ପର୍ସରେ କାହାର ଫଟୋ ରଖନ୍ତି ଅକ୍ଷୟ: ପତ୍ନୀ, ପିଲା, ନା ଆଉ କାହାର

ମୁମ୍ବାଇ: କେମେଡି ହେଉ କି ଲଭ୍‌ ସିନ୍‌ ଅଥବା ସିରିୟସ ରୋଲ୍‌ ସବୁଥିରେ ମାଷ୍ଟର ହେଉଛନ୍ତି ଖିଲାଡୀ କୁମାର ଅକ୍ଷୟ। ନିଜ ଚରିତ୍ରକୁ ପରଦାରେ ଫୁଟାଇବାରେ ବେଶ ଧୂରନ୍ଦର ଏହି କଳାକାର। ଅନ୍ୟମାନଙ୍କ ପରି ଅକ୍ଷୟ ମଧ୍ୟ ପର୍ସ ବ୍ୟବହାର କରନ୍ତି। ଥରେ ଭାବନ୍ତୁ ତ ଏହି ପର୍ସରେ ସେ କାହାର ଫଟୋ ରଖୁଥିବେ। ପତ୍ନୀ ଟ୍ୱିଙ୍କିଲ ନା ପିଲାଙ୍କ ଫଟୋ। ନା ଆଉ କାହାର ଫଟୋ। ଆସନ୍ତୁ ଜାଣିବା ଅକ୍ଷୟ ପର୍ସରେ କାହାର ଫଟୋ ରଖନ୍ତି […]

Rakesh Mallick
  • Published: Tuesday, 19 September 2017
  • , Updated: 19 September 2017, 10:10 AM IST

ମୁମ୍ବାଇ: କେମେଡି ହେଉ କି ଲଭ୍‌ ସିନ୍‌ ଅଥବା ସିରିୟସ ରୋଲ୍‌ ସବୁଥିରେ ମାଷ୍ଟର ହେଉଛନ୍ତି ଖିଲାଡୀ କୁମାର ଅକ୍ଷୟ। ନିଜ ଚରିତ୍ରକୁ ପରଦାରେ ଫୁଟାଇବାରେ ବେଶ ଧୂରନ୍ଦର ଏହି କଳାକାର। ଅନ୍ୟମାନଙ୍କ ପରି ଅକ୍ଷୟ ମଧ୍ୟ ପର୍ସ ବ୍ୟବହାର କରନ୍ତି। ଥରେ ଭାବନ୍ତୁ ତ ଏହି ପର୍ସରେ ସେ କାହାର ଫଟୋ ରଖୁଥିବେ। ପତ୍ନୀ ଟ୍ୱିଙ୍କିଲ ନା ପିଲାଙ୍କ ଫଟୋ। ନା ଆଉ କାହାର ଫଟୋ। ଆସନ୍ତୁ ଜାଣିବା ଅକ୍ଷୟ ପର୍ସରେ କାହାର ଫଟୋ ରଖନ୍ତି ଓ କାହିଁକି ରଖନ୍ତି।

ଲୋକେ ନିଜ ପର୍ସରେ ବାପାମାଆ, ପିଲା କିମ୍ବା ପତ୍ନୀଙ୍କ ଫଟୋ ରଖନ୍ତି। ହେଲେ ଅକ୍ଷୟ ନିଜ ପର୍ସରେ ଦୁନିଆର ସବୁଠାରୁ ଲୋକପ୍ରିୟ କମେଡିୟାନ ଚାର୍ଲି ଚପୋଲିନଙ୍କ ଫଟୋ ରଖନ୍ତି। ଅକ୍ଷୟ ଚାର୍ଲିଙ୍କ ବଡ଼ ପ୍ରଶଂସକ। ଚାର୍ଲିଙ୍କୁ ସେ ଗୁରୁ ଭଳି ମାନନ୍ତି। ସୁଟିଂ ସେଟ୍‌କୁ ଯିବା ବେଳେ ସେ ଚାର୍ଲିଙ୍କ ଫଟୋ ନେବାକୁ କେବ ବି ଭୁଲି ନଥାନ୍ତି।

ଅକ୍ଷୟଙ୍କ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଆମ ପାଖରେ ଅଛି। ଶୀଘ୍ର ଅକ୍ଷୟ ଛୋଟ ପରଦାକୁ କମ୍‌ବ୍ୟାକ୍‌ କରୁଛନ୍ତି। କମେଡି ଶୋ’ ‘ଦି ଗ୍ରେଟ୍‌ ଇଣ୍ଡିଆନ ଲାଫଟର ଚ୍ୟାଲେଞ୍ଜ’କୁ ହୋଷ୍ଟ କରିବାକୁ ଯାଉଛନ୍ତି ଅକ୍ଷୟ।

Related story