ହେ ଭଗବାନ! ଶେଷରେ ଭୁତୁଣୀ ପାଲଟିଲେ ଅନୁଷ୍କା

ରିଏଲ୍‌ ଲାଇଫରେ କଳାକାର ମାନେ ଯେମିତି ହୋଇଥାନ୍ତୁ ନା କାହିଁକି ରିଲ୍‌ ଲାଇଫ୍‌ରେ କିନ୍ତୁ କଳାକାର ମାନେ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳନ୍ତି। ଗତମାସରୁ ଅନୁଷ୍କା ଶର୍ମା ନିଜର ଆଉ ଏକ ନୂଆ ଫିଲ୍ମର ସୁଟିଂ ଆରମ୍ଭ କରିଛନ୍ତି। ନିଜେ ଅନୁଷ୍କା ଏ ଖବର ଦେବା ସହ ସେହି ଫିଲ୍ମର ଏକ ଫଟୋ ସେୟାର କରିଛନ୍ତି। ଏବେ ଏହି ଫିଲ୍ମର ଆଉଏକ ପୋଷ୍ଟର ରିଲିଜ ହୋଇଛି। ଯେଉଁଥିରେ ଫିଲ୍ମର ରିଲିଜ ଡେଟ ମଧ୍ୟ ଲେଖା ଯାଇଛି। ଏହି ଚିଳଚିତ୍ରରେ ଅନୁଷ୍କାଙ୍କର ଏକ ଭୟଙ୍କର ରୂପ ଦେଖିବାକୁ ମିଳିଛି। ଫିଲ୍ମଟିର ନାଁ ‘ପରୀ’ ରଖାଯାଇଥିବା ବେଳେ ପୋଷ୍ଟରରୁ ପରୀ ଉପରେ କୌଣସି ଏକ ଶକ୍ତି ପ୍ରଭାବ ରହିଥିବାର ଅନୁଭବ ହେଉଛି। ଏ ଫିଲ୍ମଟି 2018 ଫେବୃଆରି 9 ରେ ରିଲିଜ ହେବାକୁ ଯାଉଛି। ଫିଲ୍ମରେ ଅନୁଷ୍କାଙ୍କ ସହ ବେଙ୍ଗଲୀ ଅଭିନେତା ପରମବ୍ରତ ଚାଟାର୍ଜୀ ଲିଡ ରୋଲରେ ଦେଖାଦେବେ। ଏହି ଫିଲ୍ମଟି କୋଲକାତା ଓ ମୁମ୍ବାଇରେ ସୁଟିଙ୍ଗ କରାଯାଉଛି।