ରାସ୍ତାରୁ ଅଳିଆ ଗୋଟାଇଲେ ଅକ୍ଷୟ

ମୁମ୍ବାଇ: ସାମାଜିକ ସଚେତନତାକରୀ ଫିଲ୍ମ ପାଇଁ ଅକ୍ଷୟ ବେଶ୍ ପରିଚିତ।  ନିକଟରେ ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ‘ଟଏଲେଟ୍ ଏକ୍ ପ୍ରେମ୍ କଥା’ ଫିଲ୍ମରେ ଅଭିନୟ କରିଥିଲେ ଅକ୍ଷୟ। ଏହାତ ରିଲ୍‌ ଲାଇଫ୍‌ କଥା। ଏବେ ସେ ରିୟଲ ଲାଫ୍‌ରେ ସଚେତନତା କାମ କରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଅପ୍‌କମିଂ ଫିଲ୍ମ୍ ‘ଗୋଲ୍ଡ’ର ସୁଟିଂ ସମୟରେ ରାସ୍ତାରେ ପଡିଥିବା ଅଳିଆକୁ ନିଜ ଅକ୍ଷୟ ସଫା କରିଛନ୍ତି। ଅନ୍ଧେରୀ ଷ୍ଟୁଡିଓରେ ଫିଲ୍ମର ସୁଟିଂ ଚାଲିଥିଲା। ଷ୍ଟୁଡିଓକୁ ଲାଗି ବହୁତ […]

Rakesh Mallick
  • Published: Wednesday, 25 October 2017
  • , Updated: 25 October 2017, 10:41 PM IST

ମୁମ୍ବାଇ: ସାମାଜିକ ସଚେତନତାକରୀ ଫିଲ୍ମ ପାଇଁ ଅକ୍ଷୟ ବେଶ୍ ପରିଚିତ।  ନିକଟରେ ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ‘ଟଏଲେଟ୍ ଏକ୍ ପ୍ରେମ୍ କଥା’ ଫିଲ୍ମରେ ଅଭିନୟ କରିଥିଲେ ଅକ୍ଷୟ। ଏହାତ ରିଲ୍‌ ଲାଇଫ୍‌ କଥା। ଏବେ ସେ ରିୟଲ ଲାଫ୍‌ରେ ସଚେତନତା କାମ କରି ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କର ଅପ୍‌କମିଂ ଫିଲ୍ମ୍ ‘ଗୋଲ୍ଡ’ର ସୁଟିଂ ସମୟରେ ରାସ୍ତାରେ ପଡିଥିବା ଅଳିଆକୁ ନିଜ ଅକ୍ଷୟ ସଫା କରିଛନ୍ତି।

ଅନ୍ଧେରୀ ଷ୍ଟୁଡିଓରେ ଫିଲ୍ମର ସୁଟିଂ ଚାଲିଥିଲା। ଷ୍ଟୁଡିଓକୁ ଲାଗି ବହୁତ ଅଳିଆ ପଡିଥିଲା, ଯାହା ଉପରେ ଅକ୍ଷୟଙ୍କ ନଜର ପଡିବା ମାତ୍ରେ ସେ ବ୍ୟତିବ୍ୟସ୍ତ ହୋଇପଡିଥିଲେ। ପରେ ସେ ତାଙ୍କ ଟିମ୍‌ ସହ ସେଠାକୁ ଯାଇ ସବୁ ଅଳିଆ ସଫା କରିଥିଲେ।

‘ଗୋଲ୍ଡ’ରେ ଅକ୍ଷୟଙ୍କୁ ଜଣେ ହକି ଖେଳାଳି ଭାବେ ଦେଖିବାକୁ ମିଳିବ। ୧୯୪୮ ଅଲିମ୍ପିକ୍‌ରେ ଭାରତୀୟ ହକି ଦଳ ସ୍ୱର୍ଣ୍ଣ ପଦକ ଜିତିବା ଉପରେ ଫିଲ୍ମଟି ନିର୍ମାଣ କରାଯାଉଛି। ଆସନ୍ତାବର୍ଷ ଏହା ରିଲିଜ ହେବ।

Related story