ବାହା ହେବା ପାଇଁ ୧୬ ବର୍ଷରେ ଘର ଛାଡ଼ିଥିଲେ ଆଶା

ମୁମ୍ବାଇ:  କୁହାଯାଏ ଜୀବନରେ ଯଦି ସଂଘର୍ଷ ନାହିଁ ତେବେ ସଫଳତା ବି ମିଳେ ନାହିଁ। ଆଉ ଯଦି ବା ମିଳିଯାଏ, ତା’ର ସ୍ୱାଦ ସେତେ ମିଠା ଲାଗେ ନାହିଁ। ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେଙ୍କୁ ମଧ୍ୟ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଆଜି ଆଶାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ। ଆଶାଙ୍କ ଜୀବନ ସେତେବେଳେ ବଦଳିଯାଇଥିଲା ଯେବେ ସେ ବଡ଼ ଭଉଣୀ କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ସଚିବ ଗଣପତ ରାଓ ଭୋଁସଲେଙ୍କୁ […]

aasha

Chinmayee Roy
  • Published: Sunday, 08 September 2019
  • , Updated: 08 September 2019, 01:01 PM IST

ମୁମ୍ବାଇ:  କୁହାଯାଏ ଜୀବନରେ ଯଦି ସଂଘର୍ଷ ନାହିଁ ତେବେ ସଫଳତା ବି ମିଳେ ନାହିଁ। ଆଉ ଯଦି ବା ମିଳିଯାଏ, ତା’ର ସ୍ୱାଦ ସେତେ ମିଠା ଲାଗେ ନାହିଁ। ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋଁସଲେଙ୍କୁ ମଧ୍ୟ ଜୀବନରେ ଅନେକ ସଂଘର୍ଷ କରିବାକୁ ପଡ଼ିଥିଲା। ଆଜି ଆଶାଙ୍କ ଜନ୍ମଦିନରେ ଚାଲନ୍ତୁ ଜାଣିବା ତାଙ୍କ ସଂଘର୍ଷର କାହାଣୀ। ଆଶାଙ୍କ ଜୀବନ ସେତେବେଳେ ବଦଳିଯାଇଥିଲା ଯେବେ ସେ ବଡ଼ ଭଉଣୀ କୋକିଳକଣ୍ଠୀ ଲତା ମଙ୍ଗେସକରଙ୍କ ସଚିବ ଗଣପତ ରାଓ ଭୋଁସଲେଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ।

https://www.instagram.com/p/BxCtKchHFOZ/?utm_source=ig_web_copy_link

ଆଶାଙ୍କୁ ସେତେବେଳେ ବୟସ ମାତ୍ର ୧୬ ବର୍ଷ। ଆଉ ଗଣପତ ଥିଲେ ତାଙ୍କ ଦୁଇଗୁଣା ବୟସର। ଗଣପତ ଲତାଙ୍କର ବ୍ୟକ୍ତିଗତ ସଚିବ ଥିଲେ। ପ୍ରାୟ ସମୟରେ ଆଶାଙ୍କର ତାଙ୍କ ସହ ଦେଖା ସାକ୍ଷାତ ହୁଏ। ଏହା ଭିତରେ ଦୁହିଁଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ଫଳରେ ଆଶା ତାଙ୍କୁ ବିବାହ କରିବାକୁ ଜିଦ୍‌ ଧରିବସିଲେ। ହେଲେ କିଛି କାରଣ ଯୋଗୁ ଆଶାଙ୍କ ଘରଲୋକ ଉଭୟଙ୍କ ସମ୍ପର୍କକୁ ବିରୋଧ କଲେ। ଲତାଙ୍କୁ ମଧ୍ୟ ଏହା ଆଦୌ ପସନ୍ଦ ନଥିଲା ଯେ ଆଶା ତାଙ୍କ ସଚିବଙ୍କୁ ବାହା ହୁଅନ୍ତୁ। ସେ ଆଶାଙ୍କ ଉପରେ ବହୁତ ରାଗିଯାଇଥିଲେ। କାହାର ସମର୍ଥନ ନ ମିଳିବାରୁ ଆଶା ଗଣପତଙ୍କୁ ବାହା ହେବା ପାଇଁ ଘର ଛାଡ଼ି ପଳାଇଥିଲେ।

https://www.instagram.com/p/BwhxSD-H02N/?utm_source=ig_web_copy_link

ମାତ୍ର ତାଙ୍କ ବିବାହ ସଫଳ ହୋଇପାରିଲା ନାହିଁ। ଆଶା ପୁଣିଥରେ ନିଜ ଘରକୁ ଫେରିଥିଲେ। ସେତବେଳକୁ ସେ ତିନିଟି ପିଲାର ମାଆ ହୋଇସାରିଥିଲେ। ଲତା ବଡ଼ ଭଉଣୀର କର୍ତ୍ତବ୍ୟ କରି ସମସ୍ତ ପଛ କଥା ଭୁଲି ଆଶାଙ୍କୁ ସମର୍ଥନ କରିଥିଲେ। ଏହାପରେ ଆଶା ଲତାଙ୍କ ପରି ସଙ୍ଗୀତ ଦୁନିଆରେ ନିଜ ପରିଚୟ ସୃଷ୍ଟି କରିବାରେ ଲାଗିପଡ଼ିଲେ।

https://www.instagram.com/p/BkhsLr6gC4a/?utm_source=ig_web_copy_link

୫୦-୬୦ ଦଶକରେ ଗୀତା ଦତ୍ତ, ଶମଶାଦ ବେଗମ ଓ ଲତା ମଙ୍ଗେଶସରଙ୍କ ଲୋକପ୍ରିୟତା ଆଗରେ ଆଶାଙ୍କୁ ନିଜ ସ୍ଥାନ ପାଇବା ପାଇଁ ଅନେକ ପରିଶ୍ରମ କରିବାକୁ ପଡ଼ିଥିଲା। ନିଜ ପିଲାଙ୍କ ପେଟ ପୋଶିବା ପାଇଁ ଆଶା ଥାର୍ଡ଼ ଗ୍ରେଡ୍ ଫିଲ୍ମରେ ଗୀତ ଗାଇବାକୁ ଲାଗିଲେ। କୁହାଯାଏ ସେ ସମୟରେ ବଡ଼ ବଡ଼ ଗାୟିକାମାନେ ଯେଉଁ ଗୀତ ଗାଈବାକୁ ମନାକରୁଥିଲେ ସେହି ଗୀତଗୁଡ଼ିକ ହିଁ ଆଶାଙ୍କୁ ମିଳୁଥିଲା। ତଥାପି ଆଶା ହାର୍‌ ମାନି ନଥିଲେ। ଯାହା ବି କାମ ମିଳୁଥିଲା ସେ ଖୁସିର ସହ କରୁଥିଲେ। ପରେ ୧୯୫୭ରେ ଓ.ପି. ନ୍ୟାୟର ତାଙ୍କୁ ଫିଲ୍ମ ‘ତୁମସା ନେହିଁ ଦେଖା’ରେ ଏକ ବଡ଼ ବ୍ରେକ୍‌ ଦେଇଥିଲେ। ଏହାପରେ ସେ ଆହୁରି ଅନେକ ଫିଲ୍ମର ଗାଈ ବଲିଉଡରେ ନିଜର ପରିଚୟ ତିଆରି କରିଥିଲେ। ଆଶାଙ୍କୁ ସଙ୍ଗୀତ ଦୁନିଆରେ ଅସଲ ପରିଚୟ ସେତେବେଳେ ମିଳିଥିଲା ଯେବେ ସେ ଆର.ଡି. ବର୍ମନଙ୍କ ସହ ଗାଇଲେ। ୧୯୮୦ରେ ଆଶା ଖ୍ୟାତିନାମା ସଙ୍ଗୀତ ନିର୍ଦ୍ଦେଶକ ଆର.ଡି. ବର୍ମନଙ୍କୁ ବିବାହ କରିଥିଲେ। ଦୁହିଁଙ୍କ ଯୁଗଳବନ୍ଦୀ ବଲିଉଡକୁ ଅନେକ ହିଟ୍‌ ଗୀତ ଦେଇଥିଲା। ଯାହାକି ସଙ୍ଗୀତ ଜଗତରେ ଆଶା ଭୋଁସଲେଙ୍କର ଏକ ସଫଳ ପରିଚୟ ସୃଷ୍ଟି କରିଥିଲା। ସଙ୍ଗୀତ ଇତିହାସରେ ସବୁଠୁ ଅଧିକ ଗୀତ ରେକର୍ଡ଼ କରିଥିବା ଗାୟିକା ଭାବେ ଆଶା ଭୋଁସଲେଙ୍କ ନାଁ ୨୦୧୧ରେ ଗିନିଜ୍‌ ବୁକ୍‌ ଅଫ ରେକର୍ଡ଼ରେ ସାମିଲ ହୋଇଥିଲା।

Related story