ଅକ୍ଷୟଙ୍କୁ ବିବାହ ପାଇଁ ଟ୍ୱିଙ୍କଲ ରଖିଥିଲେ ଅଜବ ସର୍ତ୍ତ, କ’ଣ ଥିଲା ଜାଣନ୍ତୁ  

ନୂଆଦିଲ୍ଲୀ : ବଲିଉଡର ଖୁସି ଦମ୍ପତ୍ତି ଭାବେ ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନା ବେଶ ପରିଚିତ।  କିନ୍ତୁ ସେମାନଙ୍କର ପ୍ରେମ ସମ୍ପର୍କର କାହାଣୀ କେବେ ଓ କେଉଁଠୁ ଆରମ୍ଭ ହେଲା ତାହା ଖୁବ୍ କମ ଲୋକ ଜାଣନ୍ତି । ପ୍ରଥମ ଦେଖା ଅକ୍ଷୟ ଓ ଟ୍ୱିଙ୍କଲଙ୍କ ଦେଖା ଏକ ସୁଟିଙ୍ଗ ସେଟରେ ହୋଇଥିଲା।  ଏକ ଆଉଟଡୋର ସୁଟିଙ୍ଗ ପାଇଁ ଦୁଇ ଜଣଙ୍କୁ ୧୫ଦିନ ସାଙ୍ଗରେ ରହିବାର ଥିଲା । ନିକଟରେ ଏକ ସାକ୍ଷାତକାରରେ ଟ୍ୱିଙ୍କଲ ଏସମ୍ପର୍କରେ […]

Rakesh Mallick
  • Published: Tuesday, 12 September 2017
  • , Updated: 12 September 2017, 04:09 PM IST

ନୂଆଦିଲ୍ଲୀ : ବଲିଉଡର ଖୁସି ଦମ୍ପତ୍ତି ଭାବେ ଅକ୍ଷୟ କୁମାର ଓ ଟ୍ୱିଙ୍କଲ ଖାନା ବେଶ ପରିଚିତ।  କିନ୍ତୁ ସେମାନଙ୍କର ପ୍ରେମ ସମ୍ପର୍କର କାହାଣୀ କେବେ ଓ କେଉଁଠୁ ଆରମ୍ଭ ହେଲା ତାହା ଖୁବ୍ କମ ଲୋକ ଜାଣନ୍ତି ।

ପ୍ରଥମ ଦେଖା

ଅକ୍ଷୟ ଓ ଟ୍ୱିଙ୍କଲଙ୍କ ଦେଖା ଏକ ସୁଟିଙ୍ଗ ସେଟରେ ହୋଇଥିଲା।  ଏକ ଆଉଟଡୋର ସୁଟିଙ୍ଗ ପାଇଁ ଦୁଇ ଜଣଙ୍କୁ ୧୫ଦିନ ସାଙ୍ଗରେ ରହିବାର ଥିଲା । ନିକଟରେ ଏକ ସାକ୍ଷାତକାରରେ ଟ୍ୱିଙ୍କଲ ଏସମ୍ପର୍କରେ ଖୋଲାସା କରିଛନ୍ତି।  ଏହି ୧୫ ଦିନ ସୁଟିଙ୍ଗ ପରେ ଟ୍ୱିଙ୍କଲକୁ କେବେ ଲାଗି ନଥିଲା କି ଅକ୍ଷୟଙ୍କ ସହ ତାଙ୍କର ପୁଣି କେବେ ଦେଖା ହେବ ।  ସେହିପରି ପ୍ରଥମ ଥର ଯ଼େତବେଳେ  ଅକ୍ଷୟ ଟ୍ୱିଙ୍କଲଙ୍କ ମା’ଙ୍କ ସହ ଦେଖା କରିଥିଲେ ଟ୍ୱିଙ୍କଲଙ୍କ ମାଆ ତାଙ୍କୁ ସମଲିଙ୍ଗୀ ଭାବୁଥିଲେ।

ବିବାହ ସର୍ତ୍ତ

ଉଭୟଙ୍କ ମଧ୍ୟରେ ବନ୍ଧୁତା ବଢିବା ପରେ ଅକ୍ଷୟ ଟ୍ୱିଙ୍କଲଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।  କିନ୍ତୁ ଟ୍ୱିଙ୍କଲ ସେ ସମୟରେ ନିଜ କ୍ୟାରିଅର ଉପରେ ଅଧିକ ଧ୍ୟାନ ଦେଉଥିଲେ ଓ ସେ ସମୟରେ ତାଙ୍କ ଫିଲ୍ମ ‘ମେଳା’ର ସୁଟିଙ୍ଗ ଚାଲିଥିଲା। ସେସମୟରେ ଟ୍ୱିଙ୍କଲ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରି ନ ଥିଲେ।  କହିଥିଲେ ଯ଼ଦି ‘ମେଳା’ ଫିଲ୍ମ ଫ୍ଳପ ହେଲା ତେବେ ସେ ତାଙ୍କୁ ବିବାହ କରିବେ।

କିନ୍ତୁ ତାଙ୍କର ବିଶ୍ୱାସ ଥିଲା ଏହି ଫିଲ୍ମ ହିଟ୍ ହେବ। ଭାବିଥିଲେ ତାଙ୍କ କ୍ୟାରିଅର ଉପରେ ଧ୍ୟାନ ଦେବେ।  ହେଲେ ସେମତି କିଛି ଘଟିଲାନି। ଓଲଟି ‘ମେଳା’ ରିଳିଜ ହେବାର ୩ଦିନ ପରେ ଟ୍ୱିଙ୍କଲ ନିଜ ତରଫରୁ ଅକ୍ଷୟଙ୍କୁ ଫୋନ କରି ବିବାହ ପାଇଁ କହିଥିଲେ। କାରଣ ଏହି ଚଳଚ୍ଚିତ୍ର ସେତେଟା ସଫଳ ହୋଇ ନ ଥିଲା।

 ଲେଖାଲେଖିରେ ପାରଙ୍ଗମ

ଟ୍ୱିଙ୍କଲଙ୍କ ଫିଲ୍ମ କ୍ୟାରିଅର ଭଲଭାବରେ ଆଗକୁ ବଢି ନ ଥିଲା ସତ କିନ୍ତୁ ସେ  ଲେଖାଲେଖିରେ ବେଶ ପାରଙ୍ଗମ ଥିଲେ। ବିଭିନ୍ନ ଖବରକାଗଜରେ ଟ୍ୱିଙ୍କଲଙ୍କ ବିଭିନ୍ନ ପ୍ରକାର ପ୍ରବନ୍ଧ ଏବଂ ଗପ ପ୍ରକାଶ ପାଏ। ତେବେ ଏହି ଲେଖା ପ୍ରକାଶ ପରେ ଟ୍ୱିଙ୍କଲ ଏହାକୁ ପଢି ଅକ୍ଷୟଙ୍କୁ ଶୁଣାଇଥାଆନ୍ତି। ଶୁଣିବା ପରେ  ସ୍କୁଲ ଶିକ୍ଷକ ପରି ଅକ୍ଷୟ ତାଙ୍କୁ  ମାର୍କ ଦେଇଥାଆନ୍ତି।

Related story