ସଞ୍ଜୁ ବାବାଙ୍କ ବିରୋଧରେ ଗିରଫ ପରୱାନା : ଟଙ୍କା ନେଇ ଫିଲ୍ମ କରି ନ ଥିଲେ

ନୂଆଦିଲ୍ଲୀ: ପୁଣି ବିବାଦରେ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ। ଏଥର ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ଅଦାଲତ ଅବମାନନା କରିବାରୁ ତାଙ୍କ ବିରୋଧରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।  ସୂଚନା ଅନୁଯାୟୀ ବଲିଉଡର ପ୍ରଯୋଜକ ସକିଲ ନୋରାନି ୨୦୧୩ରେ  ‘ଜାନ କୀ ବାଜି’ ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ସହ ଚୁକ୍ତି କରିଥିଲେ।  ଏଥିପାଇଁ ସଞ୍ଜୟ ଦତ୍ତ ଆଗୁଆ ୪୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଚୁକ୍ତି ଅନୁଯାୟୀ ଫିଲ୍ମରେ ଅଭିନୟ କରି […]

sanjay-dutt-1

Rakesh Mallick
  • Published: Sunday, 16 April 2017
  • , Updated: 16 April 2017, 08:14 PM IST

ନୂଆଦିଲ୍ଲୀ: ପୁଣି ବିବାଦରେ ବଲିଉଡ୍‌ ଅଭିନେତା ସଞ୍ଜୟ ଦତ୍ତ। ଏଥର ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି। ଅଦାଲତ ଅବମାନନା କରିବାରୁ ତାଙ୍କ ବିରୋଧରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।  ସୂଚନା ଅନୁଯାୟୀ ବଲିଉଡର ପ୍ରଯୋଜକ ସକିଲ ନୋରାନି ୨୦୧୩ରେ  ‘ଜାନ କୀ ବାଜି’ ଚଳଚ୍ଚିତ୍ରରେ ସଞ୍ଜୟ ଦତ୍ତଙ୍କ ସହ ଚୁକ୍ତି କରିଥିଲେ।  ଏଥିପାଇଁ ସଞ୍ଜୟ ଦତ୍ତ ଆଗୁଆ ୪୦ ଲକ୍ଷ ଟଙ୍କା ନେଇଥିଲେ। ହେଲେ ପରବର୍ତ୍ତୀ ସମୟରେ ଚୁକ୍ତି ଅନୁଯାୟୀ ଫିଲ୍ମରେ ଅଭିନୟ କରି ନ ଥିଲେ ସଞ୍ଜୟ। ଏଥିପାଇଁ ଟଙ୍କା ଫେରାଇ ଦେବାକୁ ପ୍ରଯୋଜକ ସକିଲ କହିଥିଲେ। ହେଲେ ସଞ୍ଜୟ ଟଙ୍କା ନ ଦେବା ସହ ଗ୍ୟାଙ୍ଗ ଷ୍ଟର ଲଗେଇ ପ୍ରଯୋଜକ ସକିଲଙ୍କୁ ଧମକ ଦେଇଥିଲେ। ଏନେଇ ସକିଲ ମୁମ୍ବାଇର ଅନ୍ଧେରୀ କୋର୍ଟରେ ମାମଲା କରିଥିଲେ।

ସେହି ସମୟରେ ସଞ୍ଜୟ ବେଲ ପାଇଥିଲେ। ପରେ ୧୯୯୩ ମୁମ୍ବାଇ ବୋମା ବସ୍ଫୋରଣ ମାମଲାରେ ସଞ୍ଜୟଙ୍କୁ ଜେଲ ହୋଇଥିଲା। ତେଣୁ ନୋରାନି କରିଥିବା ମାମଲାର ଶୁଣାଣି ଘୁଞ୍ଚି ଯାଇଥିଲା। ଏବେ କିଛି ମାସ ତଳେ ସଞ୍ଜୟ ଜେଲରୁ ମୁକୁଳିବା ପରେ ତାଙ୍କୁ ଅନ୍ଧେରୀ କୋର୍ଟରୁ ସମନ ହୋଇଥିଲା। ହେଲେ ସଞ୍ଜୟ କୋର୍ଟ ନିର୍ଦେଶକୁ ଅବମାନନା  କରିଥିଲେ। ତେଣୁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି ହୋଇଛି।

Related story