ଷ୍ଟାରଡମ୍ ବଜାୟ ରଖିବା ପାଇଁ ସୋସିଆଲ୍ ମିଡିଆରେ ଛାଡୁଛନ୍ତି ହଟ୍ ଫଟୋ

ଅମିଶା ପଟେଲ ଦୀର୍ଘ ଦିନ ହେଲାଣି ବଡ଼ ପରଦାରୁ ଦୂରେଇ ଗଲେଣି। କିନ୍ତୁ ସେ ସୋସିଆଲ୍ ମିଡିଆରେ ଭାରି ଆକ୍ଟିଭ ରହୁଛନ୍ତି। ପ୍ରତିଦିନ ସୋସିଆଲ୍ ମିଡିଆରେ କିଛି ନା କିଛି ଅପ୍‌ଲୋଡ୍ କରୁଛନ୍ତି। ନିକଟରେ ସେ ନିଜ ଇନ୍‌ଷ୍ଟାଗ୍ରାମ୍ ଏକାଉଣ୍ଟରେ କିଛି ହଟ୍ ଫଟୋ ପୋଷ୍ଟ୍ କରି ଥିଲେ। ସେ ଲଗାତାର ଚାରି ପାଞ୍ଚୋଟି ଫଟୋ ସେୟାର କରିଛନ୍ତି। ଏଥିରୁ ଗୋଟିଏ ଫଟୋରେ ସେ କଳା ରଙ୍ଗର ବିକିନି ପିନ୍ଧିଛନ୍ତି। ଆଉ କିଛି ଫଟୋରେ ଅମିଶା ନିଜର ଅଣ୍ଡର ଓୟାରର୍ସରେ ନଜର ଆସୁଛନ୍ତି। ଏହି ଫଟୋ ଗୁଡ଼ିକରେ ସେ କ୍ୟାପ୍‌ସନ୍ ଲେଖିଛନ୍ତି- ବ୍ରେଥ୍ ଅଫ୍ ଫ୍ରେସ୍ ଏୟାର।

ଏ ଫଟୋ ଗୁଡ଼ିକୁ ଦେଖି ଅନେକ ଲୋକ ତାଙ୍କୁ ଭଦ୍ର କମେଣ୍ଟ ମଧ୍ୟ ଦେଇଛନ୍ତି। ଅନେକ ଏହାକୁ ନାପସନ୍ଦ କରିଛନ୍ତି। ତାଙ୍କର ଏ ସବୁ ଫଟୋ ଦେଖି ଅନେକ ସୋସିଆଲ୍ ମିଡିଆ ୟୁଜର୍ସ କହୁଛନ୍ତି ନିଜ ଷ୍ଟାରଡମ୍‌ ବଜାୟ ରଖିବା ପାଇଁ ଅମିଶା ଏବେ ହଟ୍ ଫଟୋର ସାହାଯ୍ୟ ନେଉଛନ୍ତି।