ରଣବୀରଙ୍କ ଉପରେ ବିଗ୍‌ ବି ଖପ୍ପା: ଜାଣନ୍ତୁ କାହିଁକି ରାଗିଲେ

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ରଣବୀର କପୁରଙ୍କ ଉପରେ ରାଗିଛନ୍ତି। ରାଗିବାର କାରଣ ମଧ୍ୟ ରହିଛି। ରଣବୀର ଯେମିତି କାମ ବି କରିଛନ୍ତି ଯେ କେହି ବି ରାଗିବ। ଏ ତ ପୁଣି ବିଗ୍‌-ବି। ଯାହାଙ୍କୁ ଟେକ୍‌ ଝଲକ ପାଇବା ବହୁତ ବଡ଼ କଥା। ଏବେ ଆପଣ ଭାବୁଥିବେ ଅମିତାଭ କାହିଁକି ରଣବୀରଙ୍କ ଉପରେ ରାଗିଛନ୍ତି। ଆଉ ବେଶି ଏଣୁତେଣୁ ନ ଗପି ଆସନ୍ତୁ ସିଧା ଘଟଣାକୁ ଯିବା। ଗତ ୬ ତାରିଖଣେ ରଣବୀରଙ୍କ ଜନ୍ମଦିନ […]

r

Rakesh Mallick
  • Published: Friday, 14 July 2017
  • , Updated: 14 July 2017, 11:45 AM IST

ମୁମ୍ବାଇ: ବଲିଉଡର ମହାନାୟକ ଅମିତାଭ ବଚ୍ଚନ ରଣବୀର କପୁରଙ୍କ ଉପରେ ରାଗିଛନ୍ତି। ରାଗିବାର କାରଣ ମଧ୍ୟ ରହିଛି। ରଣବୀର ଯେମିତି କାମ ବି କରିଛନ୍ତି ଯେ କେହି ବି ରାଗିବ। ଏ ତ ପୁଣି ବିଗ୍‌-ବି। ଯାହାଙ୍କୁ ଟେକ୍‌ ଝଲକ ପାଇବା ବହୁତ ବଡ଼ କଥା। ଏବେ ଆପଣ ଭାବୁଥିବେ ଅମିତାଭ କାହିଁକି ରଣବୀରଙ୍କ ଉପରେ ରାଗିଛନ୍ତି। ଆଉ ବେଶି ଏଣୁତେଣୁ ନ ଗପି ଆସନ୍ତୁ ସିଧା ଘଟଣାକୁ ଯିବା।

ଗତ ୬ ତାରିଖଣେ ରଣବୀରଙ୍କ ଜନ୍ମଦିନ ଥିଲା। ବହୁ କଳାକାର ଓ ପ୍ରଶଂସକ ତାଙ୍କୁ ଟ୍ୱିଟ୍‌ କରି ଅଭିନନ୍ଦନ ଜଣାଇଥିଲେ। ସେ ମଧ୍ୟ ସମସ୍ତଙ୍କୁ ରି-ଟ୍ୱିଟ୍‌ରେ ଧନ୍ୟବାଦ ଜଣାଇଥିଲେ। ହେଲେ ଅମିତାଭଙ୍କ ଟ୍ୱିଟର କୌଣସି ଉତ୍ତର ଦେଇ ନ ଥିଲେ। ଯାହା ବିଗ୍‌ ବିଙ୍କୁ ବହୁତ ବାଧିଥିଲା। ଏପରି ସ୍ଥିତିରେ ଅମିତାଭ ଆଉ ଏକ ଟ୍ୱିଟ କରି ଉଲ୍ଲେଖ କରିଥିଲେ- “ରଣବୀର ତୁମ ଜନ୍ମଦିନରେ ଏସଏମଏସ୍ କରି ଶୁଭେଚ୍ଛା ଜଣାଇଥିଲି। ଏହାର ଉତ୍ତର ତୁମେ ଏଯାଏ ଦେଇନାହଁ। ତୁମେ ଏହା ଦେଖିଛ ନାଁ ନାହିଁ ?”

ଅମିତାଭ ଟ୍ୱିଟ୍‌ର ଉତ୍ତର ଦେବାକୁ ଯାଇ ରଣବୀର ରି-ଟ୍ୱିଟ୍‌ କରିଥିଲେ। ସେ ଉଲ୍ଲେଖ କରିଥିଲେ, ମୋତେ ଜନ୍ମଦିନରେ  ଶୁଭେଚ୍ଛା ଜଣାଇଥିବାରୁ ଧନ୍ୟବାଦ। ମୋର ଏପରି କିଛି ଇଣ୍ଟେସନ୍‌ ନଥିଲା। ମୋ ଜନ୍ମଦିନରେ ପ୍ରଥମେ ଆପଣ ଶୁଭେଚ୍ଛା ଜଣାଇଥିଲେ। ଏପରି ଛୋଟ ଛୋଟ କଥା ହିଁ ଆପଣଙ୍କୁ ମହାନ ବନାଇଛି।

Related story