ବଲିଉଡ୍‌ରେ ୫୦ ବର୍ଷ ପୂରଣ କଲେ ଅମିତାଭ

ମୁମ୍ବାଇ: ଗତମାସ ୧୧ ତାରିଖରେ ୭୭ ବର୍ଷରେ ପାଦ ଥାପିଥିବା ଅମିତାଭ ବଚ୍ଚନ ଆଜି ବଲିଉଡ୍‌ରେ ୫୦ ବର୍ଷ ପୂରଣ କରିଛନ୍ତି। ୧୯୬୯ ମସିହା ଆଜିର ଦିନରେ ତାଙ୍କର ଡେବ୍ୟୁ ଫିଲ୍ମ ‘ସାତ୍ ହିନ୍ଦୁସ୍ତାନୀ’ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ନ୍ୟୁକମର୍‌ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ସେଦିନର ଯାତ୍ରା ଆଜି ଯାଏ ଜାରି ରହିଛି। ତାଙ୍କ ଅଭିନୟ କ୍ୟାରିୟର ଭିତରେ ଅନେକ ସୁପର୍‌ଷ୍ଟାର ଆସିଛନ୍ତି, କିନ୍ତୁ ତାଙ୍କ ଷ୍ଟାର୍‌ଡମ୍ […]

bacchan

bacchan

Jitendra Garnayak
  • Published: Thursday, 07 November 2019
  • Updated: 07 November 2019, 02:24 PM IST

Sports

Latest News

ମୁମ୍ବାଇ: ଗତମାସ ୧୧ ତାରିଖରେ ୭୭ ବର୍ଷରେ ପାଦ ଥାପିଥିବା ଅମିତାଭ ବଚ୍ଚନ ଆଜି ବଲିଉଡ୍‌ରେ ୫୦ ବର୍ଷ ପୂରଣ କରିଛନ୍ତି। ୧୯୬୯ ମସିହା ଆଜିର ଦିନରେ ତାଙ୍କର ଡେବ୍ୟୁ ଫିଲ୍ମ ‘ସାତ୍ ହିନ୍ଦୁସ୍ତାନୀ’ ରିଲିଜ୍ ହୋଇଥିଲା। ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ନ୍ୟୁକମର୍‌ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ। ସେଦିନର ଯାତ୍ରା ଆଜି ଯାଏ ଜାରି ରହିଛି। ତାଙ୍କ ଅଭିନୟ କ୍ୟାରିୟର ଭିତରେ ଅନେକ ସୁପର୍‌ଷ୍ଟାର ଆସିଛନ୍ତି, କିନ୍ତୁ ତାଙ୍କ ଷ୍ଟାର୍‌ଡମ୍ ଆଜି ଯାଏ ମଳିନ ପଡ଼ିନି। ଏବକାର ଅନେକ ବଡ଼ ବଡ଼ ଷ୍ଟାର୍ ବି ତାଙ୍କ ଆଗରେ ଫିକା ପଡ଼ି ଯା’ନ୍ତି। ଏବେବି ତାଙ୍କ ହାତରେ ରହିଛି ଫିଲ୍ମ।

‘ଆନନ୍ଦ’, ‘ଜଞ୍ଜିର’, ‘ଶୋଲେ’, ‘ଦିୱାର’, ‘ଡନ୍’, ‘କୁଲି’, ‘ଅଗ୍ନିପଥ୍‌’, ‘ଶେହନ୍‌ଶାହ’, ‘ଖୁଦାଗବାହ’ ‘କଭି ଖୁସି କଭି ଗମ୍’, ‘ବ୍ଲାକ୍‌’, ‘ପା’ ଓ ‘ପିକୁ’ ଭଳି ଫିଲ୍ମରେ କାମ କରିଥିବା ଅମିତାଭ ୨୦୦ରୁ ଅଧିକ ସିନେମାରେ ଅଭିନୟ କରିଛନ୍ତି। ଏଥିପାଇଁ ପାଇଛନ୍ତି ଗଦା ଗଦା ପୁରସ୍କାର ଓ ସମ୍ମାନ। ଅନେକ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଓ ଫିଲ୍ମ ଫେୟାର ପୁରସ୍କାର ପାଇଛନ୍ତି ସେ। ଏହା ସହିତ ଅନ୍ୟାନ୍ୟ ଚଳଚ୍ଚିତ୍ର ପୁରସ୍କାର ବି ପାଇଛନ୍ତି। ଭାରତ ସରକାର ତାଙ୍କୁ ‘ପଦ୍ମଶ୍ରୀ’, ‘ପଦ୍ମଭୂଷଣ’ ଓ ‘ପଦ୍ମବିଭୂଷଣ’ ଭଳି ପୁରସ୍କାରରେ ସମ୍ମାନିତ କରିଛନ୍ତି। ତାଙ୍କୁ ଚଳଚ୍ଚିତ୍ର କ୍ଷେତ୍ରରେ ଦିଆଯାଉଥିବା ସର୍ବୋଚ୍ଚ ପୁରସ୍କାର ‘ଦାଦା ସାହେବ ଫାଲ୍‌କେ’ ପ୍ରଦାନ କରାଯିବା ପାଇଁ ମଧ୍ୟ କେନ୍ଦ୍ର ସରକାର ଘୋଷଣା କରିଛନ୍ତି।

ବଲିଉଡ୍‌ରେ ୫୦ ବର୍ଷ ପୂରଣ କରିବା ଅବସରରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ଲେଖିଛନ୍ତି, “ଆମେ ସମସ୍ତେ ତାଙ୍କର ମହାନତାର ସାକ୍ଷୀ ରହିଛନ୍ତି। ତାଙ୍କୁ ପ୍ରଶଂସା କରିବାର ବହୁ କାରଣ ରହିଛି। ତାଙ୍କଠାରୁ ବହୁତ କଥା ଶିଖି ହେବ। ସିନେ ପ୍ରେମୀଙ୍କ ବିଭିନ୍ନ ପିଢ଼ି କହନ୍ତି ଯେ ସେମାନେ ବଚ୍ଚନଙ୍କ ସମୟର। ବାପା, ଫିଲ୍ମ ଇଣ୍ଡଷ୍ଟ୍ରୀ ୫୦ ବର୍ଷ ପୂରଣ କରିଥିବାରୁ ଆପଣଙ୍କୁ ଶୁଭେଚ୍ଛା। ଆମେ ଏବେ ଆସନ୍ତା ୫୦ ବର୍ଷକୁ ଅପେକ୍ଷା କରିବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story