କାହିଁକି ଅମରିଶଙ୍କ ସହ କୌଣସି ଫିଲ୍ମରେ ଅଭିନୟ କରିନାହାଁନ୍ତି ଆମୀର?

ମୁମ୍ବାଇ: ତାଙ୍କ ଭଳି କଳାକାର କୋଟିଏରେ ଗୋଟିଏ। ଅଭିନୟ ଯେମିତି ଡାଇଲଗ୍‌ବାଜି ବି ସେମିତି। ସେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି। ହେଲେ ଭିଲିଆନ୍‌ ଭାବେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଆଉ ଆମ ଗହଣରେ ନାହାନ୍ତି। ସେ ହେଉଛନ୍ତି ଅମରିଶ ପୁରୀ। ସେ ଅନେକ ସୁପରଷ୍ଟାରଙ୍କ ସହ ଅଭିନୟ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଆମୀର ଖାନ୍‌ ଓ ଅମରିଶଙ୍କୁ ଏକାଠି କୌଣସି ଫିଲ୍ମରେ ଦେଖିବାକୁ ମିଳିନି। ଆପଣ କହିବେ […]

aamir

aamir

Ordigital Desk
  • Published: Tuesday, 19 December 2017
  • Updated: 19 December 2017, 03:41 PM IST

Sports

Latest News

ମୁମ୍ବାଇ: ତାଙ୍କ ଭଳି କଳାକାର କୋଟିଏରେ ଗୋଟିଏ। ଅଭିନୟ ଯେମିତି ଡାଇଲଗ୍‌ବାଜି ବି ସେମିତି। ସେ ଅନେକ ଚରିତ୍ରରେ ଅଭିନୟ କରିଛନ୍ତି। ହେଲେ ଭିଲିଆନ୍‌ ଭାବେ ସେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ। ସେ ଆଉ ଆମ ଗହଣରେ ନାହାନ୍ତି। ସେ ହେଉଛନ୍ତି ଅମରିଶ ପୁରୀ। ସେ ଅନେକ ସୁପରଷ୍ଟାରଙ୍କ ସହ ଅଭିନୟ କରିଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ଆମୀର ଖାନ୍‌ ଓ ଅମରିଶଙ୍କୁ ଏକାଠି କୌଣସି ଫିଲ୍ମରେ ଦେଖିବାକୁ ମିଳିନି। ଆପଣ କହିବେ ଏଇଟା କ’ଣ ଗୋଟେ ବଡ଼ କଥା। ହୁଏତ ସେମାନେ ଏକାଠି କାମ କରିବାର ସୁଯୋଗ ପାଇନଥିବେ। ନାଁ କଥାଟା ଠିକ୍ ସେମିତି ନୁହେଁ। ଏହା ପଛରେ ଏକ କାରଣ ରହିଛି। ଆମୀର ହିଁ ତାଙ୍କ ସହିତ କାମ କରିବାକୁ ଚାହୁଁ ନଥିଲେ। ତେବେ ଆମୀର କାହିଁକି ତାଙ୍କ ସହିତ କାମ କରିବାକୁ ଚାହୁଁ ନଥିଲେ ସେ ବିଷୟରେ ଆମେ ଆପଣଙ୍କୁ ଆଜି ଜଣାଇବୁ।

୧୯୮୫ରେ ଫିଲ୍ମ ‘ଜବରଦସ୍ତ’ର ସୁଟିଂ ଚାଲିଥିଲା। ସେହି ଫିଲ୍ମର ନିର୍ଦ୍ଦେଶକ ଥିଲେ ଆମୀରଙ୍କ ଦାଦା ନାସିର ହୁସେନ୍‌। ସେହି ଫିଲ୍ମରେ ଆମୀର ସହ ନିର୍ଦ୍ଦେଶକ ଭାବେ କାମ କରୁଥିଲେ। ଅମରିଶ ପୁରୀ ସେଥିରେ ଅଭିନୟ କରୁଥିଲେ। ତେବେ ସେ ଜାଣି ନଥିଲେ ନାସିର ଆମୀରଙ୍କ ଦାଦା। ଫିଲ୍ମରେ ଏକ ଆକ୍ସନ ସିନ୍ ସୁଟିଂ ହେବା ସମୟରେ ନାସିର ପୂରା ଦାୟିତ୍ୱ ଆମୀରଙ୍କୁ ଦେଇ ଦେଇଥିଲେ। କାରଣ ସେ ଜାଣିଥିଲେ ଯେ ସେଇ ସିନ୍‌କୁ ଆମୀର ଠିକ୍‌ ଭାବେ ସମ୍ଭାଳି ନେବେ।  ସିନ୍‌ର ସୁଟିଂ ବେଳେ ଅମରିଶଙ୍କ ଆକ୍ସନ ଠିକ୍‌ ହେଉ ନଥିଲା। ତେଣୁ ଆମୀର ତାଙ୍କୁ ଅଟକାଇ ରିପିଟ୍‌ କରିବା ପାଇଁ କହିଥିଲେ। ତେବେ ପ୍ରଥମେ ଅମରିଶ ନଶୁଣିଲା ପରି ହେଲେ। ତେବେ ଆମୀର ବାରମ୍ବାର କହିବା ଯୋଗୁଁ ସେ ରାଗିଗଲେ ଓ ଜୋରରେ ଗାଳି କଲେ। ଅବଶ୍ୟ ପରେ ନିଜର ଭୁଲ ସ୍ୱୀକାର କରିବା ସହିତ ଆମୀରଙ୍କୁ କ୍ଷମା ମାଗିଥିଲେ। ତେବେ ଆମୀର ତାଙ୍କ ସହ ଅଭିନୟ ନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos