କେତେ ଥିଲା ଅମିତାଭଙ୍କ ପ୍ରଥମ ଦରମା

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଶୁକ୍ରବାର ୭୭ ବର୍ଷରେ ପାଦ ଥାପିଛନ୍ତି। ପ୍ରାୟ ୫୦ରୁ ଅଧିକ ବର୍ଷ ହେଲା ସେ ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି। ରାଜେଶ ଖାନ୍ନାଙ୍କଠାରୁ ଆରମ୍ଭ କରି ଶାହାରୁଖ ଖାନ୍‌ଙ୍କ ପର୍ଯ୍ୟନ୍ତ ଅନେକ ସୁପର୍‌ଷ୍ଟାର୍ ଆସିଛନ୍ତି। କିନ୍ତୁ ବିଗ୍ ବି’ଙ୍କ ସୁପର୍‌ଷ୍ଟାର୍‌ଡମ୍‌ କେବେ ମଳିନ ପଡ଼ିନି। ବରଂ କୁହାଯାଇପାରେ ବୟସ ବଢ଼ିବା ସହିତ ସେ ଅଭିନୟରେ ଅଧିକ ଚମକୁଛନ୍ତି। ଭିନ୍ନ ଭିନ୍ନ ଭୂମିକାରେ ତାଙ୍କୁ ଦେଖିବାକୁ ମିଳୁଛି। ‘ବ୍ଲାକ୍‌’, ‘ପା’ ଓ […]

amitav1

Jitendra Garnayak
  • Published: Friday, 11 October 2019
  • , Updated: 11 October 2019, 01:37 PM IST

ମୁମ୍ବାଇ: ବଲିଉଡ୍‌ ଅଭିନେତା ଅମିତାଭ ବଚ୍ଚନ ଶୁକ୍ରବାର ୭୭ ବର୍ଷରେ ପାଦ ଥାପିଛନ୍ତି। ପ୍ରାୟ ୫୦ରୁ ଅଧିକ ବର୍ଷ ହେଲା ସେ ଫିଲ୍ମ ଜଗତରେ ସକ୍ରିୟ ଅଛନ୍ତି। ରାଜେଶ ଖାନ୍ନାଙ୍କଠାରୁ ଆରମ୍ଭ କରି ଶାହାରୁଖ ଖାନ୍‌ଙ୍କ ପର୍ଯ୍ୟନ୍ତ ଅନେକ ସୁପର୍‌ଷ୍ଟାର୍ ଆସିଛନ୍ତି। କିନ୍ତୁ ବିଗ୍ ବି’ଙ୍କ ସୁପର୍‌ଷ୍ଟାର୍‌ଡମ୍‌ କେବେ ମଳିନ ପଡ଼ିନି। ବରଂ କୁହାଯାଇପାରେ ବୟସ ବଢ଼ିବା ସହିତ ସେ ଅଭିନୟରେ ଅଧିକ ଚମକୁଛନ୍ତି। ଭିନ୍ନ ଭିନ୍ନ ଭୂମିକାରେ ତାଙ୍କୁ ଦେଖିବାକୁ ମିଳୁଛି। ‘ବ୍ଲାକ୍‌’, ‘ପା’ ଓ ‘ପିକୁ’ ଭଳି ଫିଲ୍ମ ହେଉଛି ତା’ର ଉଦାହରଣ। ଯଥାକ୍ରମେ ୨୦୦୫, ୨୦୦୯ ଓ ୨୦୧୫ରେ ରିଲିଜ୍ ହୋଇଥିବା ଏହି ସବୁ ଫିଲ୍ମ ପାଇଁ ସେ ଉଭୟ ଫିଲ୍ମ ଫେୟାର ଓ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ଏ ବୟସରେ ବି ଈର୍ଷଣୀୟ ସଫଳତା ସାଉଁଟି ଚାଲିଥିବା ଏହି ଅଭିନେତା ହେଉଛନ୍ତି କୋଟି କୋଟି ଟଙ୍କାର ମାଲିକ।

ସୂଚନା ଅନୁଯାୟୀ, ଅମିତାଭ ଓ ତାଙ୍କ ଅଭିନେତ୍ରୀ ପତ୍ନୀ ଜୟା ଭାଦୁଡ଼ିଙ୍କ ସଂପତ୍ତି ମିଶି ୧୦୦୦ କୋଟି ଟଙ୍କାରୁ ଅଧିକ ହେବ। ଏବେ ଅମିତାଭଙ୍କ ପାଖରେ ୬୨ କୋଟି ଟଙ୍କାର ସୁନା ଓ ଅନ୍ୟାନ୍ୟ ଅଳଙ୍କାର ରହିଛି। ପତ୍ନୀ ଜୟାଙ୍କଠାରୁ ତାଙ୍କ ପାଖରେ ଅଧିକ ମୂଲ୍ୟର ସୁନା ଓ ଅନ୍ୟାନ୍ୟ ଅଳଙ୍କାର ରହିଛି। ଜୟାଙ୍କ ପାଖରେ ୨୬ କୋଟି ଟଙ୍କାର ସୁନା ଓ ଅନ୍ୟାନ୍ୟ ଅଳଙ୍କାର ରହିଛି। ସେହିଭଳି ଅମିତାଭଙ୍କ ପାଖରେ ୧୩ କୋଟି ଟଙ୍କାର ୧୨ଟି ଗାଡ଼ି ରହିଛି। ତେବେ ଜାଣିଛନ୍ତି, ଅମିତାଭଙ୍କ ପ୍ରଥମ ଦରମା କେତେ ଥିଲା?

ଥରେ ଏକ ସାକ୍ଷାତକାରରେ ଅମିତାଭ ବଚ୍ଚନ ଏ ବିଷୟରେ କହିଥିଲେ। ଅଭିନୟ ଜଗତକୁ ଆସିବା ପୂର୍ବରୁ ସେ କୋଲକାତାରେ ଚାକିରି କରୁଥିଲେ। ସେଠାରେ ତାଙ୍କୁ ପ୍ରଥମ ମାସରେ ୫୦୦ ଟଙ୍କା ଦରମା ମିଳିଥିଲା। ସେହିପରି ପ୍ରଥମ ଫିଲ୍ମ ପାଇଁ ତାଙ୍କୁ ୫୦୦୦ ଟଙ୍କା ପାରିଶ୍ରମିକ ମିଳିଥିଲା। ତାଙ୍କ ପ୍ରଥମ ଫିଲ୍ମର ନାଁ ଥିଲା ‘ସାତ୍ ହିନ୍ଦୁସ୍ଥାନୀ’। ଫିଲ୍ମଟି ବକ୍ସ ଅଫିସ୍‌ରେ କମାଲ କରିପାରି ନଥିଲା। କିନ୍ତୁ ଏଇ ଫିଲ୍ମ ପାଇଁ ସେ ବେଷ୍ଟ୍ ନ୍ୟୁକମର୍‌ ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ।

Related story