ବିନା କପଡ଼ାରେ ଅଧିକ ହ୍ୟାଣ୍ଡସମ୍ ଲାଗନ୍ତି ସଲମାନ୍: ଆମୀର ଖାଁ

salmanମୁମ୍ବାଇ: ବଲିଉଡ୍‌ର ପରଫେକ୍‌ନିଷ୍ଟ ଆମିର ଖାଁଙ୍କର ମତରେ ବିନା କପଡ଼ାରେ ସଲମାନ ଅଧିକ ହ୍ୟାଣ୍ଡସମ୍  ଲାଗନ୍ତି। ଏହି ବୟାନରୁ ଜଣାପଡ଼ିଛି ଯେ ଆମିର ଖାଁ ମଧ୍ୟ ସଲ୍ଲୁ ମିଆଁଙ୍କ ଫ୍ୟାନ୍। ଇଦ୍‌ରେ ରିଲିଜ୍ ହେଉଥିବା ନିଜ ଫିଲ୍ମ ‘ସୁଲତାନ୍‌’ରେ ସଲମାନ କୁସ୍ତିଯୋଦ୍ଧା ଭୂମିକାରେ ଆସୁଛନ୍ତି।

ଅଭିନୟକୁ ଅଧିକ ଜୀବନ୍ତ କରିବାକୁ ଯାଇ ସଲମାନ୍ ଫିଲ୍ମରେ କଚ୍ଛା ପିନ୍ଧିଛନ୍ତି। ସଲମାନଙ୍କର ଏଭଳି ଅବତାର ଆଗରୁ କେବେ ପରଦା ଉପରେ ଦେଖାଯାଇ ନ ଥିଲା। ଫ୍ୟାନ୍‌ମାନଙ୍କଠାରୁ ଆରମ୍ଭ କରି ବହୁ ଫିଲ୍ମ କଳାକାରଙ୍କର ପ୍ରଶଂସା ପାଇ ସାରିଥିବା ସଲମାନ ତାଙ୍କ ଲୁକ୍ ପାଇଁ ଆମିର ଖାଁଙ୍କ ହୃଦୟ ମଧ୍ୟ ଜିତି ନେଇଛନ୍ତି।

ଆମିର ନିଜେ ମଧ୍ୟ ଫିଲ୍ମ ‘ଦଙ୍ଗଲ’ରେ କୁସ୍ତିଯୋଦ୍ଧା ଭାବରେ ଅଭିନୟ କରୁଛନ୍ତି। ଲୁଧିଆନାରେ ନିଜ ଫିଲ୍ମର ସୁଟିଂ କରୁଥିବା ଆମିର ତାଙ୍କର ଏହି ନୂଆ ଲୁକ୍‌କୁ ନେଇ ବେଶ୍ ଉତ୍ସାହିତ ମନେ ହେଉଛନ୍ତି। ତାଙ୍କ ପ୍ରଶଂସା କରି ଆମିର କହିଛନ୍ତି,“ଇଣ୍ଡଷ୍ଟ୍ରିରେ ସବୁଠାରୁ ଭଲ ବଡି ହେଉଛି ସଲମାନଙ୍କର, ମୁଁ ତାଙ୍କ ଅଭିନୟର ମଧ୍ୟ ଫ୍ୟାନ୍। ସଲମାନ୍‌ ଫିଲ୍ମ ‘ସୁଲତାନ୍‌’ରେ ବହୁତ ଭଲ ଲାଗୁଛନ୍ତି। ସେ ଏତେ ହ୍ୟାଣ୍ଡସମ୍ ଯେ ଫିଲ୍ମରେ ବିନା କପଡ଼ାରେ ମଧ୍ୟ ଅଧିକ ହ୍ୟାଣ୍ଡସମ୍ ଲାଗୁଛନ୍ତି।”

ମଜାଦାର କଥା ହେଉଛି ଦୁଇ ଜଣ ଯାକ ପ୍ରଥମ ଥର ପାଇଁ ପରଦା ଉପରେ କୁସ୍ତିଯୋଦ୍ଧା ଭୂମିକାରେ ନଜର ଆସିବେ। ଆମିର ମଧ୍ୟ ନିଜ ଆଗାମୀ ଫିଲ୍ମ ‘ଦଙ୍ଗଲ’ ପାଇଁ ଖୁବ୍ ଉତ୍ସାହିତ ଅଛନ୍ତି। ଆମିର ଖାଁ ଯାହ ବି କରନ୍ତି, ଅଲଗା କରନ୍ତି।

ବଲିଉଡ୍ ପରଫେକ୍‌ନିଷ୍ଟ୍‌ କୁହାଯାଉଥିବା ଆମିର ଖାଁ ବର୍ତ୍ତମାନ ତାଙ୍କ ‘ଦଙ୍ଗଲ’ର ସୁଟିଂରେ ବ୍ୟସ୍ତ ଅଛନ୍ତି।

ଆହୁରି ପଢ଼ନ୍ତୁ

ଐଶ୍‌ଙ୍କ ଫଟୋ ଦେଖି ରାଗି ଯାଇଥିଲା ବଚ୍ଚନ ପରିବାର

କାହା ସହିତ ଶୋଇବା ଶର୍ଟକଟ ନୁହେଁ, ଏକ ଚଏସ : କାଷ୍ଟିଂ କାଉଚକୁ ନେଇ ଏମିତି କହିଲେ ପ୍ରକୃତି ମିଶ୍ର

ସେଲିବ୍ରେଟି କ୍ୟାଲେଣ୍ଡର ୨୦୨୦: ଜବରଦସ୍ତ ଲୁକ୍‌ରେ ଏଲିନା ଓ ଅନୁଭା

ସୋଶାଲ ମିଡିଆରେ ଆଉ ଜଣେ ସୁଶାନ୍ତ

‘ଲୋକଙ୍କ ଘଣ୍ଟା ଚୋରି କରନ୍ତି ଅକ୍ଷୟ କୁମାର’

ରିଲିଜ୍ ହେଲା ସୁଶାନ୍ତଙ୍କ ଫିଲ୍ମର ଟାଇଟଲ୍ ଟ୍ରାକ୍‌ର ଟିଜର୍

ପିତାଙ୍କ ଶେଷକୃତ୍ୟର ପ୍ରସ୍ତୁତି କରୁଛନ୍ତି ଜାଭେଦ୍

କଙ୍ଗନାଙ୍କ ପ୍ରଶ୍ନ: ସୁଶାନ୍ତ ଓ ରିୟାଙ୍କ ସମ୍ପର୍କକୁ ନେଇ ମହେଶ କାହିଁକି ଏତେ ଆଗ୍ରହୀ

‘ଓସ୍କାର ୨୦୨୧’କୁ ଜଜ୍ କରିବେ ୩ ଭାରତୀୟ ଫିଲ୍ମ ନିର୍ମାତା

ଆରପାରିରେ ସୁର୍‌ମା ଭୋପାଲି ଓରଫ ହାସ୍ୟ ଅଭିନେତା ଜଗଦୀପ

‘ରାନୁ ମଣ୍ଡଳଙ୍କୁ ଏବେ ପୃଥିବୀସାରା ଲୋକ ସୋଦୁଛନ୍ତି, ମୋ ନାଁରେ ଏତଲା ହୋଇଥିଲା କାହିଁକି ?’

ଅପ୍‌ସରାଙ୍କୁ ପ୍ରଶଂସା ଆଳରେ ‘ଓଡ଼ିଶା’କୁ ନୀଚ ଦେଖାଇଲେ ରାମୁ, ମିଳିଲା କଡ଼ା ଜବାବ