ଆମ୍ମାଙ୍କ ପରଲୋକରେ ବଲିଉଡ୍‌ରେ ଶୋକ

ମୁମ୍ବାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ନିଧନରେ କେବଳ ରାଜନୀତି ଦୁନିଆ ନୁହେଁ ହିନ୍ଦୀ ସିନେମା ଜଗତ ମଧ୍ୟ ଗଭୀର ଶୋକରେ ରହିଛି। ତାଙ୍କର ବିୟୋଗରେ ହିନ୍ଦୀ ସିନେମା ଜଗତର ଅନେକ କଳାକାର ଟ୍ୱିଟର ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି। ବଲିଉଡର ହିମ୍ୟାନ୍‌ ଧର୍ମେନ୍ଦ୍ର ଜୟଲଳିତାଙ୍କୁ ଜଣେ ଭଲ ଅଭିନେତ୍ରୀ ଥିଲେ ବୋଲି କହିଛନ୍ତି। ଏତେ ସଫଳତା ସତ୍ତ୍ୱେ ତାଙ୍କର ବ୍ୟବହାରରେ କେବେ ପରିବର୍ତ୍ତନ ଦେଖାଯାଇ ନାହିଁ ବୋଲି ସେ ଟ୍ୱିଟ୍ କରିଛନ୍ତି। ଜୟଲଳିତାଙ୍କ ନିଧନରେ ଅମିତାଭ ବଚ୍ଚନ […]

jaya--saharukh-amitabh

Rakesh Mallick
  • Published: Tuesday, 06 December 2016
  • , Updated: 07 December 2016, 07:40 AM IST

ମୁମ୍ବାଇ: ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ନିଧନରେ କେବଳ ରାଜନୀତି ଦୁନିଆ ନୁହେଁ ହିନ୍ଦୀ ସିନେମା ଜଗତ ମଧ୍ୟ ଗଭୀର ଶୋକରେ ରହିଛି। ତାଙ୍କର ବିୟୋଗରେ ହିନ୍ଦୀ ସିନେମା ଜଗତର ଅନେକ କଳାକାର ଟ୍ୱିଟର ମାଧ୍ୟମରେ ଶୋକ ପ୍ରକାଶ କରିଛନ୍ତି।

ବଲିଉଡର ହିମ୍ୟାନ୍‌ ଧର୍ମେନ୍ଦ୍ର ଜୟଲଳିତାଙ୍କୁ ଜଣେ ଭଲ ଅଭିନେତ୍ରୀ ଥିଲେ ବୋଲି କହିଛନ୍ତି। ଏତେ ସଫଳତା ସତ୍ତ୍ୱେ ତାଙ୍କର ବ୍ୟବହାରରେ କେବେ ପରିବର୍ତ୍ତନ ଦେଖାଯାଇ ନାହିଁ ବୋଲି ସେ ଟ୍ୱିଟ୍ କରିଛନ୍ତି।

ଜୟଲଳିତାଙ୍କ ନିଧନରେ ଅମିତାଭ ବଚ୍ଚନ ଦୁଃଖ ପ୍ରକାଶ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି।

ଅନ୍ୟପଟେ ବଲିଉଡ କିଙ୍ଗ୍‌ ଖାନ୍‌ ଜୟଲଳିତାଙ୍କ ବିୟୋଗର ଖବର ଖୁବ୍‌ ଦୁଃଖଦାୟକ ବୋଲି ଟ୍ୱିଟ୍‌ ମାଧ୍ୟମରେ କହିଛନ୍ତି।

ମୃତ୍ୟୁ ପରେ ବି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ଆମ୍ମା ଜୀବିତ ରହିବେ ବୋଲି ଗାୟକ କୈଳାଶ ଖେର ଟ୍ୱିଟରରେ ପୋଷ୍ଟ କରିଛନ୍ତି।

Related story