରୁ ଓ ଏପରିକି ଫୋନ୍‌ ଠାରୁ ମଧ୍ୟ ଦୂରକୁ ଯାଇଥାନ୍ତି। ଏଥର ସେ କେରଳର କୋଚୀ ସହରଠାରୁ ଅଢ଼େଇ ଘଣ୍ଟାର ଦୂରକୁ ଯାଇଛନ୍ତି। ଏହି ଜାଗାରେ ସେ ୧୫ଦିନ ମେଡିଟେସନ କରିବା ପରେ ୧୮ ଜାନୁଆରୀରେ ଫେରିବେ। ଏହାପରେ ସେ ‘ଜଲିଏଲ୍‌ଏଲ୍‌ବି-୨’ର ପ୍ରମୋଶନରେ ବ୍ୟସ୍ତ ରହିବେ। ‘ଜଲିଏଲ୍‌ଏଲ୍‌ବି-୨’ ଫେବୃଆରୀ୧୦ ରେ […]

akhya-kumar

Rakesh Mallick
  • Published: Monday, 09 January 2017
  • , Updated: 09 January 2017, 01:13 PM IST

ମୁମ୍ୱାଇ: ନୂଆବର୍ଷର ଉତ୍ସବ ପାଳନ ସାରିବା ପରେ ଏବେ ଅକ୍ଷୟ କୁମାର ମେଡିଟେସନ ପାଇଁ କେରଳରେ ପହଞ୍ଚିଛନ୍ତି। ପ୍ରତିବର୍ଷ ଅକ୍ଷୟ ମେଡିଟେସନ ପାଇଁ ନିଜ ପରିବାର ଠାରୁ ଓ ଏପରିକି ଫୋନ୍‌ ଠାରୁ ମଧ୍ୟ ଦୂରକୁ ଯାଇଥାନ୍ତି।

ଏଥର ସେ କେରଳର କୋଚୀ ସହରଠାରୁ ଅଢ଼େଇ ଘଣ୍ଟାର ଦୂରକୁ ଯାଇଛନ୍ତି। ଏହି ଜାଗାରେ ସେ ୧୫ଦିନ ମେଡିଟେସନ କରିବା ପରେ ୧୮ ଜାନୁଆରୀରେ ଫେରିବେ। ଏହାପରେ ସେ ‘ଜଲିଏଲ୍‌ଏଲ୍‌ବି-୨’ର ପ୍ରମୋଶନରେ ବ୍ୟସ୍ତ ରହିବେ। ‘ଜଲିଏଲ୍‌ଏଲ୍‌ବି-୨’ ଫେବୃଆରୀ୧୦ ରେ ରିଲିଜ ହେବ।

ଖବର ମୁତାବକ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମର ପ୍ରଯୋଜକ ତାଙ୍କ ପତ୍ନୀ ଟ୍ୱିଙ୍କଲ ଖାନ୍ନା ହେବେ। ଟ୍ୱିଙ୍କଲଙ୍କ ପ୍ରଯୋଜନାରେ ନିର୍ମାଣ ହେବାକୁ ଥିବା ଫିଲ୍ମର ନାମ ‘ପ୍ୟାଡ୍‌ ମ୍ୟାନ୍‌’ ରଖାଯାଇଛି।

Related story