ରାଗି ଗଲେ ଅର୍ଜୁନ ରାମପାଲ, ଫୋପାଡ଼ି ଦେଲେ କ୍ୟାମେରା, ଜଣେ ଆହତ

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ୍‌ଙ୍କ ବିରୁଦ୍ଧରେ ମାରପିଟ ଅଭିଯୋଗ ହୋଇଛି। ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ୍‌ର ନାଇଟ୍ କ୍ଲବ୍‌ରେ ସେ ମାରପିଟ କରିଥିବା ଅଭିଯୋଗ ହୋଇଛି। ଏହି ମାରପିଟରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି। ପୀଡ଼ିତ ଜଣଙ୍କ କହିଛନ୍ତି ସେ ତାଙ୍କ ସାଙ୍ଗମାନଙ୍କ ସହିତ ଏହି ନାଇଟ୍‌ କ୍ଲବକୁ ଆସିଥିଲେ। ଏଠାରେ ଅର୍ଜୁନ ରାମପାଲ ଡିଜେ ପ୍ଲେ କରୁଥିଲେ। ଡିଜେ ପ୍ଲେ କରୁଥିବା ବେଳେ ସେ ହଠାତ୍ ଭିଡ଼ ଭିତରକୁ ଏକ କ୍ୟାମେରା ଫୋପାଡ଼ି ଥିଲେ। […]

arjun

Rakesh Mallick
  • Published: Sunday, 09 April 2017
  • , Updated: 09 April 2017, 10:39 AM IST

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତା ଅର୍ଜୁନ ରାମପାଲ୍‌ଙ୍କ ବିରୁଦ୍ଧରେ ମାରପିଟ ଅଭିଯୋଗ ହୋଇଛି। ଦିଲ୍ଲୀର ଏକ ପଞ୍ଚତାରକା ହୋଟେଲ୍‌ର ନାଇଟ୍ କ୍ଲବ୍‌ରେ ସେ ମାରପିଟ କରିଥିବା ଅଭିଯୋଗ ହୋଇଛି। ଏହି ମାରପିଟରେ ଜଣେ ବ୍ୟକ୍ତି ଆହତ ହୋଇଛନ୍ତି।

ପୀଡ଼ିତ ଜଣଙ୍କ କହିଛନ୍ତି ସେ ତାଙ୍କ ସାଙ୍ଗମାନଙ୍କ ସହିତ ଏହି ନାଇଟ୍‌ କ୍ଲବକୁ ଆସିଥିଲେ। ଏଠାରେ ଅର୍ଜୁନ ରାମପାଲ ଡିଜେ ପ୍ଲେ କରୁଥିଲେ। ଡିଜେ ପ୍ଲେ କରୁଥିବା ବେଳେ ସେ ହଠାତ୍ ଭିଡ଼ ଭିତରକୁ ଏକ କ୍ୟାମେରା ଫୋପାଡ଼ି ଥିଲେ। ଏହା ତାଙ୍କ ମୁଣ୍ଡରେ ବାଜି ଥିଲା। ସେ ଅର୍ଜୁନଙ୍କ ଏଭଳି ବ୍ୟବହାରର କାରଣ ସଂପର୍କରେ ଜାଣିବାକୁ ଚାହିଁବାରୁ ବାଉନସରମାନେ ତାଙ୍କୁ ସେଠାରୁ ବାହାର କରି ଦେଲେ।  ଜଣାପଡ଼ିଛି ଯେ ଫଟୋଗ୍ରାଫରମାନେ ଅର୍ଜୁନଙ୍କର ଫଟୋ ଉଠାଉଥିବାରୁ ସେ ରାଗି ଯାଇଥିଲେ ଓ କ୍ୟାମେରା ଛଡ଼ା ନେଇ ଫୋପାଡ଼ି ଦେଇଥିଲେ।

ଏ ଘଟଣା ଆଜି ଭୋର୍ ପ୍ରାୟ ସାଢ଼େ ୩ଟା ବେଳେ ଘଟିଥିଲା। ଆହତ ବ୍ୟକ୍ତି ଜଣଙ୍କ ଏନେଇ ପୋଲିସ୍‌ରେ ଅଭିଯୋଗ କରୁଛନ୍ତି। ପୋଲିସ୍ ଘଟଣାର ତଦନ୍ତ କରୁଛି।

Related story