ଶ୍ରୀଦେବୀଙ୍କୁ ଅମିତାଭଙ୍କ ଭାବବିହ୍ୱଳ ବିଦାୟ; କହିଲେ- ଏମିତି କେହି ଯାଆନ୍ତି ନାହିଁ

ମୁମ୍ବାଇ:  ଗତକାଲି ଅଭିନେତ୍ରୀ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି। ମୁମ୍ବାଇରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ୱାମୀ ବୋନି କପୁର ତାଙ୍କୁ ମୁଖାଗ୍ନି ଦେଇଥିଲେ। ଶ୍ରୀଦେବୀଙ୍କ ଅକାଳ ମୃତ୍ୟୁରେ ପୂରା ବଲିଉଡ୍ ସ୍ତବ୍ଧ ହୋଇଯାଇଛି। ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ମୃତ୍ୟୁରେ ଭାରି ମର୍ମାହତ ହୋଇଛନ୍ତି। ଏ ଘଟଣାକୁ ସେ ବିଶ୍ୱାସ କରିପାରୁ ନାହାଁନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି- ଏମିତ କେହି ଯାଆନ୍ତି ନାହିଁ। ଅବଶ୍ୟ ସେ ଏହାକୁ ଟିକେ ଅଲଗା ପ୍ରକାରେ […]

amitav

Rakesh Mallick
  • Published: Thursday, 01 March 2018
  • , Updated: 01 March 2018, 01:02 PM IST

ମୁମ୍ବାଇ:  ଗତକାଲି ଅଭିନେତ୍ରୀ ଶ୍ରୀଦେବୀଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଯାଇଛି। ମୁମ୍ବାଇରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା। ସ୍ୱାମୀ ବୋନି କପୁର ତାଙ୍କୁ ମୁଖାଗ୍ନି ଦେଇଥିଲେ। ଶ୍ରୀଦେବୀଙ୍କ ଅକାଳ ମୃତ୍ୟୁରେ ପୂରା ବଲିଉଡ୍ ସ୍ତବ୍ଧ ହୋଇଯାଇଛି। ଅମିତାଭ ବଚ୍ଚନ ମଧ୍ୟ ତାଙ୍କ ମୃତ୍ୟୁରେ ଭାରି ମର୍ମାହତ ହୋଇଛନ୍ତି। ଏ ଘଟଣାକୁ ସେ ବିଶ୍ୱାସ କରିପାରୁ ନାହାଁନ୍ତି। ସେ ଟ୍ୱିଟ୍ କରି ଲେଖିଛନ୍ତି- ଏମିତ କେହି ଯାଆନ୍ତି ନାହିଁ। ଅବଶ୍ୟ ସେ ଏହାକୁ ଟିକେ ଅଲଗା ପ୍ରକାରେ ପ୍ରକାଶ କରିଛନ୍ତି। କୈଫି ଆଜମୀଙ୍କ ଏକ ସେର୍‌କୁ ଅମିତାଭ ଟ୍ୱିଟ୍ କରିଛନ୍ତି ଯାହା ତାଙ୍କୁ ଜାଭେଦ ଅଖତର ଶୁଣାଇଥିଲେ। ଏହି ସେର୍‌କୁ ସେ ଶ୍ରୀଦେବୀଙ୍କୁ ସମର୍ପିତ କରି ଲେଖିଛନ୍ତି- ‘ରହନେ କୋ ସଦା ଦେହର ମେ ଆତା ନହିଁ କୋଇ, ତୁମ ଜୈସେ ଗୟେ ଐସେ ଜାତା ନହିଁ କୋଇ।’

ଅମିତାଭ ଟ୍ୱିଟ୍‌ରେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଏହି ସେର୍‌ଟି ଗୁରୁ ଦତ୍ତଙ୍କ ନିଧନ ବେଳେ ଲେଖାଯାଇଥିଲା। ଆଜି ଏହି ସ୍ଥିତିରେ ଏହା ପୂରା ଫିଟ୍ ହେଉଛି।

ଶ୍ରୀଦେବୀଙ୍କୁ ନେଇ ଅମିତାଭ ଅନେକ ଟ୍ୱିଟ୍ କରିଛନ୍ତି। ଦୁହେଁ ଅନେକ ଫିଲ୍ମରେ ଏକାଠି କାମ କରିଥିଲେ। ସେ ଗତକାଲି ଶ୍ରୀଦେବୀଙ୍କର ଅନ୍ତିମ ଦର୍ଶନ କରିବା ସହିତ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

 

Related story