ଏହି ଅଭିନେତା ନିଜ ସଫଳତାର ସମସ୍ତ ଶ୍ରେୟ ଅମିତାଭଙ୍କୁ ଦିଅନ୍ତି

ମୁମ୍ବାଇ: ଆଜି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ବିଗ୍ ବି ଆଜି ୭୫ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଇଣ୍ଡଷ୍ଟ୍ରିର ଅନେକ କଳାକାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅନେକ କଳାକାର ତାଙ୍କୁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି। ସେହି କଳାକାର ମାନଙ୍କ ମଧ୍ୟରୁ ଅର୍ସଦ ୱାରସି ଜଣେ। ଅର୍ସଦ କହିଛନ୍ତି,“ମୁଁ ଆଜି ଯେଉଁଠି ପହଞ୍ଚିଛି ଓ ଯାହା ସବୁ ପାଇଛି ତାହା କେବଳ ସମ୍ଭବ ହୋଇଛି ଅମିତାଭଙ୍କ ପାଇଁ।” ନିକଟରେ ସେ ଦେଇଥିବା ଏକ […]

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 02:27 PM IST

ମୁମ୍ବାଇ: ଆଜି ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ। ବିଗ୍ ବି ଆଜି ୭୫ ବର୍ଷରେ ପାଦ ଥାପିଛନ୍ତି। ଏହି ଅବସରରେ ଇଣ୍ଡଷ୍ଟ୍ରିର ଅନେକ କଳାକାର ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ଅନେକ କଳାକାର ତାଙ୍କୁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି। ସେହି କଳାକାର ମାନଙ୍କ ମଧ୍ୟରୁ ଅର୍ସଦ ୱାରସି ଜଣେ।

ଅର୍ସଦ କହିଛନ୍ତି,“ମୁଁ ଆଜି ଯେଉଁଠି ପହଞ୍ଚିଛି ଓ ଯାହା ସବୁ ପାଇଛି ତାହା କେବଳ ସମ୍ଭବ ହୋଇଛି ଅମିତାଭଙ୍କ ପାଇଁ।”

ନିକଟରେ ସେ ଦେଇଥିବା ଏକ ସାକ୍ଷତକାରରେ କହିଥିଲେ ଯେ ଅମିତାଭ ବଚ୍ଚନଙ୍କ ପାଇଁ ସେ ଜୀବନର ସଫଳତା ପାଇଛନ୍ତି। ଭଲରେ ଚଳୁଛନ୍ତି। ତାଙ୍କ ପିଲାମାନେ ଠିକ୍‌ରେ ଚଳୁଛନ୍ତି। ସେ ଓ ତାଙ୍କ ପରିବାର ଦାମୀ ଗାଡ଼ି ଚଢୁଛନ୍ତି ଓ ବିଦେଶକୁ ଛୁଟି କାଟିବାକୁ ଯାଉଛନ୍ତି।

Related story