‘ବାହୁବଲୀ ୨’ର ଆଉ ଏକ ରାଜ୍ ଖୋଲିଲା, ରେକର୍ଡ କରିବ ଶେଷ ସିନ୍‌

ନୂଆଦିଲ୍ଲୀ: ‘ବାହୁବଲୀ ୨’ ଏଇ ଏପ୍ରିଲ୍ ୨୮ ତାରିଖରେ ରିଲିଜ୍ ହେବ। ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାର ଆଉ ଏକ ରାଜ୍ ପର୍ଦ୍ଦାଫାଶ ହୋଇଛି। ଫିଲ୍ମଟିର ଶେଷ ସିନ୍‌କୁ ନେଇ ଖୋଲିଛି ଏହି ରାଜ୍। କୁହାଯାଉଛି ଶେଷ ସିନ୍ ସାନ୍‌ଦାର୍ ହୋଇଛି। ଏହା ରେକର୍ଡ ତିଆରି କରିବ। ତା’ହେଲେ କେମିତିକା ରେକର୍ଡ? ‘ବାହୁବଲୀ ୨’ର ଶେଷ ସିନ୍ ହେବ ସବୁଠୁ ଲମ୍ବା ସିନ୍। ପ୍ରାୟ ୪୫ ମିନିଟ୍ ଧରି ଚାଲିବ ଶେଷ ସିନ୍। ଏଥିପାଇଁ […]

baahbubali

Rakesh Mallick
  • Published: Monday, 24 April 2017
  • , Updated: 25 April 2017, 07:07 AM IST

ନୂଆଦିଲ୍ଲୀ: ‘ବାହୁବଲୀ ୨’ ଏଇ ଏପ୍ରିଲ୍ ୨୮ ତାରିଖରେ ରିଲିଜ୍ ହେବ। ତେବେ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାର ଆଉ ଏକ ରାଜ୍ ପର୍ଦ୍ଦାଫାଶ ହୋଇଛି। ଫିଲ୍ମଟିର ଶେଷ ସିନ୍‌କୁ ନେଇ ଖୋଲିଛି ଏହି ରାଜ୍।

କୁହାଯାଉଛି ଶେଷ ସିନ୍ ସାନ୍‌ଦାର୍ ହୋଇଛି। ଏହା ରେକର୍ଡ ତିଆରି କରିବ। ତା’ହେଲେ କେମିତିକା ରେକର୍ଡ?

‘ବାହୁବଲୀ ୨’ର ଶେଷ ସିନ୍ ହେବ ସବୁଠୁ ଲମ୍ବା ସିନ୍। ପ୍ରାୟ ୪୫ ମିନିଟ୍ ଧରି ଚାଲିବ ଶେଷ ସିନ୍। ଏଥିପାଇଁ ୩୦ କୋଟି ଟଙ୍କାର ସେଟ୍ ଲଗାଯାଇଥିଲା।

ତେବେ କଟପ୍ପା ବାହୁବଲୀକୁ କାହିଁକି ମାରିଲା ତାହା ଫିଲ୍ମ ଦେଖିଲା ପରେ ଜଣାପଡ଼ିବ।

Related story