ଅନସ୍କ୍ରିନ୍ ପ୍ରେମିକାଙ୍କ ହାତରୁ ଜନ୍ମଦିନ ଉପହାର ନେଲେ ‘ବାହୁବଲୀ’

ମୁମ୍ବାଇ:  ସୋମବାର ଥିଲା ବାହୁବଲୀ ଫେମ୍ ପ୍ରଭାସଙ୍କର ୩୭ତମ ଜନ୍ମଦିନ। ଏଥିପାଇଁ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ନିଆରା ଢଙ୍ଗରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଏଣେ ଏହି ମଉକାକୁ ହାତଛଡା କରିନାହାନ୍ତି ଅଭିନତ୍ରୀ ଅନୁଷ୍କା। ବାହୁବଳୀ ଚଳଚ୍ଚିତ୍ରରେ ପ୍ରଭାସଙ୍କ ବିପକ୍ଷରେ ନାୟିକା ସାଜିଥିବା ସୁନ୍ଦରୀ ଅନୁଷ୍କା ପ୍ରଭାସଙ୍କୁ ଗିଫ୍ଟ କରିଛନ୍ତି ଏକ ଡିଜାଇନର ଘଣ୍ଟା। ଶୁଣିବାକୁ ମିଳୁଛି ଘଣ୍ଟା ପିନ୍ଧିବା କାଳେ ପ୍ରଭାସଙ୍କ ସବୁଠାରୁ ବଡ ସଉକ୍। ଯାହାକୁ ନେଇ ଗଣମାଧ୍ୟମରେ ଏହି ଯୋଡିଙ୍କ ପ୍ରେମ କାହାଣିର […]

Rakesh Mallick
  • Published: Tuesday, 24 October 2017
  • , Updated: 24 October 2017, 12:27 PM IST

ମୁମ୍ବାଇ:  ସୋମବାର ଥିଲା ବାହୁବଲୀ ଫେମ୍ ପ୍ରଭାସଙ୍କର ୩୭ତମ ଜନ୍ମଦିନ। ଏଥିପାଇଁ ତାଙ୍କ ଫ୍ୟାନ୍‌ମାନେ ତାଙ୍କୁ ନିଆରା ଢଙ୍ଗରେ ଜନ୍ମ ଦିନର ଶୁଭେଚ୍ଛା ଜଣାଇଥିଲେ। ଏଣେ ଏହି ମଉକାକୁ ହାତଛଡା କରିନାହାନ୍ତି ଅଭିନତ୍ରୀ ଅନୁଷ୍କା। ବାହୁବଳୀ ଚଳଚ୍ଚିତ୍ରରେ ପ୍ରଭାସଙ୍କ ବିପକ୍ଷରେ ନାୟିକା ସାଜିଥିବା ସୁନ୍ଦରୀ ଅନୁଷ୍କା ପ୍ରଭାସଙ୍କୁ ଗିଫ୍ଟ କରିଛନ୍ତି ଏକ ଡିଜାଇନର ଘଣ୍ଟା। ଶୁଣିବାକୁ ମିଳୁଛି ଘଣ୍ଟା ପିନ୍ଧିବା କାଳେ ପ୍ରଭାସଙ୍କ ସବୁଠାରୁ ବଡ ସଉକ୍। ଯାହାକୁ ନେଇ ଗଣମାଧ୍ୟମରେ ଏହି ଯୋଡିଙ୍କ ପ୍ରେମ କାହାଣିର ଚର୍ଚ୍ଚା ଏବେ ଭିନ୍ନ ମୋଡ ନେଲାଣି।

ପୂର୍ବରୁ ଦୁହିଁଙ୍କ ମଧ୍ୟରେ ଅଫେୟାର ଚାଲିଥିବା  ନେଇ ଖୁବ ଚର୍ଚ୍ଚା ହେଉଥିଲା। ଏହା କେତେ ଦୂର ସତ ସେ କଥା କାହାରିକୁ ଜଣାନାହିଁ। ଦୁହେଁ ଏବେ ନିଜ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି। ତଥାପି ଅନୁଷ୍କା ପ୍ରଭାସଙ୍କ ଜନ୍ମଦିନ ପାଇଁ ସମୟ ବାହାର କରିବା ଆଉ ମନ ଜାଣି ଉପହାର ଦେବାରେ କିଛି ତ ଅଛି ବୋଲି ଏବେ ସବୁଆଡେ ଟୁପୁରୁଟାପର।

Related story