ତା’ହେଲେ କ’ଣ କ୍ୟାଟ୍ରିନାଙ୍କ ଆଡ଼କୁ ଢଳିଲେଣି ଅଭିଷେକ?

ମୁମ୍ବାଇ: ଗତକାଲି ଯେଉଁମାନେ ବଲିଉଡ୍‌ ହିରୋ ଅଭିଷେକ ବଚ୍ଚନଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଦେଖିଥିବେ ସେମାନେ ନିଶ୍ଚିତ ଭାବେ ଚମକି ପଡ଼ିଥିବେ। କାରଣ  ସେଥିରେ ବିଭିନ୍ନ ପ୍ରକାର ଫଟୋ ପୋଷ୍ଟ୍ କରାଯାଇଥିଲା। ସେଥି ମଧ୍ୟରେ ପାଲେଷ୍ଟାଇନାର ଜାତୀୟ ପତାକା ବି ଥିଲା।  ଏକ ଫଟୋର କ୍ୟାପ୍‌ସନ୍‌ରେ ‘ଆଇ ଲଭ୍ ୟୁ କ୍ୟାଟ୍ରିନା କୈଫ୍’ ବି ଲେଖା ଯାଇଥିଲା। ବିଶେଷ କରି ‘ଆଇ ଲଭ୍ ୟୁ କ୍ୟାଟ୍ରିନା କୈଫ୍’ କ୍ୟାପ୍‌ସନ୍ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ। ତେବେ ଆପଣ […]

abhisek

Rakesh Mallick
  • Published: Sunday, 11 February 2018
  • , Updated: 11 February 2018, 10:37 AM IST

ମୁମ୍ବାଇ: ଗତକାଲି ଯେଉଁମାନେ ବଲିଉଡ୍‌ ହିରୋ ଅଭିଷେକ ବଚ୍ଚନଙ୍କ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟ ଦେଖିଥିବେ ସେମାନେ ନିଶ୍ଚିତ ଭାବେ ଚମକି ପଡ଼ିଥିବେ। କାରଣ  ସେଥିରେ ବିଭିନ୍ନ ପ୍ରକାର ଫଟୋ ପୋଷ୍ଟ୍ କରାଯାଇଥିଲା। ସେଥି ମଧ୍ୟରେ ପାଲେଷ୍ଟାଇନାର ଜାତୀୟ ପତାକା ବି ଥିଲା।  ଏକ ଫଟୋର କ୍ୟାପ୍‌ସନ୍‌ରେ ‘ଆଇ ଲଭ୍ ୟୁ କ୍ୟାଟ୍ରିନା କୈଫ୍’ ବି ଲେଖା ଯାଇଥିଲା। ବିଶେଷ କରି ‘ଆଇ ଲଭ୍ ୟୁ କ୍ୟାଟ୍ରିନା କୈଫ୍’ କ୍ୟାପ୍‌ସନ୍ ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇ ଯାଇଥିବେ। ତେବେ ଆପଣ ଯଦି ଭାବୁଥିବେ ଯେ ଅଭିଷେକ କ’ଣ କ୍ୟାଟ୍ରିନାଙ୍କ ପ୍ରେମରେ ପଡ଼ିଗଲେଣି ବୋଲି, ତା’ହେଲେ ତାହା ସଂପୂର୍ଣ୍ଣ ଭାବେ ଭୁଲ୍। କାରଣ ଏସବୁ ଥିଲା ହ୍ୟାକରଙ୍କ କାମ।

ଗତକାଲି ଅଭିଷେକଙ୍କ ଇନ୍‌ଷ୍ଟାଗ୍ରାମ୍‌ ଏକାଉଣ୍ଟକୁ ହ୍ୟାକ୍ କରି ଦେଇଥିଲେ। ଏକାଉଣ୍ଟ ହ୍ୟାକ୍ କରିବା ପରେ ସେମାନେ ବିଭିନ୍ନ ପ୍ରକାର ଫଟୋ ପୋଷ୍ଟ୍ କରିବା ସହିତ  ‘ଆଇ ଲଭ୍ ୟୁ କ୍ୟାଟ୍ରିନା କୈଫ୍’ ବି ଲେଖି ଦେଇଥିଲେ। ଏହା ଜଣାପଡ଼ିବା ପରେ ତାଙ୍କ ଏକାଉଣ୍ଟକୁ ରିକଭର କରାଯାଇଥିଲା ଓ ସେସବୁ ଫଟୋ ଡିଲିଟ୍ କରି ଦିଆଯାଇଥିଲା।

ଏହା ପୂର୍ବରୁ ଅଭିଷେକ ବଚ୍ଚନଙ୍କ ଟ୍ୱିଟର ଆକାଉଣ୍ଟ ବି ହ୍ୟାକ୍ କରାଯାଇଥିଲା।

Related story