ୟୁଥ୍‌ଙ୍କୁ ଆଲିଆଙ୍କ ଚିଠି; ସୁନ୍ଦର ଜୀବନକୁ ଉପଭୋଗ କର

ମୁମ୍ବାଇ:  ବଲିଉଡ୍‌ର ୟଙ୍ଗ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଜଣେ। ବହୁତ କମ୍‌ ଦିନରେ ବଲିଉଡ୍‌ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ଜାଗା ବନାଇବାରେ ସେ ସଫଳ ହୋଇଛନ୍ତି। ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ବିଶେଷ ସ୍ଥାନ ବନାଇ ପାରିଛନ୍ତି ଆଲିଆ।  ଏବେ ଆଲିଆ ଦେଶର ଯୁବ ପିଢ଼ିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଏକ ଚିଠି। ଏହା ୟୁଥମାନଙ୍କୁ ପ୍ରେରଣା ଦେବ। ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଡିୟର ଜିନ୍ଦେଗୀ’ରେ ଆଲିଆ ଜଣେ  ବିଷାଦଗ୍ରସ୍ତ  ଝିଅ ‘କିଆରା’ ଭୂମିକାରେ […]

bbb

Rakesh Mallick
  • Published: Monday, 24 April 2017
  • , Updated: 24 April 2017, 09:45 AM IST

ମୁମ୍ବାଇ:  ବଲିଉଡ୍‌ର ୟଙ୍ଗ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଆଲିଆ ଭଟ୍ଟ ଜଣେ। ବହୁତ କମ୍‌ ଦିନରେ ବଲିଉଡ୍‌ରେ ନିଜ ପାଇଁ ଏକ ସ୍ୱତନ୍ତ୍ର ଜାଗା ବନାଇବାରେ ସେ ସଫଳ ହୋଇଛନ୍ତି। ନିଜର ଅଭିନୟ ଯାଦୁରେ ଦର୍ଶକଙ୍କ ହୃଦୟରେ ବିଶେଷ ସ୍ଥାନ ବନାଇ ପାରିଛନ୍ତି ଆଲିଆ।  ଏବେ ଆଲିଆ ଦେଶର ଯୁବ ପିଢ଼ିଙ୍କ ଉଦ୍ଦେଶ୍ୟରେ ଲେଖିଛନ୍ତି ଏକ ଚିଠି। ଏହା ୟୁଥମାନଙ୍କୁ ପ୍ରେରଣା ଦେବ।

ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ଡିୟର ଜିନ୍ଦେଗୀ’ରେ ଆଲିଆ ଜଣେ  ବିଷାଦଗ୍ରସ୍ତ  ଝିଅ ‘କିଆରା’ ଭୂମିକାରେ ଅଭିନୟ କରିଛନ୍ତି। କିଆରା ବିଭିନ୍ନ ସମସ୍ୟାରେ ବୁଡ଼ି ରହୁଥିଲେ। କିନ୍ତୁ ଡାକ୍ତର ଜାହାଙ୍ଗୀର ଖାନ୍‌ (ଶାହାରୁଖ ଖାନ୍‌) ତାଙ୍କୁ ଜୀବନକୁ  ଭଲ ପାଇବା ଶିଖାଇଲେ।  ଡିୟର ଜିନ୍ଦେଗୀର ୱାର୍ଲ୍ଡ ଟେଲିଭିଜନ୍ ପ୍ରିମିୟର ଖୁସିରେ ଆଲିଆ ଲେଖିଛନ୍ତି ଏହି ଖୋଲା ଚିଠି। ଏହି ଚିଠିକୁ ଯୁବ ପିଢ଼ି ପଢ଼ିବା ଦରକାର। ସେ ଏହି ଚିଠିରେ ଦୁଃଖକୁ ଏଡ଼ାଇ ଯାଇ ସୁନ୍ଦର ଜୀବନକୁ ଉପଭୋଗ କରିବାକୁ ପରାମର୍ଶ ଦେଇଛନ୍ତି।

 

Related story