୨୯ ବର୍ଷ ବୟସରେ ବି ଚମକୁଛନ୍ତି ବିରାଟଙ୍କ ଗର୍ଲଫ୍ରେଣ୍ଡ: ଜାଣନ୍ତୁ ଅନୁଷ୍କାଙ୍କ ଫିଟନେସ୍‌ର ରହସ୍ୟ

ଅନୁଷ୍କା ଶର୍ମା ସୁନ୍ଦର ଅଭିନୟ ସାଙ୍ଗକୁ ନିଜର ଗ୍ଲାମରସ୍ ଲୁକ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏହି ବି ଟାଉନ୍‌ ଅଭିନେତ୍ରୀ ଜଣକ ନିଜର ସ୍ଲିମ ଫିଗରରେ ପୁରା ବଲିଉଡ଼କୁ ଦିୱାନା କରିଛନ୍ତି। ଆଜି ହେଉଛି ଏହି ସୁନ୍ଦରୀ ତନୁପାତାଳୀ ଅଭିନେତ୍ରୀଙ୍କର ଜନ୍ମଦିନ। ଅନୁଷ୍କାଙ୍କ ଏହି ସୁନ୍ଦରତା ପଛରେ କ’ଣ ଅଛି ରହସ୍ୟ। ଆସନ୍ତୁ ଜାଣିବା କିପରି ନିଜର ଫିଗରକୁ ମେଣ୍ଟେନ କରି ରଖିଛନ୍ତି ଏହି ନାୟିକା । ଡାଏଟ ପ୍ଲାନ: .ଅନୁଷ୍କା ପ୍ରତିଦିନ କିଛି କିଛି କରି […]

anushka

Rakesh Mallick
  • Published: Monday, 01 May 2017
  • , Updated: 01 May 2017, 10:38 PM IST

ଅନୁଷ୍କା ଶର୍ମା ସୁନ୍ଦର ଅଭିନୟ ସାଙ୍ଗକୁ ନିଜର ଗ୍ଲାମରସ୍ ଲୁକ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏହି ବି ଟାଉନ୍‌ ଅଭିନେତ୍ରୀ ଜଣକ ନିଜର ସ୍ଲିମ ଫିଗରରେ ପୁରା ବଲିଉଡ଼କୁ ଦିୱାନା କରିଛନ୍ତି। ଆଜି ହେଉଛି ଏହି ସୁନ୍ଦରୀ ତନୁପାତାଳୀ ଅଭିନେତ୍ରୀଙ୍କର ଜନ୍ମଦିନ। ଅନୁଷ୍କାଙ୍କ ଏହି ସୁନ୍ଦରତା ପଛରେ କ’ଣ ଅଛି ରହସ୍ୟ। ଆସନ୍ତୁ ଜାଣିବା କିପରି ନିଜର ଫିଗରକୁ ମେଣ୍ଟେନ କରି ରଖିଛନ୍ତି ଏହି ନାୟିକା ।

ଡାଏଟ ପ୍ଲାନ:

.ଅନୁଷ୍କା ପ୍ରତିଦିନ କିଛି କିଛି କରି ପାଞ୍ଚଥର ଖାଇଥାନ୍ତି ଓ ଘର ରନ୍ଧା ହୋଇଥିବା ଖାଦ୍ୟ ଅନୁଷ୍କାଙ୍କ ବେଶ୍ ପ୍ରିୟ। ପାଣି ପି‍ଇ‍ବାକୁ ବିଲକୁଲ ବି କୁଣ୍ଠାବୋଧ କରନ୍ତି ନାହିଁ ଏହି ନାୟିକା। ଦିନକୁ ପ୍ରାୟ ୩ ଲିଟର ପାଣି ପିଇଥାନ୍ତି ଲେଡ଼ି ମଲ୍ଲଯୋଦ୍ଧା। ସକାଳ ଜଳଖିଆରେ ୨ଟି ଅଣ୍ଡା ଓ ଫ୍ରୁଟ ଜୁସ୍ ପିଇବା ସହ ମିଡ଼ ଡେରେ  ସ୍ନାକ୍ସ ସହ ପଇଡ଼ ପାଣି ପିଇଥାନ୍ତି। ମଧ୍ୟାହ୍ନ ଭୋଜନରେ ଘର ଖାଇବା କେବେ ଭୁଲନ୍ତି ନାହିଁ। ଘରୁ ସର୍ବଦା ଚପାତୀ ସହ ସାଲାଡ଼ ଓ ଡାଲି ସାଙ୍ଗରେ ନେଇଥାନ୍ତି। ସନ୍ଧ୍ୟା ସମୟରେ ସେ ହାଲକା ଖାଦ୍ୟ ଖାଇବା ସହ ରାତ୍ରି ଭୋଜନ ସର୍ବଦା ଘରେ ଖାଇବାକୁ ଚେଷ୍ଟା କରନ୍ତି। ଶୋଇବା ପୁର୍ବରୁ କ୍ଷୀର ପିଇବା ସହ ଜଙ୍କ ଫୁଡ଼ ଠାରୁ ନିଜକୁ ଦୂରେଇ ରଖିଥାନ୍ତି।

ୱାର୍କଆଉଟ ରୁଟିନ୍:

ଅନୁଷ୍କା ନିଜର ଫିଟନେଶକୁ ନେଇ ବେଶ ସଚେତନ। ସପ୍ତାହକୁ ୪ଥର ଜିମ୍ ଯିବା ସହ ପ୍ରତିଦିନ ଯୋଗ କରିଥାନ୍ତି ଯାହା ତାଙ୍କ ମନକୁ ରିଲାକ୍ସ କରିଥାଏ। ନାଚିଲେ ମନ ପ୍ରଫୁଲ ରହେ ତେଣୁ ପ୍ରତିଦିନ ୩୦ ମିନିଟ୍ ଡ୍ୟାନ୍ସ କରିବା ସହ ସୁଟିଂ ସମୟରେ ସେ ଜଗିଂ କରିବାକୁ ଭଲପାଆନ୍ତି।

Related story