ନିର୍ଦ୍ଦେଶକଙ୍କ ଉପରେ ଅକ୍ଷୟ ଖପ୍ପା; ଛାଡିଲେ ଫିଲ୍ମ

ମୁମ୍ବାଇ: ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କୁ ମଲ୍ଟି ଟାଲେଣ୍ଟେଡ୍‌ କହିଲେ ଅତ୍ୟୁକ୍ତି ହେବନାହିଁ। ସବୁ ଚରିତ୍ରରେ ସେ ନିଜର ବେଷ୍ଟ୍‌ ଦେଇଥାନ୍ତି। ନିକଟରେ ତାଙ୍କ ଫିଲ୍ମ ‘ଟଏଲେଟ୍‌ ଏକ ପ୍ରେମ୍‌ କଥା’ ବେଶ୍‌ ସଫଳତା ହାସଲ କରିଥିଲା। ଆସନ୍ତା ବର୍ଷ ମଧ୍ୟ ତାଙ୍କର ତିନୋଟି ବଡ଼ ବଜେଟ୍‌ର ଫିଲ୍ମ ‘ଗୋଲ୍ଡ’, ‘ପେଡ୍‌ମେନ୍‌’ ଓ ‘2.0’ ରିଲିଜ୍‌ ହେବାର ଅଛି। ଖବର ଅନୁସାରେ ଆସନ୍ତା ବର୍ଷ ତାଙ୍କୁ ଆଉ ଏକ ଫିଲ୍ମ ‘ମୋଗୁଲ’ ରେ ଅଭିନୟ କରିବାକୁ ପ୍ରସ୍ତାବ […]

akhya

Rakesh Mallick
  • Published: Sunday, 10 December 2017
  • , Updated: 10 December 2017, 01:25 PM IST

ମୁମ୍ବାଇ: ବଲିଉଡ୍‌ ଖିଲାଡି ଅକ୍ଷୟ କୁମାରଙ୍କୁ ମଲ୍ଟି ଟାଲେଣ୍ଟେଡ୍‌ କହିଲେ ଅତ୍ୟୁକ୍ତି ହେବନାହିଁ। ସବୁ ଚରିତ୍ରରେ ସେ ନିଜର ବେଷ୍ଟ୍‌ ଦେଇଥାନ୍ତି। ନିକଟରେ ତାଙ୍କ ଫିଲ୍ମ ‘ଟଏଲେଟ୍‌ ଏକ ପ୍ରେମ୍‌ କଥା’ ବେଶ୍‌ ସଫଳତା ହାସଲ କରିଥିଲା। ଆସନ୍ତା ବର୍ଷ ମଧ୍ୟ ତାଙ୍କର ତିନୋଟି ବଡ଼ ବଜେଟ୍‌ର ଫିଲ୍ମ ‘ଗୋଲ୍ଡ’, ‘ପେଡ୍‌ମେନ୍‌’ ଓ ‘2.0’ ରିଲିଜ୍‌ ହେବାର ଅଛି।

ଖବର ଅନୁସାରେ ଆସନ୍ତା ବର୍ଷ ତାଙ୍କୁ ଆଉ ଏକ ଫିଲ୍ମ ‘ମୋଗୁଲ’ ରେ ଅଭିନୟ କରିବାକୁ ପ୍ରସ୍ତାବ ଦିଆଯାଇଥିଲା। ଫିଲ୍ମଟି ସଙ୍ଗୀତକାର ଗୁଲଶନ୍‌ କୁମାର ଜୀବନ ଉପରେ ଆଧାରିତ। ଅକ୍ଷୟ ପ୍ରଥମେ ଏଥିରେ ଅଭିନୟ କରିବାକୁ ରାଜି ହୋଇଥିଲେ। ସେ ସେହି ଫିଲ୍ମର ପୋଷ୍ଟରକୁ ସୋସିଆଲ ମିଡ଼ିଆରେ ସେଆର ମଧ୍ୟ କରିଥିଲେ। କିନ୍ତୁ ଏବେ ଖବର ଆସିଛି ଅକ୍ଷୟ ଏଥିରେ ଅଭିନୟ କରିବାକୁ ମନା କରି ଦେଇଛନ୍ତି।

ରିପୋର୍ଟ ମୁତାବକ ନିର୍ମାତା ଓ ଅକ୍ଷୟଙ୍କ ମଧ୍ୟରେ ମତାନ୍ତର ହୋଇଛି। କଥା ହେଉଛି ନିର୍ଦ୍ଦେଶକ ସୁଭାଷ କପୁରଙ୍କ ସ୍କ୍ରିପ୍ଟକୁ ନେଇ କିଛି ସମସ୍ୟା ଥିଲା। ଅକ୍ଷୟ  ସ୍କ୍ରିପ୍ଟ ବଦଲେଇବାକୁ କହିଥିଲେ। କିନ୍ତୁ ସୁଭାଷ ଏଥିରେ ରାଜି ହୋଇ ନଥିଲେ। ସେଥିପାଇଁ ଅକ୍ଷୟ ଏହି ଫିଲ୍ମରୁ ବାହାରିଯିବା ଠିକ୍‌ ଭାବିଥିଲେ। କିନ୍ତୁ ଏ ବିଷୟରେ ଏପର୍ଯ୍ୟନ୍ତ  ଆନୁଷ୍ଠାନିକ ଭାବେ କିଛି ଘୋଷଣା କରାଯାଇନାହିଁ।

ପୂର୍ବରୁ ଅକ୍ଷୟ ଓ ସୁଭାଷ କପୁର ‘ଜଲି ଏଲ୍‌ଏଲ୍‌ବି-୨’ ଭଳି ହିଟ୍‌ ଫିଲ୍ମ ଦେଇଛନ୍ତି।

Related story