ଜୁନ୍‌ରୁ ‘ପରୀ’ର ସୁଟିଂ ଆରମ୍ଭ କରିବେ ଅନୁଷ୍କା

ମୁମ୍ୱାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଆଉ ଏକ ହୋମ୍‌ ପ୍ରଡକ୍ସନ ଫିଲ୍ମ ନାଁ ଘୋଷଣା କରିଛନ୍ତି। ଅନୁଷ୍କା ଏହି  ଫିଲ୍ମର ଟାଇଟଲ୍‌ ‘ପରୀ’ ରଖିଛନ୍ତି। ଫିଲ୍ମର ସୁଟିଂ ଜୁନ୍‌ ମାସରୁ ଆରମ୍ଭ ହେବ। ବଙ୍ଗାଳୀ ଅଭିନେତା ପରମବ୍ରତ ଚାଟାର୍ଜୀ ଅନୁଷ୍କାଙ୍କ ସହ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ପ୍ରସିତ ରାୟ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି। ପରମବ୍ରତ ଚାଟାର୍ଜୀ ଜଣେ ଜଣାଶୁଣା ବଙ୍ଗାଳୀ କଳାକାର। ତାଙ୍କୁ ପ୍ରଥମେ ଫିଲ୍ମ ‘କାହାନୀ’ରେ ଦେଖିବାକୁ ମିଳିଥିଲା। ସେ ଏହି ଫିଲ୍ମରେ […]

anushka

Rakesh Mallick
  • Published: Tuesday, 02 May 2017
  • , Updated: 02 May 2017, 10:14 AM IST

ମୁମ୍ୱାଇ: ଅଭିନେତ୍ରୀ ଅନୁଷ୍କା ଶର୍ମା ତାଙ୍କ ଆଉ ଏକ ହୋମ୍‌ ପ୍ରଡକ୍ସନ ଫିଲ୍ମ ନାଁ ଘୋଷଣା କରିଛନ୍ତି। ଅନୁଷ୍କା ଏହି  ଫିଲ୍ମର ଟାଇଟଲ୍‌ ‘ପରୀ’ ରଖିଛନ୍ତି। ଫିଲ୍ମର ସୁଟିଂ ଜୁନ୍‌ ମାସରୁ ଆରମ୍ଭ ହେବ। ବଙ୍ଗାଳୀ ଅଭିନେତା ପରମବ୍ରତ ଚାଟାର୍ଜୀ ଅନୁଷ୍କାଙ୍କ ସହ ମୁଖ୍ୟ ଭୂମିକାରେ ନଜରକୁ ଆସିବେ। ପ୍ରସିତ ରାୟ ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି।

ପରମବ୍ରତ ଚାଟାର୍ଜୀ ଜଣେ ଜଣାଶୁଣା ବଙ୍ଗାଳୀ କଳାକାର। ତାଙ୍କୁ ପ୍ରଥମେ ଫିଲ୍ମ ‘କାହାନୀ’ରେ ଦେଖିବାକୁ ମିଳିଥିଲା। ସେ ଏହି ଫିଲ୍ମରେ ଜଣେ ପୋଲିସ୍‌ ଅଫିସର ଚରିତ୍ରରେ ନଜରକୁ ଆସିଥିଲେ।

‘ପରୀ’ ଅନୁଷ୍କା ଶର୍ମାଙ୍କ ତୃତୀୟ ହୋମ୍‌ ପ୍ରଡକ୍ସନ ଫିଲ୍ମ।

Related story