ଡିନର ପାର୍ଟିକୁ ଡାକି ଯୁବତୀଙ୍କୁ ଟଣାଓଟରା

ମୁମ୍ବାଇ: ଗୋଲ୍ଡେନ୍‌ ଗ୍ଲୋବ୍ସ ଆୱାର୍ଡ୍‌ରେ ଟିଭି କାଟାଗୋରୀରେ ସମ୍ମାନିତ ହୋଇଥିବା ଭାରତୀୟ ଅଭିନେତା ଅଜିଜ ଅଂସାରୀଙ୍କ ଉପରେ ଲାଗିଛି ଯୌନ ନିର୍ଯାତନା ଅଭିଯୋଗ। ଟିଭି ସିରିଜ୍‌ ‘ଦ ମାଷ୍ଟର ଅଫ୍‌ ନନ୍‌’ ପାଇଁ ମ୍ୟୁଜିକାଲ କମେଡି କାଟାଗୋରୀର ଶ୍ରେଷ୍ଠ ଅଭିନେତା  ଅଜିଜ୍‌ଙ୍କ ଉପରେ ବୁକ୍‌ଲିନ୍‌ର ୨୩ ବର୍ଷୀୟା ମହିଳା ଫଟୋଗ୍ରାଫର୍‌ ଏହି ଅଭିଯୋଗ ଲଗାଇଛନ୍ତି। ମହିଳା ଫଟୋଗ୍ରାଫର୍‌ ଅଭିଯୋଗ କରିଛନ୍ତି, “ଆମେ ପ୍ରଥମେ ୨୦୧୭ରେ ଅନୁଷ୍ଠିତ ‘ଏମି ଆୱାର୍ଡ ପାର୍ଟି’ ରେ ଦେଖା ହୋଇଥିଲୁ। ତାଙ୍କ ସହ […]

aziz_ansari_1024_1515986187_618x347

Rakesh Mallick
  • Published: Monday, 15 January 2018
  • , Updated: 15 January 2018, 03:28 PM IST

ମୁମ୍ବାଇ: ଗୋଲ୍ଡେନ୍‌ ଗ୍ଲୋବ୍ସ ଆୱାର୍ଡ୍‌ରେ ଟିଭି କାଟାଗୋରୀରେ ସମ୍ମାନିତ ହୋଇଥିବା ଭାରତୀୟ ଅଭିନେତା ଅଜିଜ ଅଂସାରୀଙ୍କ ଉପରେ ଲାଗିଛି ଯୌନ ନିର୍ଯାତନା ଅଭିଯୋଗ। ଟିଭି ସିରିଜ୍‌ ‘ଦ ମାଷ୍ଟର ଅଫ୍‌ ନନ୍‌’ ପାଇଁ ମ୍ୟୁଜିକାଲ କମେଡି କାଟାଗୋରୀର ଶ୍ରେଷ୍ଠ ଅଭିନେତା  ଅଜିଜ୍‌ଙ୍କ ଉପରେ ବୁକ୍‌ଲିନ୍‌ର ୨୩ ବର୍ଷୀୟା ମହିଳା ଫଟୋଗ୍ରାଫର୍‌ ଏହି ଅଭିଯୋଗ ଲଗାଇଛନ୍ତି।

ମହିଳା ଫଟୋଗ୍ରାଫର୍‌ ଅଭିଯୋଗ କରିଛନ୍ତି, “ଆମେ ପ୍ରଥମେ ୨୦୧୭ରେ ଅନୁଷ୍ଠିତ ‘ଏମି ଆୱାର୍ଡ ପାର୍ଟି’ ରେ ଦେଖା ହୋଇଥିଲୁ। ତାଙ୍କ ସହ ମିଶିବା ପରେ ଡେଟିଂ ଆରମ୍ଭ କରିଥିଲୁ। ଦିନେ ସେ ମୋତେ ନ୍ୟୁୟର୍କ ସହରରେ ଥିବା ତାଙ୍କ ଆପାର୍ଟମେଣ୍ଟ୍‌କୁ ନିମନ୍ତ୍ରଣ କରିଥିଲେ। ସେଠାରେ ସେ ମୋ ସହ ଜୋରଜବରଦସ୍ତି କରିଥିଲେ।

ନ୍ୟୁଜ୍‌ ଡଟ୍‌ କମ୍‌ରେ ପ୍ରକାଶ ପାଇଥିବା ମହିଳାଙ୍କ ବୟାନ ଅନୁସାରେ ଅଜିଜ୍‌ ତାଙ୍କ ସହ ଜୋରଜବରଦସ୍ତି କରିବା ସହ ଓରାଲ ସେକ୍ସ କରିବାକୁ ବାଧ୍ୟ କରିଥିଲେ। ପ୍ରତିବାଦ କରିଥିଲେ ବି ସେ ଶୁଣି କିଛି ଶୁଣି ନଥିଲେ ଓ ସେକ୍ସ ଲାଗି ବାଧ୍ୟ କରିଥିଲେ।

 

Related story