ଛାଡପତ୍ର ପରେ ପୁଣି ପୂର୍ବତନ ସ୍ୱାମୀ ନାଗାଙ୍କୁ ମନେ ପକାଇଲେ ସମନ୍ଥା

ହାଇଦ୍ରାବାଦ: ଛାଡପତ୍ର ପରେ ପୁଣି ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କୁ ମନେ ପକାଇଲେ ସାଉଥ ସୁନ୍ଦରୀ ସମନ୍ଥା। ଛାଡପତ୍ର ପରେ ପ୍ରଥମ ଥର ପାଇଁ ସୋଶାଲ ମିଡିଆରେ ଶେଆର କଲେ ତାଙ୍କ ଫଟୋ। ଏହାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ସୃଷ୍ଟି ହୋଇଛି।

ସମନ୍ଥା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ପୂର୍ବତନ ସ୍ୱାମୀ ନାଗା ଚୈତନ୍ୟଙ୍କ ଏକ ରାଗିଥିବା ଫଟୋ ଶେଆର କରିଛନ୍ତି। ପ୍ରକୃତରେ ତାଙ୍କ ଫିଲ୍ମ ‘ମଜିଲି’କୁ ୩ ବର୍ଷ ପୂର୍ତ୍ତି ହେବା ଖୁସିରେ ସେ ଏହି ଫଟୋ ଅପ୍‌ଲୋଡ କରିଛନ୍ତି। ଏଥିରେ ନାଗାଙ୍କୁ ଏଙ୍ଗ୍ରି ୟଙ୍ଗ ମ୍ୟାନ୍‌ ଲୁକ୍‌ରେ ଦେଖିବାକୁ ମିଳିଛି। ଏହି ଫଟୋକୁ ଦେଖି ଏବେ ସମନ୍ଥା ଓ ନାଗା ଉଭୟଙ୍କ ଫ୍ୟାନ୍‌ମାନେ ଚକିତ ହୋଇପଡିଛନ୍ତି।

ବିବାହାର ୪ ବର୍ଷ ପରେ ଗତବର୍ଷ ଅକ୍ଟୋବରରେ ନାଗା ଚୈତନ୍ୟ ଓ ସମନ୍ଥା ପରସ୍ପର ଠାରୁ ଅଲଗା ହୋଇ ଯାଇଥିଲେ। ସୋଶାଲ ମିଡିଆରେ ଏକ ନୋଟ୍‌ ଶେଆର କରି ଉଭୟଙ୍କ ସହମତିରେ ଦୁହେଁ ଭିନ୍ନ ହେଉଥିବା ଏବଂ ଛାଡପତ୍ର ନେଉଥିବା ନେଇ ସମସ୍ତଙ୍କୁ ଜଣାଇଥିଲେ। ତେବେ ଛାଡପତ୍ର ନେବା ପରେ ବି ଉଭୟ ପୂର୍ବଭଳି ଭଲ ବନ୍ଧୁ ହୋଇ ରହିବେ ବୋଲି କହିଥିଲେ। ଏହି ଖବର ତାଙ୍କ ଫ୍ୟାନ୍‌ମାନଙ୍କୁ ଏକ ଶକ୍ତ ଝଟ୍‌କା ଦେଇଥିଲା।

ଝାଡପତ୍ର ପରେ ସମନ୍ଥା ଓ ନାଗା ଉଭୟ ଦୁହିଁଙ୍କୁ ଦେଖାସକ୍ଷାତ କରିନାହାନ୍ତି। ଏପରିକି ଗୋଟିଏ ଶୁଟିଂ ସେଟ୍‌ରେ ଥାଇ ମଧ୍ୟ ପରସ୍ପର ଠାରୁ ମୁହଁ ଲୁଚାଇ ଚାଲି ଯାଇଛନ୍ତି। ତେବେ ଏତେ ଦିନ ପରେ ଏବେ ସମନ୍ଥା ପ୍ରଥମ କରି ନାଗାଙ୍କୁ ନେଇ ପୁଣି ଆକ୍ଟିଭ ହୋଇ ପଡିଛନ୍ତି।

सामंथा-नागा

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।