#Metoo ପରେ ପୁଣି ଟେଲିଭିଜନକୁ ଫେରିବେ ଅନୁ ମଲିକ !

ମୁମ୍ୱାଇ: ବଲିଉଡ୍‌ରେ ୨୦୧୮ରେ #Metoo ମୁଭମେଣ୍ଟ ଜୋର୍‌ ଧରିଥିଲା। ଏହି ମୁଭମେଣ୍ଟ ଯୋଗୁ ବଲିଉଡ୍‌ର ଅନେକ ଷ୍ଟାରଙ୍କ ନାମରେ ଅଭିଯୋଗ ମଧ୍ୟ ଆସିଥିଲା। ତେବେ ଏଥିରୁ ବାଦ୍‌ ପଡ଼ିନଥିଲେ, ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ। ଗାୟିକା ଶ୍ୱେତା ପଣ୍ଡିତ ତାଙ୍କ ନାମରେ ଅଭିଯୋଗ ଆଣିଥିଲେ। #Metoo ଝଡ଼ ପାଇଁ ଶେଷରେ ଅନୁଙ୍କୁ ଇଣ୍ଡିଆନ୍‌ ଆଇଡଲ୍‌ ୧୦ର ଜଜ୍‌ ଆସନ ଛାଡ଼ିବାକୁ ପଡ଼ିଥିଲା। ବର୍ତ୍ତମାନ ଅନୁ ପୁଣି ଟେଲିଭିଜନର ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’କୁ ଫେରିବେ ବୋଲି […]

anu

Puspanjali Panda
  • Published: Tuesday, 23 July 2019
  • , Updated: 23 July 2019, 11:10 AM IST

ମୁମ୍ୱାଇ: ବଲିଉଡ୍‌ରେ ୨୦୧୮ରେ #Metoo ମୁଭମେଣ୍ଟ ଜୋର୍‌ ଧରିଥିଲା। ଏହି ମୁଭମେଣ୍ଟ ଯୋଗୁ ବଲିଉଡ୍‌ର ଅନେକ ଷ୍ଟାରଙ୍କ ନାମରେ ଅଭିଯୋଗ ମଧ୍ୟ ଆସିଥିଲା। ତେବେ ଏଥିରୁ ବାଦ୍‌ ପଡ଼ିନଥିଲେ, ଗାୟକ ତଥା ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲିକ। ଗାୟିକା ଶ୍ୱେତା ପଣ୍ଡିତ ତାଙ୍କ ନାମରେ ଅଭିଯୋଗ ଆଣିଥିଲେ।

#Metoo ଝଡ଼ ପାଇଁ ଶେଷରେ ଅନୁଙ୍କୁ ଇଣ୍ଡିଆନ୍‌ ଆଇଡଲ୍‌ ୧୦ର ଜଜ୍‌ ଆସନ ଛାଡ଼ିବାକୁ ପଡ଼ିଥିଲା। ବର୍ତ୍ତମାନ ଅନୁ ପୁଣି ଟେଲିଭିଜନର ସିଙ୍ଗିଙ୍ଗ୍‌ ରିୟଲିଟି ଶୋ’କୁ ଫେରିବେ ବୋଲି ସୂଚନା ମିଳିଛି।

ଟାଇମ୍ସ ଅଫ୍‌ ଇଣ୍ଡିଆର ରିପୋର୍ଟ ଅନୁସାରେ, ଅନୁ ଖୁବ ଶୀଘ୍ର ଟିଭିକୁ ଫେରୁଛନ୍ତି। କିନ୍ତୁ ସେ ଏଥର ଜଜ୍‌ ନୁହେଁ, ସିଙ୍ଗିଙ୍ଗ୍‌ ଶୋରେ ଅତିଥି ଭାବେ ଯୋଗ ଦେବେ। ଗୀତିକାର ସମୀରଙ୍କ ସହିତ ଅନୁ ଅତିଥି ଭାବରେ ଯୋଗ ଦେବେ। ଦୁହେଁ ଏକାଠି ଅନେକ ଗୀତରେ କାମ କରିଛନ୍ତି। ସମୀରଙ୍କ ସହିତ ଅନୁଙ୍କୁ ‘ସିଙ୍ଗିଙ୍ଗ୍‌ ସୁପରଷ୍ଟାର’ର ଆଗାମୀ ଏପିସୋଡ୍‌ରେ ଦେଖିବାକୁ ମିଳିବ।

ଇଣ୍ଡିଆନ୍‌ ଆଇଡଲ୍‌ ୧୧ରେ ଅନୁ ମଲିକ ଜଜ୍‌ ହେବେ ବୋଲି ଏହା ପୂର୍ବରୁ ଶୁଣିବାକୁ ମିଳିଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଶୋ’ ଆରମ୍ଭ ହୋଇନାହିଁ। କିନ୍ତୁ #Metoo ଅଭିଯାନ ଧିମା ପଡ଼ିଯାଇଥିବାରୁ ମେକର୍ସ ଅନୁଙ୍କୁ ପୁଣି ଥରେ ଆଣିବା ପାଇଁ ଚିନ୍ତା କରୁଛନ୍ତି।

#Metooରେ ସିଙ୍ଗର୍‌ ଶ୍ୱେତା ପଣ୍ଡିତ ଅନୁଙ୍କ ଉପରେ ଲଗାଇଥିବା ସମସ୍ତ ଅଭିଯୋଗକୁ ଅନୁ ଖଣ୍ଡନ କରିଥିଲେ। କିନ୍ତୁ ଅନ୍ୟପଟେ ମିଡିଆକୁ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଅନୁ କହିଥିଲେ, ‘ଇଣ୍ଡିଆନ୍‌ ଆଇଡ଼ଲ୍‌ ୧୦ ଛାଡ଼ିବାର ନିଷ୍ପତ୍ତି ସେ ନିଜେ ନେଇଥିଲେ। ଚ୍ୟାନେଲ୍‌ ତାଙ୍କୁ ଶୋ’ ଛାଡ଼ିବା ପାଇଁ କୌଣସି ଚାପ ପକାଇ ନଥିଲା।’

Related story