ବିରାଟ ଏପରି ପାଳିଲେ ପତ୍ନୀ ଅନୁଷ୍କାଙ୍କ ଜନ୍ମ ଦିନ, ଭିଡ଼ିଓ ଭାଇରାଲ

ମୁମ୍ୱାଇ:  ବୁଧବାର ୩୧ ବର୍ଷରେ ପାଦ ଥାପିଥିବା ଅନୁଷ୍କା ନିଜ ଜନ୍ମ ଦିନକୁ କିଛି ନିଆରା ଢଙ୍ଗରେ ପାଳନ କରିଛନ୍ତି  କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କ ସହ। ଏହାର ଏକ ଭିଡ଼ିଓ ବିରାଟ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ଦୁହେଁ କୋଳାହଳଠୁ ଦୂରରେ ଏକ ନଦୀ କୂଳରେ ବସି କ୍ୱାଲିଟି ଟାଇମ୍‌ ବିତାଇଛନ୍ତି। ଦୁନିଆରୁ ବେଖବର ଏହି ଯୋଡ଼ି ପରସ୍ପର ସହ ବେଶ୍‌ ଖୁସି ନଜର ଆସୁଥିଲେ।  ବ୍ୟାକ୍‌ ଗ୍ରାଉଣ୍ଡରେ ମଧ୍ୟ ରହିଛି ଏକ ବହୁତ […]

birat....

Niharika Rout
  • Published: Thursday, 02 May 2019
  • , Updated: 02 May 2019, 09:34 AM IST

ମୁମ୍ୱାଇ:  ବୁଧବାର ୩୧ ବର୍ଷରେ ପାଦ ଥାପିଥିବା ଅନୁଷ୍କା ନିଜ ଜନ୍ମ ଦିନକୁ କିଛି ନିଆରା ଢଙ୍ଗରେ ପାଳନ କରିଛନ୍ତି  କ୍ରିକେଟର ସ୍ୱାମୀ ବିରାଟ କୋହଲିଙ୍କ ସହ। ଏହାର ଏକ ଭିଡ଼ିଓ ବିରାଟ ନିଜ ଇନଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଶେଆର କରିଛନ୍ତି। ଦୁହେଁ କୋଳାହଳଠୁ ଦୂରରେ ଏକ ନଦୀ କୂଳରେ ବସି କ୍ୱାଲିଟି ଟାଇମ୍‌ ବିତାଇଛନ୍ତି।

ଦୁନିଆରୁ ବେଖବର ଏହି ଯୋଡ଼ି ପରସ୍ପର ସହ ବେଶ୍‌ ଖୁସି ନଜର ଆସୁଥିଲେ।  ବ୍ୟାକ୍‌ ଗ୍ରାଉଣ୍ଡରେ ମଧ୍ୟ ରହିଛି ଏକ ବହୁତ ରୋମାଣ୍ଟିକ୍‌ ଗୀତ।  ବିରୁଷ୍କାଙ୍କ ଏହି ଭିଡ଼ିଓକୁ ଫ୍ୟାନ୍ସଙ୍କ ଲାଇକ୍‌ ମଧ୍ୟ ବହୁ ମାତ୍ରାରେ ମିଳିଛି।

 

View this post on Instagram

 

♥️ Credit - @suppeerrgram

A post shared by Virat Kohli (@virat.kohli) on

ଏହି ଭିଡ଼ିଓ ବ୍ୟତୀତ ବିରାଟ ଏକ ରୋମାଣ୍ଟିକ ଫଟୋ ମଧ୍ୟ ଶେଆର କରିଛନ୍ତି। ଯେଉଁଥିରେ ବିରାଟଙ୍କ କାନ୍ଧରେ ମୁଣ୍ଡ ରଖିଛନ୍ତି ଅନୁଷ୍କା । ଏଡାକୁ ମଧ୍ୟ ଫ୍ୟାନ୍ସଙ୍କ ବହୁତ ଭଲ ପାଇବା ମିଳିଛି।  ନିଜ ନିଜ ପ୍ରଫେଶନାଲ ଲାଇଫ୍‌ରେ ଖୁବ୍‌ ବ୍ୟସ୍ତ ରହୁଥିବା ବିରାଟ, ଅନୁଷ୍କା କିନ୍ତୁ ଏହି ଦିନଟି ପରସ୍ପର ସହ କାଟିଥିଲେ।

ଦୁହେଁ ଏପରି ଜାଗାକୁ ପଳାଇଥିଲେ ଯେଉଁଠି ଫ୍ୟାନ୍ସଙ୍କ ଭିଡ଼ ନ ଥିଲା, ଅଟୋଗ୍ରାଫ୍‌ ମାଗିବାକୁ ଓ ସେଲଫି ନେବାକୁ କେହି ନ ଥିଲେ। ଏହାପରେ ବିରୁଷ୍କା ରୋମାଣ୍ଟିକ ଡ଼ିନର ଡେଟରେ ମଧ୍ୟ ଯାଇଥିବା ଜଣାଯାଇଛି।

Related story