ତକିଆ ତଳେ ଜୋତା ରଖି ଶୋଉଥିଲେ ଅମିତାଭ ବଚ୍ଚନ

ମୁମ୍ୱାଇ: ଟେଲିଭିଜନ୍‌ର ସବୁଠାରୁ ଲୋକପ୍ରିୟ ରିଆଲିଟି କ୍ୱିଜ୍‌ ଶୋ’ ହେଉଛି ‘କୌନ୍‌ ବନେଗା କରୋଡ଼ପତି’। ଗତକାଲି ଶୋ’ରେ ମଧ୍ୟପ୍ରଦେଶରୁ ଆସିଥିବା ପ୍ରତିଯୋଗୀ ନିତିନ୍‌ କୁମାର ପଟବା ଅମିତାଭ ବଚ୍ଚନଙ୍କ ସହିତ ମଜାମସ୍ତି କରିଥିଲେ। ଆଉ ଏହା ଦର୍ଶକଙ୍କର ଭରପୂର ମନୋରଞ୍ଜନ କରିଥିଲା। ନିତିନ୍‌ଙ୍କ ପରେ ମହାରାଷ୍ଟ୍ରରୁ ଆସିଥିବା ହେମନ୍ତ, ଶୋ’ରେ ପରିବାର ସହିତ ଥିବା ତାଙ୍କର ସ୍ନେହପୂର୍ଣ୍ଣ ସମ୍ପର୍କକୁ ଶେଆର୍‌ କରି ଭାବବିହ୍ୱଳ ହୋଇଥିଲେ। ଏହି ସମୟରେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କର କିଛି ସ୍ମୃତିକୁ ଶୋ’ରେ […]

big2

Puspanjali Panda
  • Published: Wednesday, 28 August 2019
  • , Updated: 28 August 2019, 03:27 PM IST

ମୁମ୍ୱାଇ: ଟେଲିଭିଜନ୍‌ର ସବୁଠାରୁ ଲୋକପ୍ରିୟ ରିଆଲିଟି କ୍ୱିଜ୍‌ ଶୋ’ ହେଉଛି ‘କୌନ୍‌ ବନେଗା କରୋଡ଼ପତି’। ଗତକାଲି ଶୋ’ରେ ମଧ୍ୟପ୍ରଦେଶରୁ ଆସିଥିବା ପ୍ରତିଯୋଗୀ ନିତିନ୍‌ କୁମାର ପଟବା ଅମିତାଭ ବଚ୍ଚନଙ୍କ ସହିତ ମଜାମସ୍ତି କରିଥିଲେ। ଆଉ ଏହା ଦର୍ଶକଙ୍କର ଭରପୂର ମନୋରଞ୍ଜନ କରିଥିଲା।

ନିତିନ୍‌ଙ୍କ ପରେ ମହାରାଷ୍ଟ୍ରରୁ ଆସିଥିବା ହେମନ୍ତ, ଶୋ’ରେ ପରିବାର ସହିତ ଥିବା ତାଙ୍କର ସ୍ନେହପୂର୍ଣ୍ଣ ସମ୍ପର୍କକୁ ଶେଆର୍‌ କରି ଭାବବିହ୍ୱଳ ହୋଇଥିଲେ। ଏହି ସମୟରେ ଅମିତାଭ ବଚ୍ଚନ ମଧ୍ୟ ତାଙ୍କର କିଛି ସ୍ମୃତିକୁ ଶୋ’ରେ ଦର୍ଶକଙ୍କ ସାମ୍ନାରେ ରଖିଥିଲେ।

ଅମିତାଭ ତାଙ୍କୁ ଶୋ’ରେ ପ୍ରଶ୍ନ କରିଥିଲେ,‘ ଆପଣ ସର୍ବଦା ହସୁଛନ୍ତି କିପରି ?’ ଏହାକୁ ନେଇ ହେମନ୍ତଙ୍କ ମା’ କହିଥିଲେ, ‘ଏହା ତା’ ଜେଜେମାଙ୍କ ଆଶୀର୍ବାଦ।’ ତାଙ୍କର ଜେଜେମା ତାଙ୍କ ସହିତ ରହୁଛନ୍ତି କି ନାହିଁ ବୋଲି ଶୋ’ରେ ଅମିତାଭ ହେମନ୍ତଙ୍କୁ ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ହେମନ୍ତ କହିଥିଲେ, ‘ଆମେ ଜେଜେମା’ଙ୍କ ସହିତ ରହୁଛୁ।’

ହେମନ୍ତଙ୍କ ମୁହଁରୁ ଏପରି ଉତ୍ତର ଶୁଣି ଅମିତାଭ ଭାବବିହ୍ୱଳ ହୋଇପଡ଼ିଥିଲେ ଏବଂ ବହୁତ କମ୍‌ ଲୋକ ଏପରି ଚିନ୍ତାଧାରା ରଖନ୍ତି ବୋଲି କହିଥିଲେ।

ନିଜର ପିଲାଦିନ କଥା ମନେ ପକାଇ ହେମନ୍ତ ଆହୁରି ମଧ୍ୟ କହିଥିଲେ, ‘ପିଲାଦିନେ ସେ କୌଣସି ଜିନିଷ ପାଇଁ ଜିଦି କରୁ ନଥିଲେ। ଯଦି କୌଣସି ପିଲାଙ୍କୁ ଆଇସ୍‌କ୍ରିମ୍‌ ଖାଉଥିବାର ଦେଖୁଥିଲେ ତାଙ୍କୁ ବି ଆଇସକ୍ରିମ୍‌ ଖାଇବାକୁ ଇଚ୍ଛା ହେଇଥିଲା। କିନ୍ତୁ ସେ ଏ କଥା ମା’ଙ୍କୁ ଆସି କହୁ ନଥିଲେ।’ ଅମିତାଭ ହେମନ୍ତଙ୍କର ଏହି କଥା ଶୁଣି ନିଜ ପିଲାଦିନର ସ୍ମୃତିକୁ ଶେଆର୍‌ କରିଥିଲେ ଏବଂ କହିଥିଲେ, ‘ପିଲାଦିନେ ମୁଁ ମଧ୍ୟ ଏପରି କରୁଥିଲି।’

ପିଲାଦିନ ଏକ ସ୍ମୃତି ବର୍ଣ୍ଣନା କରି ବିଗ୍‌ ବି କହିଥିଲେ, ‘ଯଦି ମୋତେ କୌଣସି ଜିନିଷ ପସନ୍ଦ ଆସୁଥିଲା, ତା’ହେଲେ ମୁଁ ବାପାମା’ଙ୍କୁ କହୁ ନଥିଲି। କାରଣ ମୁଁ ଚାହୁଁ ନଥିଲି ଯେ ତାଙ୍କର ଉପରେ କୌଣସି ଚାପ ପଡୁ। ସେହିପରି ଯଦି କୌଣସି ଜୋତା ମୋତେ ପସନ୍ଦ ହେଉଥିଲା, ପରେ ମୋ ବାପା ମା’ ସେହି ଜୋତା ମୋ ପାଇଁ କିଣି ଆଣୁଥିଲେ। ସେହି ଜୋତାକୁ ମୁଁ ମୋ ତକିଆ ତଳେ ରଖି ଶୋଉଥିଲି।’

ବିଗ୍‌ ବିଙ୍କର ଏହି କଥା ଶୁଣି ଦର୍ଶକ ତାଳି ମାରିଥିଲେ। ସୂଚନାଯୋଗ୍ୟ, କୌନ ବନେଗା କରୋଡ଼ପତିର ଏହା ହେଉଛି ୧୧ଶ ସିଜିନ୍।

Related story