ଟଙ୍କା ପାଇଁ ଫିଲ୍ମ କରେ: ଅନୀଲ୍‌ କପୁର

ମୁମ୍ବାଇ: ଅନୀଲ୍‌ କପୁର ଏବେ ତାଙ୍କ ଆଗାମୀ ଫିଲ୍ମ ‘ଫନ୍ନେ ଖାଁ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ରାଜ୍‌ କୁମାର ରାଓ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଗତ ମାସରେ ତାଙ୍କ ଅଭିନୀତ ଫିଲ୍ମ ‘ରେସ୍‌-୩’ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ସହିତ ସଲମାନ୍ ଥିଲେ। ନିକଟରେ ଏକ ସାକ୍ଷାତକାରରେ ଅନୀଲ୍‌ଙ୍କୁ ପଚରାଯାଇଥିଲା ଯେ ସେ କାହିଁକି ‘ରେସ୍‌ ୩’ରେ ଅଭିନୟ କରିଥିଲେ। ଟିକେ ହସି […]

anil

Rakesh Mallick
  • Published: Monday, 30 July 2018
  • , Updated: 08 August 2018, 04:03 PM IST

ମୁମ୍ବାଇ: ଅନୀଲ୍‌ କପୁର ଏବେ ତାଙ୍କ ଆଗାମୀ ଫିଲ୍ମ ‘ଫନ୍ନେ ଖାଁ’ର ପ୍ରମୋସନ୍‌ରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ରାଜ୍‌ କୁମାର ରାଓ ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ଗତ ମାସରେ ତାଙ୍କ ଅଭିନୀତ ଫିଲ୍ମ ‘ରେସ୍‌-୩’ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ତାଙ୍କ ସହିତ ସଲମାନ୍ ଥିଲେ। ନିକଟରେ ଏକ ସାକ୍ଷାତକାରରେ ଅନୀଲ୍‌ଙ୍କୁ ପଚରାଯାଇଥିଲା ଯେ ସେ କାହିଁକି ‘ରେସ୍‌ ୩’ରେ ଅଭିନୟ କରିଥିଲେ। ଟିକେ ହସି ଦେଇ ସେ କହିଥିଲେ,“ଟଙ୍କା ପାଇଁ।  ଯେତେବେଳେ ବି ମୁଁ କୌଣସି ଫିଲ୍ମ ସାଇନ୍‌ କରେ ସେତେବେଳେ ଟଙ୍କା କଥା ଭାବିଥାଏ। ଅଭିନୟ ମୋର ନିଶା ସହ ମୋ ପେସା ମଧ୍ୟ। ଅଭିନୟ କରି ମୁଁ ପରିବାର ଚଳାଏ। ଯଦି ମୁଁ ଅଧିକ ଟଙ୍କା ରୋଜଗାର କରିବା ପ୍ରତି ଧ୍ୟାନ ନଦେବି, ତେବେ ମୋ ପରିବାର କେମିତି ଚଳିବ? ସେଥିପାଇଁ ମୁଁ ଟଙ୍କାକୁ ଗୁରୁତ୍ୱ ଦେଇଥାଏ।”

୪୦ ବର୍ଷ ହେଲାଣି ଅନୀଲ୍‌ ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଅଛନ୍ତି। ସେ ଦୁଇ ଥର ଜାତୀୟ ଫିଲ୍ମ ପୁରସ୍କାର ପାଇଥିବା ବେଳେ ବିଭିନ୍ନ ବର୍ଗରେ ୬ ଥର ଫିଲ୍ମ ଫେୟାର ଆୱାର୍ଡ ପାଇଛନ୍ତି। ଅଭିନେତା ସହିତ ସେ ଜଣେ ପ୍ରଯୋଜକ ମଧ୍ୟ।

 

Related story