ଭାଲେଣ୍ଟାଇନ୍‌ ଡେ’ ପାଳୁନାହାନ୍ତି, ତଥାପି ମିଳିଲା ଗିଫ୍ଟ

ମୁମ୍ବାଇ: ସାରା ବିଶ୍ୱରେ ପ୍ରେମପକ୍ଷୀଙ୍କ ପାଦ ଏବେ ତଳେ ଲାଗୁନି। ନିଜ ପ୍ରିୟତମ ବା ପ୍ରିୟତମାଙ୍କୁ ସଂସାରର ସବୁଠାରୁ ଭଲ ଉପହାରଟିଏ ଧରାଇ ତାଙ୍କ ମୁହଁର ହସ ଚେନାଏ ଦେଖିବାକୁ ଏବେ ଯେମିତି ଚାଲିଛି ପ୍ରତିଯୋଗିତା। ରୋଜ୍‌-ଡେରେ ଦିଆଯାଇଛି ନାଲି ଗୋଲାପ, ପ୍ରପୋଜ ଡେରେ ନିଆରା ଢଙ୍ଗରେ କରାଯାଇଛି ପ୍ରେମ ନିବେଦନ। ଫେବ୍ରୁଆରୀ  ଆରମ୍ଭରୁ ଏମିତି ଛବି ଏବେ ଦେଖିବାକୁ ମିଳୁଥିବା ବେଳେ ଆମ ଦେଶର ଚର୍ଚ୍ଚିତ ପ୍ରେମୀ ଯୁଗଳ କିନ୍ତୁ ଏଥର ଭେଲେଣ୍ଟାଇନ୍‌ ଡେ ପାଳିବେନି ବୋଲି […]

111

Rakesh Mallick
  • Published: Thursday, 08 February 2018
  • , Updated: 08 February 2018, 04:44 PM IST

ମୁମ୍ବାଇ: ସାରା ବିଶ୍ୱରେ ପ୍ରେମପକ୍ଷୀଙ୍କ ପାଦ ଏବେ ତଳେ ଲାଗୁନି। ନିଜ ପ୍ରିୟତମ ବା ପ୍ରିୟତମାଙ୍କୁ ସଂସାରର ସବୁଠାରୁ ଭଲ ଉପହାରଟିଏ ଧରାଇ ତାଙ୍କ ମୁହଁର ହସ ଚେନାଏ ଦେଖିବାକୁ ଏବେ ଯେମିତି ଚାଲିଛି ପ୍ରତିଯୋଗିତା। ରୋଜ୍‌-ଡେରେ ଦିଆଯାଇଛି ନାଲି ଗୋଲାପ, ପ୍ରପୋଜ ଡେରେ ନିଆରା ଢଙ୍ଗରେ କରାଯାଇଛି ପ୍ରେମ ନିବେଦନ। ଫେବ୍ରୁଆରୀ  ଆରମ୍ଭରୁ ଏମିତି ଛବି ଏବେ ଦେଖିବାକୁ ମିଳୁଥିବା ବେଳେ ଆମ ଦେଶର ଚର୍ଚ୍ଚିତ ପ୍ରେମୀ ଯୁଗଳ କିନ୍ତୁ ଏଥର ଭେଲେଣ୍ଟାଇନ୍‌ ଡେ ପାଳିବେନି ବୋଲି କହି ନିଜ ଫ୍ୟାନ୍‌ମାନଙ୍କୁ ଚକିତ କରି ଦେଇଥିଲେ।

ଆପଣ ଠିକ୍‌ ବୁଝି ପାରୁଥିବେ, ଆମେ କାହା କଥା କହୁଛୁ! ଆଜ୍ଞା ହଁ, ଆମେ ବିରୁଷ୍କାଙ୍କ କଥା ହିଁ କହୁଛି। ଦିହେଁ ନିକଟରେ ହାତକୁ ଦି ହାତ ହୋଇଛନ୍ତି। ତେଣୁ ଏଥର ତାଙ୍କ ଭ୍ୟାଲେଣ୍ଟାଇନ୍‌ ଡେ ଟିକେ ନିଆରା ଆଉ ହଟ୍‌କେ ହୋଇଥାନ୍ତା ବୋଲି ଭାବୁଥିଲୁ। ହେଲେ ଦିହେଁ ଏ ପ୍ରେମ ପର୍ବ ପାଳିବେନି ବୋଲି କହି ସମସ୍ତଙ୍କ ମନକୁ ପାଣିଚିଆ କରି ଦେଇଥିଲେ। ହେଲେ ଉପହାରର ସୁଅ ଛୁଟିବା ବନ୍ଦ ହୋଇନି। ଆଉ ପ୍ରଥମ ଉପହାର କିଏ ଦେଇଛନ୍ତି ଜାଣନ୍ତି। ଅନୁଷ୍କାଙ୍କ ବାପା। ଶ୍ୱଶୁର ଘରୁ ବିରାଟଙ୍କ ପାଇଁ ଆସିଛି ପ୍ରଥମ ଭାଲେଣ୍ଟାଇନ୍ ଗିଫ୍ଟ। ଆଉ ଏହି ଲଭବର୍ଡଙ୍କୁ କ’ଣ ଗିଫ୍ଟ ମିଳିଛି ଜାଣିଛନ୍ତି! ଗୋଟେ ରୋମାଣ୍ଟିକ୍‌ କବିତା ବହି।

ମୁମ୍ବାଇ ମିରର ରିପୋର୍ଟ ଅନୁସାରେ କିଛି ଦିନ ପୂର୍ବରୁ ଅନୁଷ୍କାଙ୍କ ବାପା ଅବସରପ୍ରାପ୍ତ କର୍ଣ୍ଣଲ ଅଜୟ କୁମାର ଶର୍ମା ଓ ମାଆ ଅସିମା, ଲେଖିକା ତେଜସ୍ୱନୀ ଦିବ୍ୟାଙ୍କର ଏକ ପୁସ୍ତକ  ଉନ୍ମୋଚନରେ ପହଞ୍ଚିଥିଲେ। ଏହି ଅବସରରେ ଅନୁଷ୍କାଙ୍କ ବାପାଙ୍କର ରୋମାଣ୍ଟିକ୍‌ କବିତାର ଏକ ବହି ଉପରେ ନଜର ପଡ଼ିଥିଲା। ଏହାପରେ ଅଜୟ ଲେଖିକାଙ୍କ ଦସ୍ତଖତ ଥିବା କବିତା ପୁସ୍ତକଟି ଆଣିଥିଲେ। ଯାହାକୁ ସେ ଝିଅ ଅନୁଷ୍କା ଓ ଜ୍ୱାଇଁ ବିରାଟଙ୍କୁ ଉପହାର ସ୍ୱରୁପ ଦେଇଛନ୍ତି। ଆଉ ଗୋଟିଏ କଥା ବି ଜାଣିରଖନ୍ତୁ, ଅନୁଷ୍କାଙ୍କ ବାପାଙ୍କ ଲେଖିକା ମହୋଦୟା ଜଣଙ୍କ ଜଣେ ଭଲ ବନ୍ଧୁ ।

 

Related story