ଛପି ଛପି ଆସିଥିଲା ମୃତ୍ୟୁ: କେହି ନଥିଲେ ପାଖରେ

ମୁମ୍ବାଇ: ଆଉ ନାହାଁନ୍ତି ‘ମମ୍’। ଗତକାଲି ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ଏ ଖବରଟି ଏବେ ସମସ୍ତଙ୍କୁ ସ୍ତବ୍ଧ କରି ରଖିଛି। ଶ୍ରୀଦେବୀଙ୍କ ବିୟୋଗରେ ଅଭିନେତାଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଟ୍ୱିଟ୍‌ କରି ଦୁଃଖ ବ୍ୟକ୍ତ କରିଛନ୍ତି। ହଠାତ୍‌ ଆଜି ଶ୍ରୀଦେବୀଙ୍କ ହୃଦଘାତରେ ମୃତ୍ୟୁ ଖବର ମିଳିଥିଲା। ତେବେ ପ୍ରକୃତ ଘଟଣା ଟି କ’ଣ ତାହା ଜାଣିବା ପାଇଁ ସମସ୍ତେ ଚାହିଁଥିଲେ। ସୂଚନା ଅନୁଯାୟୀ ଶ୍ରୀଦେବୀ ସ୍ୱାମୀ ବୋନି କପୁର ଓ ଝିଅ […]

shree

Rakesh Mallick
  • Published: Sunday, 25 February 2018
  • , Updated: 26 February 2018, 07:16 AM IST

ମୁମ୍ବାଇ: ଆଉ ନାହାଁନ୍ତି ‘ମମ୍’। ଗତକାଲି ରାତିରେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ଏ ଖବରଟି ଏବେ ସମସ୍ତଙ୍କୁ ସ୍ତବ୍ଧ କରି ରଖିଛି। ଶ୍ରୀଦେବୀଙ୍କ ବିୟୋଗରେ ଅଭିନେତାଠୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଟ୍ୱିଟ୍‌ କରି ଦୁଃଖ ବ୍ୟକ୍ତ କରିଛନ୍ତି।

ହଠାତ୍‌ ଆଜି ଶ୍ରୀଦେବୀଙ୍କ ହୃଦଘାତରେ ମୃତ୍ୟୁ ଖବର ମିଳିଥିଲା। ତେବେ ପ୍ରକୃତ ଘଟଣା ଟି କ'ଣ ତାହା ଜାଣିବା ପାଇଁ ସମସ୍ତେ ଚାହିଁଥିଲେ। ସୂଚନା ଅନୁଯାୟୀ ଶ୍ରୀଦେବୀ ସ୍ୱାମୀ ବୋନି କପୁର ଓ ଝିଅ ଖୁସି କପୁର ସହ ଦୁବାଇ ଜଣେ ସମ୍ପର୍କୀୟଙ୍କ ବାହାଘର ପାଇଁ ଯାଇଥିଲେ। ବିବାହ ସରିବା ପରେ ବୋନି ଓ ଖୁସି ମୁମ୍ବାଇ ଫେରିଆସିଥିଲେ। ଶ୍ରୀଦେବୀ ଦୁବାଇରେ ହିଁ ଥିଲେ। ଗତକାଲି ରାତି ପାଖାପାଖି ୧୧ଟାରେ ତାଙ୍କୁ ହୃଦଘାତ ହୋଇଥିଲା। ସେ ହୋଟେଲ୍‌ର ବାଥରୁମ୍‌ରେ ପଡିଯାଇଥିଲେ। ଏହାପରେ ତାଙ୍କୁ ଦୁବାଇ ରାଶିଦ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରାଯାଇଥିଲା। ଆଜି ତାଙ୍କର ପାର୍ଥିବ ଶରୀର ଚାଟାର୍ଡ ପ୍ଳେନ୍‌ରେ ସଂଧ୍ୟା ୬ଟା ଭିତରେ ଦୁବାଇରୁ ମୁମ୍ବାଇ ଆସିବାର ଅଛି। ଏବେ ପୋଲିସ ଫରେଁସିକ୍‌ ରିପୋର୍ଟରେ ଲାଗିଛି।

Related story