ମୁମ୍ବାଇ: ବେଙ୍ଗଲୁରୁରେ ମହିଳାଙ୍କୁ ଅସଦାଚାରଣ ଘଟଣାରେ ଆମୀରଙ୍କ ପରେ ଏବେ ଅକ୍ଷୟ କୁମାର କ୍ଷୋଭ ପ୍ରକାଶ କରିଛନ୍ତି। ସେ ଏକ ଭିଡିଓ ଜରିଆରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ନିଜର ଫେସ୍ବୁକ୍ ପେଜ୍ରେ ସେ ଏହି ଭିଡିଓକୁ ପୋଷ୍ଟ୍ କରିଛନ୍ତି।
ଏହି ଭିଡିଓରେ ସେ ଆଘାତ ପାଇଥିବା ମହିଳାଙ୍କ ପ୍ରତି ଦୁଃଖ ପ୍ରକାଶ କରିବା ସହ ମହିଳାଙ୍କ ପୋଷାକକୁ ନେଇ ପ୍ରଶ୍ନ ଉଠାଇଥିବା ଲୋକମାନଙ୍କୁ ସମାଲୋଚନା କରିଛନ୍ତି। ମହିଳାମାନେ ମାର୍ସାଲ ଆର୍ଟର କିଛି କୌଶଳ ଶିଖି ନିଜର ସୁରକ୍ଷା ନିଜ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ଅକ୍ଷୟଙ୍କ ଏହି ଭିଡିଓ ବର୍ତ୍ତମାନ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇ ସାରିଛି।