ପ୍ରିୟଙ୍କାଙ୍କୁ ବେଇଜ୍ଜତ୍ କଲେ ମହିଳା, ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ସବୁବେଳେ ଚର୍ଚ୍ଚାରେ ରହନ୍ତି। କେତେବେଳେ ତାଙ୍କ ଫିଲ୍ମକୁ ତ କେତେବେଳେ ତାଙ୍କ ବେଶ ପୋଷାକ ଓ ଫଟୋକୁ ନେଇ ଚର୍ଚ୍ଚାରେ ରହନ୍ତି। ସେହିଭଳି ଅନେକ ସମୟରେ ସେ ଦେଉଥିବା ମନ୍ତବ୍ୟକୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥାଏ। ବେଳେ ବେଳେ ସେ ଦେଉଥିବା ମନ୍ତବ୍ୟ ବିବାଦୀୟ ବି ହୋଇଯାଏ। ଏଇ ଯେମିତି ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ଭାରତୀୟ ଫ୍ୟାନ୍‌ଙ୍କ ଅପେକ୍ଷା ଆମେରିକୀୟ ଫ୍ୟାନ୍ ଅଧିକ ସଭ୍ୟ। […]

priyanka

Chinmayee Roy
  • Published: Sunday, 01 September 2019
  • , Updated: 01 September 2019, 03:09 PM IST

ମୁମ୍ବାଇ: ବଲିଉଡ୍‌ର ଦେଶୀଗର୍ଲ ପ୍ରିୟଙ୍କା ସବୁବେଳେ ଚର୍ଚ୍ଚାରେ ରହନ୍ତି। କେତେବେଳେ ତାଙ୍କ ଫିଲ୍ମକୁ ତ କେତେବେଳେ ତାଙ୍କ ବେଶ ପୋଷାକ ଓ ଫଟୋକୁ ନେଇ ଚର୍ଚ୍ଚାରେ ରହନ୍ତି। ସେହିଭଳି ଅନେକ ସମୟରେ ସେ ଦେଉଥିବା ମନ୍ତବ୍ୟକୁ ନେଇ ମଧ୍ୟ ବହୁତ ଚର୍ଚ୍ଚା ହୋଇଥାଏ। ବେଳେ ବେଳେ ସେ ଦେଉଥିବା ମନ୍ତବ୍ୟ ବିବାଦୀୟ ବି ହୋଇଯାଏ। ଏଇ ଯେମିତି ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ କହିଥିଲେ ଯେ, ଭାରତୀୟ ଫ୍ୟାନ୍‌ଙ୍କ ଅପେକ୍ଷା ଆମେରିକୀୟ ଫ୍ୟାନ୍ ଅଧିକ ସଭ୍ୟ। ଏହା ପରେ ଭାରତୀୟ ଫ୍ୟାନ୍‌ମାନେ ତାଙ୍କ ଉପରେ ଖୁବ୍ ରାଗି ଯାଇଥିଲେ। ହେଲେ ଏବେ ଜଣେ ମହିଳା ତାଙ୍କୁ ସାଂଘାତିକ ଭାବେ ଅପମାନିତ କରିଛନ୍ତି। ଏନେଇ ଏକ ଭିଡିଓ ଭାଇରାଲ୍ ହୋଇଛି।

https://twitter.com/SandyTxoxo/status/1167254903162429440

ଏହି ଭିଡିଓରେ ଆମେରିକାରେ ରହୁଥିବା ଜଣେ ମହିଳା ଏକ ପତ୍ରିକାକୁ ଡଷ୍ଟ୍‌ବିନ୍‌ରେ ପକାଉଥିବା ଦେଖିବାକୁ ମିଳିଛି। ଆଉ ଏହି ପତ୍ରିକାର କଭର୍‌ ପେଜ୍‌ରେ ପ୍ରିୟଙ୍କାଙ୍କ ଫଟୋ ରହିଛି। ଏହି ଭିଡିଓକୁ ମହିଳା ଜଣଙ୍କ ନିଜ ଟ୍ୱିଟର୍‌ ଆକାଉଣ୍ଟରେ ଶେଆର୍ କରିଛନ୍ତି। ସେ ଭିଡିଓର କ୍ୟାପସନ୍‌ରେ ଲେଖିଛନ୍ତି, ‘ଏହି ପତ୍ରିକାଟି ଆଜି ମୋ ଘରକୁ ଆସିଥିଲା। ମୁଁ ଭାବିଲି ଏହାକୁ ରିସାଇକ୍ଲିଂ କରିବା ଅପେକ୍ଷା ଯଦି ଡଷ୍ଟ୍‌ବିନ୍‌ରେ ପକାଇ ଦିଏ, ତା’ହେଲେ ଭଲ ହେବ।’

https://www.instagram.com/p/BxpTcDSHvaI/?utm_source=ig_web_copy_link

https://www.instagram.com/p/B0465Dpn75l/?utm_source=ig_web_copy_link

ଶେଷ ଥର ପାଇଁ ପ୍ରିୟଙ୍କାଙ୍କୁ ବଲିଉଡ୍‌ ଫିଲ୍ମ ‘ବାଜିରାଓ ମସ୍ତାନୀ’ରେ ଦେଖିବାକୁ ମିଳିଥିଲା। ଏହାପରେ ସେ ହଲିଉଡ୍‌ ଫିଲ୍ମ ‘ସ୍କାଇ ଇଜ୍‌ ପିଙ୍କ୍’ରେ ଅଭିନୟ କରିଥିଲେ। ବର୍ତ୍ତମାନ ହଲିଉଡ୍‌ରେ ତାଙ୍କୁ ଆଉ ଏକ ନୂଆ ପ୍ରୋଜେକ୍ଟ ମିଳିଛି। ଏକ ରିପୋର୍ଟ ଅନୁଯାୟୀ, ନେଟ୍‌ଫ୍ଲିକ୍ସର ‘We Can Be Heroes’ ଫିଲ୍ମରେ ସେ ଅଭିନୟ କରିବେ। ଏହି ଫିଲ୍ମର କାହାଣୀ ହଲିଉଡ୍‌ ଫିଲ୍ମ ମେକର୍‌ ରବର୍ଟ ରୋଡ୍ରିଜ୍‌ ଲେଖିବେ। ତା’ସହିତ ସେ ଏହି ଫିଲ୍ମର ପ୍ରଯୋଜନା ଓ ନିର୍ଦ୍ଦେଶନା ଭାର ବି ସମ୍ଭାଳିବେ। ଏହା ପୂର୍ବରୁ ସେ ‘ସ୍ପାଇ କିଡ୍‌ସ’ ଫିଲ୍ମ ନିର୍ମାଣ କରିଥିଲେ।

Related story